ସଂସ୍କାର : କୁହାଯାଏ ଚାହା ସହିତ କିଛି ନା କିଛି ଖାଇବା କଥା । ଖାଲି ଚା ଖାଇଲେ ପେଟ ସମସ୍ୟା ଦେଖାଯାଏ । କିନ୍ତୁ ଗବେଷଣାରୁ ଜଣାପଡିଛି କି ଚାହା ସହିତ ଏମିିତି କିଛି ଜିନିଷ ଅଛି ଖାଇବା କଥା ନୁହେଁ । ଖାଇଲେ ବିଷ ସଦୃଶ ହୋଇଥାଏ। ଯାହାଦ୍ୱାରା ଆପଣଙ୍କ ରକ୍ତ କମିଯିବ, କୋଷ୍ଠକାଠିନ୍ୟ ଓ ଆୟୋଡିନ କମ ହୋଇଯିବ। ତେବେ ଆସନ୍ତୁ ଜାଣିବା ସେହି ସବୁ ଖାଦ୍ୟ ବିଷୟରେ …
୧) ଅଣ୍ଡା :
ବହୁତ ଲୋକ ଅଛନ୍ତି ଅଣ୍ଡା ସହିତ ଚା ପିଇବାକୁ ପସନ୍ଦ କରନ୍ତି।ଏଭଳି ସେବନ ଶରୀର ପକ୍ଷେ ହାନିକାରକ । ଚାହା ପତିରେ ଥିବା ଟୋନିକ ଏସିଡ ଅଣ୍ଡାର ପ୍ରୋଟିନ ସହ ମିଶି ଟୋନିକ ଏସିଡ ତିଆରି କରିଥାନ୍ତି । ଯାହାଦ୍ୱାରା ଆମର ଶରୀରରେ ପେରିଷ୍ଟାଲ୍ପିସ କାର୍ଯ୍ୟକୁ ଧୀମା କରାଇଥାଏ ।
୨) ଆଇରନ ଏବଂ ପ୍ରୋଟିନଯୁକ୍ତ ଖାଦ୍ୟ :
ଚାହା ସହିତ ବିଲକୁଲ ବି ଆଇରନ କିମ୍ବା ପ୍ରୋଟିନ ଯୁକ୍ତ ଖାଦ୍ୟ ଖାଇବା କଥା ନୁହେଁ। ଏହି ସବୁ ତତ୍ୱ ଶରୀରରେ ପ୍ରୋଟିନ ଏବଂ ଆଇରନର ଅବଶୋଷଣକୁ ରୋକିବ।
୩) ସବୁଜ ପନିପରିବା :
ଏଥିରେ ଗ୍ରୋଇଟ୍ରୋଗନ୍ସ ଉପାଦାନ ରହିଥାଏ। ଏହା ଥାଇରଏଡ ଗ୍ରନ୍ଥି ଦ୍ୱାରା ଆୟୋଡିନର ଅବଶୋଷଣ ହସ୍ତକ୍ଷେପ କରିଥାଏ । ଯାହାଦ୍ୱାରା ଆପଣଙ୍କର ଆୟୋଡିନ କମ ହୋଇପାରେ।
୪) ମିଠା ବିସ୍କୁଟ :
ଚାହା ସହିତ ମିଠା ବିସ୍କୁଟ ଖାଇବା ଦ୍ୱାରା ଆପଣଙ୍କ ଶରୀର ଖରାପ ହୋଇପାରେ। କାରଣ ମିଠା ମାତ୍ରା ଶରୀରରେ ବଢିଯାଇଥାଏ। ଯାହାଦ୍ୱାରା ରୋଗ ପ୍ରତିରୋଧକ କ୍ଷମତା କମିଯାଏ ।