ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନୋଟିସ ଜାରି କଲା ସ୍ୱାସ୍ଥ୍ୟ ବିଭାଗ। ଏବେ ଗୋଲ୍ ଗୋଲ୍ ଅକ୍ଷରରେ ଔଷଧ ଚିଠା ଲେଖିବେ ଡାକ୍ତର…

ଏଣିକି ଡାକ୍ତରମାନେ ଔଷଧ ଚିଠାରେ ଗୋଲ୍ ଗୋଲ୍ ଲେଖିବେ । ଔଷଧ ଚିଠାରେ ଆଉ ଆଗ ଭଳି କଟାଛଟା ଆକ୍ଷରରେ ଲେଖିପାରିବେନି ଡାକ୍ତର।

ସେଥିଲାଗି ଡାକ୍ତରମାନଙ୍କୁ ପରିଷ୍କାର ଅକ୍ଷରରେ ଲେଖିବାକୁ ବିଭାଗୀୟର ନିର୍ଦ୍ଦେଶ ରହିଛି । ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନୋଟିସ କଲା ସ୍ୱାସ୍ଥ୍ୟ ବିଭାଗ ।

ଡାକ୍ତରୀ ଚିଠା, ପିଏମ୍‌ ରିପୋର୍ଟ ପ୍ରାଞ୍ଜଳ ଭାବେ ଲେଖିବାକୁ ରହିଛି ନିର୍ଦ୍ଦେଶ । ଲେଖା ଏମିତି ହେବା ଦରକାର ଯେମିତି କିଛି ସଂଶୟ ଉପୁଜୁନଥିବ । ଯେପରି ସମସ୍ତେ ସହଜରେ ପଢିପାରିବେ ।