ସଂସ୍କାର: ଆଜିକାଲିର ଡିଜିଟାଲ ଯୁଗରେ ପ୍ରାୟ ଅଧିକାଂଶ ଲୋକ ମୋବାଇଲ ଓ ଲାପଟପକୁ ନିଜର ୧୨ ରୁ ୧୫ ଘଣ୍ଟା ସମୟ ଦିଅନ୍ତି। କାରଣ କରୋନା ଆସିବା ପରଠାରୁ ସମସ୍ତଙ୍କର କାମ ବର୍ତ୍ତମାନ ମୋବାଇଲ, କମ୍ପୁଟର ଓ ଲାପଟପରେ ହୋଇଯାଉଛି। ଜଣେ ଲୋକ ପ୍ରତିଦିନ ୧୨ ରୁ ୧୫ ଘଣ୍ଟା ଡିଜିଟାଲ ଭାବରେ ନିଜର ସମସ୍ତ କାମ ସମ୍ପୂର୍ଣ୍ଣ କରିଥାଏ। କିନ୍ତୁ କଣ ଆପଣ ଜାଣିଛନ୍ତି କି ବେଶୀ ସମୟ ଧରି ଏହି ସବୁ ଜିନିଷ ବ୍ୟବହାର କରିବା ଫଳରେ ଆପଣଙ୍କୁ ଅନେକ ରୋଗ ହୋଇଥାଏ। ତେବେ ଏହି ସବୁ ରୋଗରୁ ମୁକ୍ତି ସାମାନ୍ୟ ମୁକ୍ତି ପାଇବା ପାଇଁ ଆମେ କିଛି ଉପଚାର ବିଷୟରେ ଏଠାରେ ଉଲେଖ୍ୟ କରିଛୁ।
୧) ଏହି ସବୁ ଜିନିଷ ବ୍ୟବହାର କରିବା ପରେ ରାତିରେ ଶୋଇବା ସମୟରେ ଆପଣ ନିଜ ତ୍ୱଚାରେ ଟମାଟୋରେ ପ୍ରସ୍ତୁତ ପେଷ୍ଟ ଲଗାଇ ପାରିବେ। ଏହି ପେଷ୍ଟ ଲଗାଇବା ଦ୍ୱାରା ଆପଣଙ୍କ ତ୍ୱଚାରୁ ଡେଡ଼ ସେଲ ବାହାର ହୋଇଯିବ ଓ ଆପଣଙ୍କ ତ୍ୱଚା କୋମଳ ହେବ।
୨) ଦିନ ଯାକ ଲାପଟପ ଓ ମୋବାଇଲରେ କାମ କରିବା ଦ୍ୱାରା ଆଖି ଉପରେ ଏହାର ନକରାତ୍ମକ ପ୍ରଭାବ ପଡିଥାଏ। ତେଣୁ କିଛି ବରଫ ଖଣ୍ଡ ନେଇ ଆଖି ଚାରି ପାଖରେ ଘଷିବା ଦ୍ୱାରା ଆଖିର ଥକାପଣ ଦୂର ହୋଇଥାଏ ଓ ଆରାମ ଲାଗିଥାଏ।
୩) ଅନ୍ୟ ଏକ ଉପାୟ ହେଉଛି ଆପଣ ସବୁଦିନ ରାତିରେ ଶୋଇବା ପୂର୍ବରୁ ଗୋଲାପ ଜଳରେ ମୁହଁକୁ ପୋଛି ସୁଅନ୍ତୁ। ଏହା କରିବା ଦ୍ୱାରା ଦେଖିବେ ଆପଣଙ୍କ ତ୍ୱଚାରେ ଚମକ ଆସିବ।
୪) ଅଧିକ ସମୟ ମୋବାଇଲ ଓ ଲାପଟପ ବ୍ୟବହାର କରିବା ଦ୍ୱାରା ଆପଣଙ୍କ ତ୍ୱଚା ମଳିନ ହୋଇଯିବ। ତେଣୁ ଆପଣ ନିଜ ତ୍ୱଚାରେ ଲେମ୍ବୁ ଓ କାକୁଡି ରସ ଲଗାନ୍ତୁ। ଏହାଦ୍ୱାରା ଆପଣ ଉଜ୍ବଳ ତ୍ୱଚା ପାଇବେ। ଆସ୍ତେ ଆସ୍ତେ ଦେଖିବେ କିଛିଦିନ ମଧ୍ୟରେ ଆପଣଙ୍କ ତ୍ୱଚାରେ ଚମକ ଆସିବ।