ସଂସ୍କାର : ରାଜଧାନୀ ଦିଲ୍ଲୀର ନୂଆ ଅଶୋକ ନଗର ଅଞ୍ଚଳରେ ଅଜିତ ନାମକ ଜଣେ ଯୁବକଙ୍କୁ ଦିଲ୍ଲୀ ପୋଲିସର ଜଣେ କନଷ୍ଟେବଳ ନିର୍ଦ୍ଦୟ ଭାବେ ମାଡ଼ ମାରି ହତ୍ୟା କରିବା ମାମଲା ସାମ୍ନାକୁ ଆସିଛି। ଅଭିଯୁକ୍ତ କନଷ୍ଟେବଳ କେବଳ ଯୁବକଙ୍କୁ ହତ୍ୟା କରିନଥିଲେ, ବରଂ ପ୍ରମାଣ ଲିଭାଇବା ଉଦ୍ଦେଶ୍ୟରେ ତାଙ୍କ ମୃତଦେହକୁ ନିଜର କାରରେ ରଖି ମୁରାଦନଗରରେ ଅବସ୍ଥିତ ଗ୍ୟାଙ୍ଗ କେନାଲକୁ ନେଇ ଶବକୁ କେନାଲରେ ଫିଙ୍ଗି ଦେଇଥିଲେ।
ଏହି ପୁରା ମାମଲାରେ ଦେଖା ଯାଉଚି ଯେ, ଯେଉଁଠାରେ ଖାକି ପୋଷାକ ଗୋଟିଏ ପଟେ ଏହି ଘଟଣା ଘଟାଇଥିଲା, ଅନ୍ୟ ପଟେ ଅନ୍ୟ ଏକ ଖାକି ପୋଷାକ ଧାରି ମଧ୍ୟ ନିଜ ବିଭାଗର ବ୍ୟକ୍ତିଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲା। କିନ୍ତୁ ଏହି ଘଟଣା ସହ ଜଡିତ ଏକ ଭିଡିଓ ସାମ୍ନାକୁ ଆସିଥିଲା ,ଯାହାକି ସମସ୍ତ ପୋଲିସ, ଯେଉଁମାନେ କି କନଷ୍ଟେବଳକୁ ସହଯୋଗ କରିଥିଲେ ସେମାନଙ୍କୁ ପୋଲିସ ହିଁ ଗିରଫ କଲା। ତେବେ ଦିଲ୍ଲୀ ପୋଲିସ ଏହି ଘଟଣାର ଅନୁସନ୍ଧାନ କରିବା ପରେ ଘଟଣାର ପୁରା ଘଟଣା ପ୍ରକାଶ ପାଇଲା।
ବର୍ତ୍ତମାନ ଦିଲ୍ଲୀ ପୋଲିସ ଅଭିଯୁକ୍ତ କନଷ୍ଟେବଳ ମୋନୁ ସିରୋହିଙ୍କୁ ଗିରଫ କରିଛି। ତେବେ ଅନ୍ୟପଟେ ଅଜିତଙ୍କ ମୃତଦେହ ଏପର୍ଯ୍ୟନ୍ତ ମିଳିପାରି ନାହିଁ। ତାଙ୍କ ମୃତଦେହ ଗଙ୍ଗା କେନାଲରେ ଖୋଜାଖୋଜି କରିବା ପାଇଁ ପୋଲିସ କହିଛି।