ସଂସ୍କାର: ଧନତେରଶରେ ଲୋକମାନେ କିଛି ନା କିଛି ଜିନିଷ କିଣି ଘରକୁ ଆଣିଥାନ୍ତି । ଘରେ ସୁଖ, ଶାନ୍ତି, ସମୃଦ୍ଧି ଲାଗି ଏହି ଦିନ କିଛି ନୂଆ ଜିନିଷ କିଣିବା ଶୁଭ ବୋଲି କୁହାଯାଇଥାଏ । ଏପରି ବିଶ୍ବାସ ରହିଛି କି ଧନତେରଶରେ କିଣାଯାଇଥିବା ଯେ କୌଣସି ଜିନିଷ ବର୍ଷ ସାରା ଶୁଭ ଫଳ ଦେଇଥାଏ ।
ତେବେ ପ୍ରତି ବର୍ଷ ଭଳି ଆଜି ହେଉଛି ଧନତେରଶ୍ ଉତ୍ସବ। ନିଜର ମନସ୍କାମନା ପୂରଣ ଲାଗି ଧନତେରଶକୁ ଲୋକମାନେ ଶୁଭ ବୋଲି ମାନିଥାନ୍ତି। ଧନତେରଶର କିଣାକିଣି ଉପରେ ବିଶେଷ ମହତ୍ତ୍ବ ଥାଏ। ଏହି ଦିନ ଜିନିଷ କିଣିଲେ ବର୍ଷ ସାରା ଆପଣଙ୍କୁ ଅର୍ଥର କୌଣସି କମ୍ ପଡ଼ି ନ ଥାଏ । ଆର୍ଥିକ ସଂକଟରୁ ବର୍ତ୍ତିବା ଲାଗି ଧନତେରଶରେ କିଛି ନା କିଛି ଛୋଟ ଧରଣର କିଣାକିଣି କରନ୍ତୁ। ଘରେ ସୁଖ, ଶାନ୍ତି ଏବଂ ସମୃଦ୍ଧି ଲାଗି ଏହି କିଣାକିଣିକୁ ଶୁଭ ବୋଲି ଧରାଯାଇଥାଏ। ତେବେ ଆସନ୍ତୁ ଜାଣିବା ଧନତେରଶରେ ସୁନା-ଚାନ୍ଦି ବ୍ୟତୀତ ଏପରି କ’ଣ କିଣିଲେ ବର୍ଷ ସାରା ଧନର ବର୍ଷା ହୋଇଥାଏ ।
ଝାଡ଼ୁ : ଝାଡ଼ୁ ମା’ଲକ୍ଷ୍ମୀଙ୍କ ପ୍ରତୀକ କୁହାଯାଇଥାଏ । ବିଶ୍ବାସ ଅଛି କି ଧନତେରଶରେ ଯଦି ଝାଡ଼ୁ କିଣି ଘରକୁ ଆଣିବେ ତେବେ ମା’ଲକ୍ଷ୍ମୀ ବାସ କରିବେ। ବିଶ୍ବାସ ଅଛି କି ଏହାଦ୍ବାରା ଘରର ଆର୍ଥିକ ସଂକଟ ଦୂର ହୋଇଥାଏ।
ଧଣିଆ ବିହନ : ଏହି ଦିନ ଧଣିଆ ବିହନ କିଣିବା ପରମ୍ପରା ରହିଛି । ଧନତେରଶରେ ଧଣିଆ କିଣିବା ଦ୍ବାରା ବହୁତ ଶୁଭ ହୋଇଥାଏ। ଏହାକୁ ସମୃଦ୍ଧିର ପ୍ରତୀକ ବୋଲି କୁହାଯାଇଥାଏ। ପୂଜାରେ ମା’ ଲକ୍ଷ୍ମୀଙ୍କୁ ଧଣିଆ ବିହନ ଅର୍ପଣ କରି ତାହାକୁ ପୁଣି ବାକ୍ସରେ ରଖିଦିଅନ୍ତୁ।
ବ୍ୟବସାୟ ସମ୍ବନ୍ଧୀୟ ଜିନିଷ : ଧନତେରଶ ଦିନ ଆପଣ ନିଜର ବ୍ୟବସାୟ ସମ୍ବନ୍ଧୀୟ କୌଣସି ଜିନିଷ କିଣିପାରିବେ। ଯେପରିକି କଲମ, ଆର୍ଟିଷ୍ଟ ବ୍ରଶ ଏବଂ ଛାତ୍ରଛାତ୍ରୀଙ୍କର ବହି କିଣି ପାରିବେ। ଧନତେରଶରେ ଏହି ଜିନିଷକୁ ପୂଜା ବି କରିବା ଆବଶ୍ୟକ ରହିଛି। ବ୍ୟାବସାୟୀଙ୍କୁ ଧନତେରଶ ଦିନ ବହିଖାତା ରେଜିଷ୍ଟର ଏବଂ ଆକାଉଣ୍ଟ ପ୍ରସ୍ତୁତ କରି ରଖିବା ଉଚିତ। ଏହି ରେଜିଷ୍ଟରକୁ ନେଇ ନିଜ ଘରେ ପଶ୍ଚିମ ଭାଗରେ ରଖନ୍ତୁ।
ବୈଦ୍ୟୁତିକ ବସ୍ତୁ : ଧନତେରଶ ଦିନ ବୈଦ୍ୟୁତିକ ବସ୍ତୁ ଯେପରି ଫ୍ରିଜ, ଓଭାନ, ମୋବାଇଲ ଫୋନ, ଲ୍ୟାପଟପ ଇତ୍ୟାଦି ବି କିଣିପାରିବେ। ଆପଣ ଏହି ବସ୍ତୁ ସମୁହକୁ ଘରର ଉତ୍ତର ଦିଗରେ ରଖିପାରିବେ।
ଗୋମତି ଚକ୍ର : ସୁସ୍ଥ ଏବଂ ସମୃଦ୍ଧ ରହିବା ଲାଗି ଧନତେରଶ ଦିନ ୧୧ଗୋମତି ଚକ୍ର କିଣିପାରିବେ। ଧନତେରଶରେ ଗୋମତି ଚକ୍ରକୁ ହଳଦିଆ କପଡ଼ାରେ ବାନ୍ଧି ନିଜର ବାକ୍ସ କିମ୍ବା ଲକରରେ ରଖନ୍ତୁ।
ବାସନ କୁସନ : ଧନତେରଶ ଦିନ ବାସନ କୁସନ କିଣିବାର ପରମ୍ପରା ରହିଛି, ମାତ୍ର ଅଧିକାଂଶ ଲୋକଙ୍କୁ ଜଣା ନାହିଁ କି ସେମାନେ କେଉଁ ଧାତୁର ବାସନ କିଣିବେ। ଯଦି ଆପଣଙ୍କୁ ଏହା ସନ୍ଦେହ ଅଛି ତେବେ ପିତଳର ବାସନ ନେଇ ଘରର ପୂର୍ବ ଦିଗରେ ରଖନ୍ତୁ।
ଧନତେରଶରେ ସୁନା-ଚାନ୍ଦିର ମଧ୍ୟ ଜିନିଷ କିଣାଯାଇଥାଏ। ଯଦି ଏହି ଉତ୍ସବରେ ଆପଣ ବି ସୁନା-ଚାନ୍ଦିର ବସ୍ତୁ କିଣିବାକୁ ମନ କରିବେ ତେବେ ଏଥିରେ କେତେକ କଥା ଉପରେ ଧ୍ୟାନ ଦେବାକୁ ହେବ।
ସୁନାର କଏନ : ଧନତେରଶ ଦିନ ସୁନାର କଏନ କିଣନ୍ତୁ ଯେଉଁଥିରେ ମା’ ଲକ୍ଷ୍ମୀଙ୍କ ଚିତ୍ର ଅଙ୍କା ଯାଇଥିବ। ଯଦି ଆପଣ ସୁନାର କଏନ କିଣିପାରିବେ ନାହିଁ ତେବେ ମା’ଲକ୍ଷ୍ମୀଙ୍କ ଯେ କୌଣସି ଚିତ୍ରକୁ ପୂଜା କରିପାରିବେ।
ଚାନ୍ଦିର କଏନ : ଯଦି ଆପଣ ସୁନାର କଏନ କିଣିପାରୁନାହାନ୍ତି ତେବେ ଚାନ୍ଦିର କଏନରେ ମା’ଲକ୍ଷ୍ମୀଙ୍କ ଆଶିର୍ବାଦ ମିଳିଯାଇଥାଏ। ଚାନ୍ଦିର କଏନ କାହାକୁ ଉପହାର ଦେବାର ଭଲ ବିକଳ୍ପ।
ଅଳଙ୍କାର : ଯେ କୌଣସି ପ୍ରକାରର ଅଳଙ୍କାର କିଣିବା ଲାଗି ସବୁଠାରୁ ଶୁଭ ସମୟ ଧନତେରଶ । ବିଶେଷ କରି ସୁନା ଏବଂ ଚାନ୍ଦିର ଅଳଙ୍କାର କିଣିବା। ଏହା ଛଡ଼ା ଏହି ଦିନ କବାଟ ଉପରେ ସ୍ବସ୍ତିକର ଏକ ଚିହ୍ନ ପ୍ରସ୍ତୁତ କଲେ ସୋଭାଗ୍ୟ ପ୍ରାପ୍ତ ହୋଇଥାଏ।