ତିଗିରିଆ ଥାନା ଅନ୍ତର୍ଗତ ବିଷ୍ଣୁପୁର ଗ୍ରାମରେ ଖେଳିଯାଇଛି ଝାଡାବାନ୍ତି ର ଆତଙ୍କ । ୧୫ରୁ ଅଧିକ ଲୋକ ଆକ୍ରାନ୍ତ ହୋଇଛନ୍ତି । ସମସ୍ତଙ୍କୁ ଆଠଗଡ ଓ ତିଗିରିଆ ମେଡିକାଲରେ ଭର୍ତି କରାଯାଇଛି ।
ଆଠଗଡ ମେଡିକାଲରେ ୬ ଜଣ ଚିକିତ୍ସା ପାଇଁ ଆସିଥିବା ବେଳେ ସେଥିରୁ ଜଣଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଗାଁରେ ଏକ ମେଡିକାଲ ଟିମ୍ ପହଂଚି ଚିକିତ୍ସା ଆରମ୍ଭ କରିଛି।
ସେହିଭଳି ପ୍ରଶାସନ ପକ୍ଷରୁ ଦୁଇଟି ସ୍ୱତନ୍ତ୍ର ଟିମ୍ ପହଂଚି ଯାଂଚ୍ ଆରମ୍ଭ କରିଛି । ରୋଗର କାରଣ ଓ ନିରାକରଣ ନେଇ ଲୋକଙ୍କୁ ସଚେତନ କରାଯାଉଛି । ଗାଁରେ ଚିକିତ୍ସା ଆରମ୍ଭ ହେବା ସହ ନମୁନା ସଂଗ୍ରହ କରାଯାଇଛି ।