Did Matheesha Pathirana bowl the fastest ball ever? : ଗତ ଥର ୧୯ ବର୍ଷରୁ କମ୍ କ୍ରିକେଟ୍ ବିଶ୍ବକପ୍ ଦକ୍ଷିଣ ଆଫ୍ରିକାରେ ଚାଲିଥିବା ପ୍ରଥମ ମ୍ୟାଚ ରେ ଭାରତ ଶ୍ରୀଲଙ୍କା କୁ ୯୦ ରନ୍ରେ ହରାଇ ଦେଇଥିଲା ହେଲେ କିନ୍ତୁ ଏହି ମ୍ୟାଚ୍ ରେ ଏକ ବିରଳ ରେକର୍ଡ ଦେଖିବାକୁ ମିଳିଥିଲା ଯାହା ପାକିସ୍ତାନ ରୟାଲପିଣ୍ଡୀ କୁହାଯାଉଥିବା ସୋଏବ ଆକତର ଙ୍କ ସର୍ବୋଚ୍ଚ ସ୍ପିଡ଼ ଘଣ୍ଟାପ୍ରତି ୧୬୧.୩ କିଲୋମିଟର (୧୦୦ ମାଇଲ୍) ବେଗରେ ବୋଲିଂ କରିଥିବା ରେକର୍ଡ ଯାହା ଆଜି ପର୍ଯ୍ୟନ୍ତ ଅନ୍ତର୍ଜାତୀୟ କ୍ରିକେଟ୍ ଇତିହାସର ଦ୍ରୁତତମ ବଲ୍ ହୋଇ ରହିଛି। ତାହା କିନ୍ତୁ ଭାଙ୍ଗିଦେଇ ଥିଲେ ସେହି ବୋଲର , ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ ସତ୍ୟ କଣ ଥିଲା ଏବଂ ବୋଲର ଙ୍କ ନାମ କଣ।

ଏହି ମ୍ୟାଚ୍ର ଚତୁର୍ଥ ଓଭରରେ ସିଂହଳୀ ଯୁବ ବୋଲର ମଥିସା ପଥିରନା (Matheesha Pathirana) ଘଣ୍ଟାପ୍ରତି ୧୭୫ କିଲୋମିଟର ବେଗରେ ପକାଇଥିବା ଏକ ବଲ୍ କୁ ନେଇ ବେଶ୍ ଚର୍ଚିତ ହୋଇଥିଲା। ବଲ୍ଟି କ୍ରିକେଟ୍ ଇତିହାସର ଦ୍ରୁତତମ ବଲ୍ ବୋଲି ଆଲୋଚନା ହେଉଥିଲା। ଭାରତୀୟ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଯଶସ୍ବୀ ଜୈସୱାଲଙ୍କୁ ୧୭ ବର୍ଷୀୟ ପଥିରନା ଏହି ବଲ୍ ପକାଇଥିବା ଏହି ବଲ୍ଟି ମାତ୍ର ଏକ ୱାଇଡ୍ ବଲ୍ ଥିଲା।

ତେବେ ରେକର୍ଡ ମେସିନ ଏହାର ବେଗ ଘଣ୍ଟାପ୍ରତି ୧୭୫ କିଲୋମିଟର ବା ୧୦୮ ମାଇଲ ବୋଲି ରେକର୍ଡ କରିଥିଲା। ଫଳରେ କ୍ରିକେଟ୍ର ସବୁ ଫର୍ମାଟ୍ରେ ଏହା ସର୍ବକାଳୀନ ଦ୍ରୁତତମ ବଲ୍ ବୋଲି ଆକଳନ କରାଯାଉଥିଲା।

ହେଲେ ପରେ ରେକର୍ଡ ମେସିନରେ ତ୍ରୁଟି ପାଇଁ ବଲ୍ର ଗତି ଅଧିକ ରେକର୍ଡ ହୋଇ ଯାଇଥିଲା ବୋଲି ଜଣାପଡ଼ିଥିଲା। ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା।