ଏହି ଦୁଇ ରାଜ୍ୟର ସରକାରଙ୍କ ଉପରେ ବର୍ଷିଲେ ଦାମ ରାଉତ , ଦେଲେ ବିସ୍ଫୋରକ ବୟାନ

ସଂସ୍କାର: ଓଡିଶା ସୀମାନ୍ତରେ ଚାଲିଛି ଆନ୍ଧ୍ରର ହୁକୁମତ୍। ଅସହ୍ୟ ହେଲାଣି ସୀମାନ୍ତରେ ଆନ୍ଧ୍ରର ଦାଦାଗିରି। କେତେବେଳେ ଆସି ଓଡ଼ିଶାର ଅନେକ ସ୍ଥାନ ତାର କହୁଥିବା ବେଳେ, ଆଉ କେତେବେଳେ ଆସି ଓଡ଼ିଶା ସୀମାନ୍ତରେ ଖୋଲୁଛି ଅଙ୍ଗନବାଡି କେନ୍ଦ୍ର। ତେବେ ସମୀନ୍ତରେ ଆନ୍ଧ୍ରର ଦାଦାଗିରିକୁ ନେଇ ଓଡ଼ିଶାର ବରିଷ୍ଠ ରାଜନେତା ଦାମୋଦର ରାଉତ ମୁହଁ ଖୋଲିଛନ୍ତି। ସେ ନିଜର ବୟାନରେ ଦୁଇ ରାଜ୍ୟର ସରକାର ଉପରେ ବର୍ଷିଛନ୍ତି।

ସେ କହିଛନ୍ତି ଯେ, ଓଡ଼ିଶାର ଅଣଓଡ଼ିଆ ଅଧିକାରୀଙ୍କ ଯୋଗୁଁ ଆନ୍ଧ୍ର ଆଜି ଅନେକ ସୁବିଧା ପାଉଛି, ଆଉ ସୀମାନ୍ତରେ ଜବରଦଖଲ କରୁଛି। ସୀମାନ୍ତ ଜିଲ୍ଲାରେ ଅଣଓଡ଼ିଆ ଆଇଏଏସ ଅଧିକାରୀ ରହିବା ଫଳରେ ଅନେକ ସମସ୍ୟା ଉପୁଜୁଛି। ଅନ୍ୟପଟେ ଓଡ଼ିଶା ସରକାରଙ୍କ ପକ୍ଷରୁ କୌଣସି ଆଖି ଦୁଷ୍ଟିଆ ଫଳପ୍ରଦ କାର୍ଯ୍ୟ ଆନ୍ଧ୍ର ବିରୋଧରେ ନିଆଯାଉ ନାହିଁ। ତେଣୁ ଓଡ଼ିଶାର ଶାସକ ଦଳକୁ ଛାଡି ବାକି ସବୁ ରାଜନୈତିକ ଦଳ ଓ ବୁଦ୍ଧିଜୀବୀ ଯଦି ଏନେଇ ପ୍ରତିବାଦ କରିବେ ତେବେ କିଛି ହୋଇପାରିବ। ସେହିପରି ଆନ୍ଧ୍ରପ୍ରଦେଶ ମନ୍ତ୍ରୀଙ୍କ ଗୁଳି ମାରିବା ଧମକକୁ ଅପମାନଜନକ ବୋଲି ଶ୍ରୀ ରାଉତ କହିଛନ୍ତି। ଏପରିକି ଏହି ପ୍ରସଙ୍ଗକୁ ନେଇ ରାଜ୍ୟ ସରକାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବା ଉଚିତ ବୋଲି ଶ୍ରୀ ରାଉତ ରାଜ୍ୟ ସରକାରଙ୍କୁ ଉପଦେଶ ଦେଇଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆନ୍ଧ୍ର ସରକାର ମନମାନି କରୁଛି । ଓଡ଼ିଶା ସରକାର ପଦକ୍ଷେପ ନେଉନାହାନ୍ତି । ଆନ୍ଧ୍ର ପୁଲିସ ସେ ଅଞ୍ଚଳରେ ନିୟମିତ ପାଟ୍ରୋଲିଂ କରୁଛି । ଗ୍ରାମବାସୀଙ୍କୁ ଭୟଭୀତ କରୁଛନ୍ତି । ପ୍ରତିବାଦ କଲେ ଗୁଳି କରିଦେବେ ବୋଲି କହୁଛନ୍ତି। ତୁରନ୍ତ ରାଜ୍ୟ ସରକାର ଏନେଇ ପଦକ୍ଷେପ ନିଅନ୍ତୁ।

Leave a Reply

Your email address will not be published. Required fields are marked *