ରାଜଧାନୀରେ ଲକଡାଉନକୁ ନେଇ ବଡ଼ ଖବର : ଆଜି ରାତି ୧୦ ଟାରୁ ବନ୍ଦ ରହିବ …

ଦ୍ରୁତ ଗତିରେ କରୋନା ସଂକ୍ରମଣ ବଢୁଥିବା ନେଇ ଦେଶର ରାଜଧାନୀ ଦିଲ୍ଲୀରେ ଆଜି ରାତି ୧୦ ଟାରୁ ଆସନ୍ତା ସୋମବାର, ଅପ୍ରେଲ ୨୬ ତାରିଖ ପର୍ଯ୍ୟନ୍ତ ଲକଡାଉନ୍ ଲାଗୁ କରାଯିବ । ଆଜି ୬ ଦିନିଆ ଲକଡାଉନ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ତେବେ ଏହି ଲକଡାଉନ ସମୟରେ କଣ ସବୁ ବନ୍ଦ ରହିବ ଏବଂ କଣ ଖୋଲା ରହିବ ଆସନ୍ତୁ ଜାଣିବା ।

ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ ଯଦି ଆମେ ବର୍ତ୍ତମାନ ଲକଡାଉନ ନକରୁ ତେବେ ଆମକୁ ସାମ୍ନା କରିବାକୁ ପଡ଼ିପାରେ ବିରାଟ ବିପଦ । ସରକାର ଜନସାଧାରଣଙ୍କ ଯତ୍ନ ନେବ ଏବଂ ପରିସ୍ଥିତିକୁ ଦୃଷ୍ଟିରେ ରଖି କଠୋର ବି ହେବାକୁ ହେବ ।

ଏହାସହିତ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ କହିଛନ୍ତି ଯେ ଏହି ୬ ଦିନର ଲକଡାଉନ ଆମକୁ ଅଧିକ ବେଡ ଏବଂ ଯୋଗାଣ ବ୍ୟବସ୍ଥା କରିବାରେ ସାହାଯ୍ୟ କରିବ । କାରଣ ଦିଲ୍ଲୀ ସହରରେ ଆଇସିୟୁ ବେଡ ପ୍ରାୟ ଶେଷ ହୋଇଯାଇଛି ଏବଂ ସହରରେ ଅକ୍ସିଜେନ ସିଲିଣ୍ଡରର ଅଭାବ ଦେଖାଦେଲାଣି । ସୂଚନା ଅନୁସାରେ ଶନିବାର ଦିନ ରାତି ୩ ଟା ବେଳେ ଗୋଟିଏ ଘରୋଇ ହସ୍ପିଟାଲରେ ଅକ୍ସିଜେନ ସିଲିଣ୍ଡର ସରିଯାଇଥିଲା, ଯାହା ଏକ ବଡ଼ ଧରଣର ସଙ୍କଟର ପୂର୍ବ ସୂଚନା ।

କାହାକୁ ଭୟଭୀତ କରେଇବା ଆମ ଉଦ୍ଦେଶ୍ୟ ନୁହେଁ । ସ୍ୱାସ୍ଥ୍ୟ ପ୍ରଣାଳୀ ଧ୍ଵସ୍ତ ହୋଇଯାଇଛି କହିହେବନି କିନ୍ତୁ ଏହା ଯେ ଦୁର୍ବଳ ହୋଇପଡ଼ିଛି ଯାହାକୁ ଅଣଦେଖା କରିହେବ ନାହିଁ । ତେବେ ଯେକୌଣସି ପ୍ରଣାଳୀର ଏକ ସୀମା ରହିଥାଏ । ଏହାସହିତ ପ୍ରବାସୀମାନଙ୍କୁ ଦିଲ୍ଲୀ ନଛାଡ଼ିବାକୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ କେଜ୍ରିୱାଲ । ସମସ୍ତ ସରକାରୀ କାର୍ଯ୍ୟାଳୟ ସହିତ ଆବଶ୍ୟକ ସେବାକୁ ଛାଡ଼ିଦେଲେ ବାକି ସବୁ ଘରୁ କାର୍ଯ୍ୟ କରିବେ ବୋଲି ସ୍ପଷ୍ଟ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ସୂଚନାଥାଉ ଯେ ରବିବାର ଦିନ, ଦିଲ୍ଲୀ ଏହାର ଗତ ୨୪ ଘଣ୍ଟା ଭିତରେ ୨୫,୪୬୨ ନୂଆ କରୋନା ମାମଲା ଚିହ୍ନଟ କରିଥିଲା । ଏହା ପଜିଟିଭିଟି ହାରର ପ୍ରାୟ ୩୦ ପ୍ରତିଶତ ଏବଂ ୩ ଟି ଲୋକରେ ଜଣେ ପଜିଟିଭ ବୋଲି ଜଣାପଡ଼ିଛି । ତେବେ ଲକଡାଉନ ଘୋଷଣା କରିବା ପୂର୍ବରୁ ଶ୍ରୀ କେଜ୍ରିୱାଲ ଲେଫ୍ଟନାଣ୍ଟ ଗଭର୍ଣ୍ଣର ଅନିଲ ବାଇଜଲଙ୍କ ସହ ସାକ୍ଷାତ କରିଥିଲେ ।

Leave a Reply

Your email address will not be published. Required fields are marked *