ଆପଣଙ୍କୁ ବି ନିଶୁଳ୍କ କୋଭିଡ଼ ଟେଷ୍ଟ ପାଇଁ ଇମେଲ୍ ଆସୁଛି କି ! ହ୍ୟାକ୍ ହେଇଯାଇପାରେ ସବୁ ତଥ୍ୟ, ତୁରନ୍ତ ଏହି ଠିକଣାରେ ସମ୍ପର୍କ କରନ୍ତୁ …

ସତର୍କ ରୁହନ୍ତୁ । ଯଦି ଆପଣଙ୍କ ପାଖକୁ ମେଲ ଆସୁଛି ନିଶୁଳ୍କ କୋଭିଡ୍‌ ଟେଷ୍ଟ କରିବା ପାଇଁ ତେବେ ହୁସିଆର ରୁହନ୍ତୁ । ମେଲ ଖୋଲିବା ଆଣିପାରେ ଆପଣଙ୍କ ପାଇଁ ବିପଦ । ଆପଣଙ୍କ ପ୍ରୋଫାଇଲ୍‌ ଦ୍ଵାରା ହ୍ୟାକ୍‌ ହେଇଯାଇପାରେ ଆପଣଙ୍କ ଗୁରୁତ୍ଵପୂର୍ଣ୍ଣ ତଥ୍ୟ ସବୁ । ସୂଚନା ଅନୁଯାୟୀ ଇଣ୍ଡିଆନ୍ କମ୍ପ୍ୟୁଟର ଏମରଜେନ୍ସି ରିସୋର୍ସ ଟିମ୍‌ ଏକ ବଡ଼ ଧରଣର ସାଇବର ଆକ୍ରମଣ ହେବାର ଚେତାବନୀ ଦେଇଛି । ଏହା ଉଭୟ ବ୍ୟକ୍ତିବିଶେଷ ତଥା ବ୍ୟବସାୟୀଙ୍କ ପାଇଁ ଲାଗୁ ।

କରୋନା ମହାମାରୀ ଯୋଗୁ ସାରା ଦେଶ ଲକଡାଉନ ସ୍ଥିତିରେ ଓ ଭୟରେ । ଏପରି ସମୟରେ ଡିଜିଟାଲ ମାଧ୍ୟମରେ ଅପରାଧ ସଂଖ୍ୟା ବଢି ଚାଲିଛି । ହ୍ୟାକର୍‌ମାନେ ବେଶ୍ ସକ୍ରିୟ ହେଇ ଉଠିଛନ୍ତି । ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ଅଧୀନରେ ସାଇବର ନିରାପତ୍ତା ନେଇ ନୋଡାଲ ଏଜେନ୍ସି ଭାବେ କାମ କରୁଥିବା ସଂସ୍ଥା ତେଣୁ କରୋନାକୁ ନେଇ ଯଦି ନିଶୁଳ୍କ ପରେକ୍ଷଣ ପାଇଁ କିଛି ଇମେଲ୍‌ ଆସିଥାଏ, ତାକୁ ନ ଖୋଲିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଆଡ୍‌ଭାଇଜରଙ୍କ କହିବା ଅନୁଯାୟୀ ପ୍ରାୟ ୨ ମିଲିୟନ୍‌ ଇମେଲ୍‌ ଆଇଡି ରହିଛି ଯେଉଁଥିରୁ ଏମିତି ଫେକ୍‌ ଇମେଲ୍‌ ଆସୁଛି । ଦିଲ୍ଲୀ, ମୁମ୍ବାଇ, ହାଇଦ୍ରାବାଦ, ଚେନ୍ନାଇ ଏବଂ ଅହମ୍ମଦାବାଦ ଭଳି ସ୍ଥାନରେ ଲୋକମାନଙ୍କୁ ଏମିତି ଇମେଲ୍‌ ଅଧିକ ଆସୁଥିବାବେଳେ ଇମେଲ୍‌ରେ ଲେଖା ରହୁଛି ଯେ ସମ୍ପୃକ୍ତ ଅଞ୍ଚଳରେ ରହୁଥିବା ଲୋକଙ୍କ ପାଇଁ ନିଶୁଳ୍କ କୋଭିଡ୍‌-୧୯ଟେଷ୍ଟ ବ୍ୟବସ୍ଥା ରହିଛି ।

ତେବେ ଯଦି ଆପଣଙ୍କ ପାଖକୁ ବି ଏହିପରି ଇମେଲ୍‌ ଆସେ ତେବେ ତାକୁ ତୁରନ୍ତ ଡିଲିଟ୍‌ କରି ଦିଅନ୍ତୁ । ଇଣ୍ଡିଆନ୍ କମ୍ପ୍ୟୁଟର ଏମରଜେନ୍ସି ରିସୋର୍ସ ଟିମ୍‌ କହିବା ଅନୁଯାୟୀ ଆଣ୍ଟି ଭାଇରସ୍‌ ଟୁଲ୍‌ର ବ୍ୟବହାର କରି କିମ୍ବା ଇଣ୍ଡିଆନ୍ କମ୍ପ୍ୟୁଟର ଏମରଜେନ୍ସି ରିସୋର୍ସ ଟିମ୍‌କୁ ରିପୋର୍ଟ କରି ଆପଣ ଆଗତ ବିପଦରୁ ବଞ୍ଚି ଯାଇପାରିବେ । ଏମିତି ଇମେଲ୍‌ରେ କୋଭିଡ୍‌ କିଟ୍‌ ଏବଂ ରିୱାର୍ଡକୁ ନେଇ ମଧ୍ୟ ଉଲ୍ଲେଖ ରହିଥାଏ ଯାହା ଅଜାଣତରେ ଆପଣଙ୍କ ଗୁରୁତ୍ଵପୂର୍ଣ୍ଣ ତଥ୍ୟକୁ ହ୍ୟାକର୍ ପାଖରେ ପହଞ୍ଚାଇବାରେ ସଫଳ କରାଏ ।

Leave a Reply

Your email address will not be published. Required fields are marked *