ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧୮ ଛୁଇଁଲା, ରାଜ୍ୟର ଏହି ସ୍ଥାନରେ ପୁଣି ଆଉ ୭ ଜଣ ପଜିଟିଭ୍ ଚିହ୍ନଟ

ଭୁବନେଶ୍ଵର :  ଅପ୍ରେଲ ୨୮ ତାରିଖ ସକାଳ ସୁଦ୍ଧା ରାଜ୍ୟରେ ଆଉ ୭ କରୋନା ପଜିଟିଭ୍ ଚିହ୍ନଟ । ଏହି ୭ ଜଣ ଭିତରେ ସୁନ୍ଦରଗଡ଼ରୁ ୪ ଜଣ ଓ ଭଦ୍ରକରୁ ୩ ଜଣ ଅଛନ୍ତି । ଫଳରେ ସୁନ୍ଦରଗଡ଼ରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦କୁ ବୃଦ୍ଧି ହେଲାବେଳେ ଭଦ୍ରକରେ ୧୯କୁ ବୃଦ୍ଧି ପାଇଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ସୂଚନା ଓ ଲୋକସମ୍ପର୍କ ବିଭାଗ ଦେଇଥିବା ସୂଚନା ଅନୁଯାୟୀ ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୧୧୮ ଛୁଇଁଲା ।

ଭଦ୍ରକରୁ ଚିହ୍ନଟ ହୋଇଥିବା ନୂଆ କରୋନା ଆକ୍ରାନ୍ତ ବ୍ୟକ୍ତିମାନେ ପଶ୍ଚିମବଙ୍ଗ ଫେରନ୍ତା । ୩ ଜଣଙ୍କ ମଧ୍ୟରୁ ୨ ଜଣ ବାସୁଦେବପୁର ବ୍ଲକର ଓ ଜଣେ ବନ୍ତ ବ୍ଲକର ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

ସୁନ୍ଦରଗଡରୁ ସେହିପରି ଚିହ୍ନଟ ହୋଇଥିବା ନୂଆ ୪ ଜଣ ରାଉରକେଲା ନାଲାରୋଡ଼ର ବୋଲି ଜଣାପଡିଛି । ରାଜ୍ୟରେ ଗତକାଲି ଗୋଟିଏ ଦିନରେ ୮ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ଆଜି ପୁଣି ୭ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି ଯାହା ଉଦବେଗ ବଢାଇଲା ଭଳି ପ୍ରସଙ୍ଗ ନିହାତି । ରାଜ୍ୟରେ ଦିନକୁ ଦିନ ସଂକ୍ରମଣ  ବଢ଼ିବାରେ ଲାଗିଛି ଯେଉଁଟା ନବୀନ ସରକାରଙ୍କ ପାଇଁ ସତରେ ଗୋଟେ ମୁଣ୍ଡବିନ୍ଧାର କାରଣ ।

Leave a Reply

Your email address will not be published. Required fields are marked *