ଭାରତୀୟ ୱିକେଟ୍ କିପର ଦୀନେଶ କାର୍ତ୍ତିକ ଆଇସିସି ଟି -20 ବିଶ୍ୱକପ 2021 ର ଶ୍ରେଷ୍ଠ ଏକାଦଶ ଚୟନ କରିଛନ୍ତି। ସେ ତାଙ୍କ ଦଳର କେବଳ ଜଣେ ଭାରତୀୟ ଖେଳାଳିଙ୍କୁ ସ୍ଥାନ ଦେଇଛନ୍ତି। ବିଶ୍ୱକପ୍ର ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ ଭାରତ ଏବଂ ନାମିବିଆ ମ୍ୟାଚ୍ ସହିତ ଶେଷ ହୋଇଥିଲା। ଗୃପ ପର୍ଯ୍ୟାୟରେ ତାଙ୍କର ପ୍ରଦର୍ଶନ ଆଧାରରେ କାର୍ତ୍ତିକ ଏହି ଦଳକୁ ଚୟନ କରିଛନ୍ତି।

ଦଳର ପ୍ରମୁଖ ବ୍ୟାଟ୍ସମ୍ୟାନ ଭାବରେ ପାକିସ୍ତାନ ଅଧିନାୟକ ବାବର ଆଜାମ ଏବଂ ଇଂଲଣ୍ଡର ଜୋସ ବଟଲରଙ୍କୁ ଚୟନ କରିଛନ୍ତି। ଆଜମ୍ ସୁପର 12 ରାଉଣ୍ଡର ପାଞ୍ଚଟି ମ୍ୟାଚରେ ଚାରି ଟି ପଚାଶ ସ୍କୋର କରିଥିଲେ ଏବଂ 264 ରନ୍ ସହ ସର୍ବାଧିକ ରନ୍ ସ୍କୋରର୍ ତାଲିକାରେ ପ୍ରଥମ ସ୍ଥାନରେ ରହିଛନ୍ତି। 240 ରନ୍ ସହ ବଟଲର୍ ଏହି ତାଲିକାରେ ଦ୍ୱିତୀୟ ସ୍ଥାନରେ ଅଛନ୍ତି।

ତୃତୀୟ ସ୍ଥାନରେ ଶ୍ରୀଲଙ୍କାର ଚାରିତା ଆସାଲଙ୍କା ଅଛନ୍ତି, ଯିଏ ବିସ୍ଫୋରକ ବ୍ୟାଟିଂ ସହ ଟୁର୍ନାମେଣ୍ଟରେ ପ୍ରଭାବିତ ହୋଇଥିଲେ। ଦକ୍ଷିଣ ଆଫ୍ରିକାର ରସି ଭାନ୍ ଡେର୍ ଡୁସେନ୍ ଚତୁର୍ଥ ସ୍ଥାନରେ ଅଛନ୍ତି, ତା’ପରେ ବାଂଲାଦେଶର ଶାକିବ ଅଲ୍ ହାସନ୍ ଏବଂ ଅଲରାଉଣ୍ଡର ଭାବରେ ଇଂଲଣ୍ଡର ମୋଏନ୍ ଅଲି ଅଛନ୍ତି।

କ୍ରିକବଜ୍ ସହିତ ଏକ ବାର୍ତ୍ତାଳାପରେ କାର୍ତ୍ତିକ କହିଛନ୍ତି, “ମୁଁ ଇଏନ୍ ମୋର୍ଗାନ୍ଙ୍କୁ ଦଳରେ ରଖିବାକୁ ପସନ୍ଦ କରିଥାନ୍ତେ, ସେ ମୋ ପାଇଁ ଶ୍ରେଷ୍ଠ ଅଧିନାୟକ, କିନ୍ତୁ ସେ ଜଣେ ବ୍ୟାଟ୍ସମ୍ୟାନ୍ ଭାବେ ବିଶେଷ କିଛି କରିନାହାଁନ୍ତି। ତେଣୁ ମୁଁ ବାବର ଆଜାମ ଙ୍କୁ ଚୟନ କଲି ଏବଂ ଭ୍ୟାନ୍ ଡେର୍ ଡୁସେନ୍ ଜଣେ ସ୍ମାର୍ଟ ବ୍ୟାଟ୍ସମ୍ୟାନ୍।

ବୋଲିଂରେ କାର୍ତ୍ତିକ ଦୁଇ ସ୍ପିନର ୱାନିନ୍ଦର ହାସରଙ୍ଗା ଏବଂ ଆଡାମ ଜାମ୍ପା ଏବଂ ତିନି ଦ୍ରୁତ ବୋଲର ଟ୍ରେଣ୍ଟ ବୋଲ୍ଟ,,ଜସପ୍ରୀତ ବୁମରାହା ଏବଂ ଶାହିନ୍ ଆଫ୍ରିଦିଙ୍କୁ ଚୟନ କରିଛନ୍ତି। ସପ୍ରୀତ ବୁମରାହା ତାଙ୍କ ଦଳର ଏକମାତ୍ର ଭାରତୀୟ। ସେ ଏହି ଟୁର୍ନାମେଣ୍ଟରେ ଭାରତ ପାଇଁ 7 ୱିକେଟ୍ ନେଇଥିଲେ।