ଗତବର୍ଷ ଭଳି ଚଳିତ ବର୍ଷ ବି ଦେଶର ଏହି ରାଜ୍ୟରେ ହେବନି ଦୀପାବଳିରେ ବାଣଫୁଟା, ଜାଣନ୍ତୁ କେଉଁଠି ?

ସଂସ୍କାର : ଗତବର୍ଷ ଭଳି ଏ ବର୍ଷ ମଧ୍ୟ ବାଣ ବିକିବା ଉପରେ ଲାଗିଲା କଟକଣା। ବାଣ ବିକ୍ରି ଆଉ ଫୁଟାଇଲେ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ। ପ୍ରଦୂଷଣ ରୋକିବାକୁ ରାଜ୍ୟ ସରକାର ଆଣିଲେ ଦୀପାବଳି ପାଇଁ କଡା ନିୟମ କାନୁନ।

ଆମେ କହୁଚୁ ଦିଲ୍ଲୀ ସରକାରଙ୍କ ନିଷ୍ପତି ଉପରେ। ଦିଲ୍ଲୀର ଆପ୍ ସରକାର ଅନଲାଇନ ବାଣ ବିକ୍ରି ଓ ଗ୍ରୀନ କ୍ରାକର ଉପରେ କଟକଣା ଲଗାଇଛନ୍ତି। ନିୟମ ନ ମାନିଲେ ହେବ କଡା କାର୍ଯ୍ୟାନୁଷ୍ଠାନ ବୋଲି ସରକାର ସୂଚନା ଦେଇ ସାରିଛନ୍ତି। ଦିଲ୍ଲୀରେ ଚଳିତବର୍ଷ ବାଣ ନ ଫୁଟିବା ନେଇ ସରକାର ପ୍ରତିବନ୍ଧକ ଲଗାଇଛନ୍ତି।

ଦିଲ୍ଲୀ ପ୍ରଦୂଷଣ ମନ୍ତ୍ରୀ ଗୋପାଳ ରାୟ ଟ୍ୱିଟ କରି କହିଛନ୍ତି ବାଣ ଉତ୍ପାଦନ, ବିକ୍ରି ଓ ବ୍ୟବହାର ଉପରେ ଶକ୍ତ କଟକଣା ଲାଗିବ। ଅନଲାଇନରେ ମଧ୍ୟ ବାଣ ବିକ୍ରି ହେବ ନାହିଁ । ତେବେ ପ୍ରତିବନ୍ଧକ କେବେଠାରୁ ଲାଗୁ ହେବ ସେ ନେଇ କୌଣସି ସୂଚନା ଦେଇନାହାନ୍ତି ଦିଲ୍ଲୀ ପ୍ରଦୂଷଣ ମନ୍ତ୍ରୀ ଗୋପାଳ ରାୟ।

Leave a Reply

Your email address will not be published. Required fields are marked *