ରିପୋର୍ଟ ଅନୁଯାୟୀ ଦିଲ୍ଲୀର ରୋହିଣୀ ଅଞ୍ଚଳରେ ଏକ ହସ୍ପିଟାଲ ପାର୍କିଂରେ ଜଣେ ମହିଳାଙ୍କ ସହିତ ଗଣଦୁଷ୍କର୍ମର ମାମଲା ସାମ୍ନାକୁ ଆସିଛି । ପୀଡ଼ିତାଙ୍କ ବୟସ ୩୦ ବର୍ଷ ବୋଲି ଜଣାପଡ଼ିଛି । ପୋଲିସ କହିବାନୁଯାୟୀ ଅଭିଯୁକ୍ତ ୩ ଜଣଙ୍କୁ ଗିରଫ କରିଛି । ହସ୍ପିଟାଲର ସୁରକ୍ଷା କର୍ମୀ ଏବଂ ୨ ଜଣ ପୂର୍ବତନ ବାଉନସର ଏହି ଘଟଣା ଘଟାଇଛନ୍ତି ବୋଲି ସୂଚନା ଦେଇଛନ୍ତି ।
ଗତ ୩୦ ତାରିଖ ରାତିରେ ଘଟିଛି ଏହି ଦୁର୍ଘଟଣା । ଦୁର୍ଘଟଣାଟି ଘଟିଛି ବାବା ସାହେବ ଆମ୍ବେଦକର ହସ୍ପିଟାଲର ପାର୍କିଂରେ । ତେବେ ପୋଲିସ ଏହି ମାମଲାଟି ଅକ୍ଟୋବର ୩୧ ତାରିଖରେ ରୁଜୁ କରିଥିଲା । ପୋଲିସ ଦେଇଥିବା ସୂଚନା ମୁତାବକ ପୀଡ଼ିତା ନିଜର କୌଣସି ପରିଚିତଙ୍କ ସହିତ ହସ୍ପିଟାଲ ଆସିଥିଲେ ଓ ହସ୍ପିଟାଲରେ ଥିବା ସେଲଟର ହୋମରେ ଥିଲେ ।

ଅଭିଯୁକ୍ତମାନେ ପରିଚୟ ଯାଞ୍ଚ ବାହାନା କରି ତାଙ୍କୁ ଧମକ ଦେଇ ପାର୍କିଂ ଅଞ୍ଚଳରେ ଥିବା ଏକ ନିଛାଟିଆ ସ୍ଥାନକୁ ନେଇ ଯାଇଥିଲେ ଏବଂ ପରେ ମିଳିମିଶି ତାଙ୍କୁ ବଳାତ୍କାର କରିଥିଲେ । ଅଭିଯୁକ୍ତମାନେ ହେଲେ ୨୨ ବର୍ଷର ମନୀଷ, ୨୪ ବର୍ଷର ପ୍ରବୀଣ ଏବଂ ୩୩ ବର୍ଷର କନୱାର ପାଲ ।