ସଂସ୍କାର :- ଆଜିର ସମୟରେ ସମସ୍ତେ ଗୋଟିଏ ଗୋଟିଏ ରେକର୍ଡ କରିବା ପାଇଁ ଇଛୁକ । ସେ ଯେକୋୖଣସି ଜିନିଷରେ ରେକର୍ଡ ହେଉନା କାହିଁକି। ଆଉ ଯଦି କଥା ଗିନିଜ୍ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡ ର ଉଠେ, ତେବେ ସମସ୍ତେ ଚାହାନ୍ତି ଏହି ରେକର୍ଡ ବୁକରେ ଗୋଟିଏ ଥର ସ୍ଥାନ ପାଇବା ପାଇଁ। ସେ ମଣିଷ ହେଉ ଅବା ମଣିଷ ପାଳିଥିବା କୌଣସି ଜୀବ।
ହଁ ! ଆଜି ଆମେ ଆପଣଙ୍କୁ ଏକ ପାଳିତ ଛୋଟ କୁକୁର ବିଷୟରେ କହିବୁ ଯିଏକି ବେଲୁନ୍ ଫଟାଇ ଗିନିଜ୍ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡରେ ନିଜର ନାମ ସ୍ଥାନ ଦେଇଛି।
ଗିନିଜ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡର ଅଫିସିଆଲ୍ ଇନଷ୍ଟାଗ୍ରାମ ପୃଷ୍ଠାରୁ ଏକ ଭିଡିଓ ସେୟାର କରାଯାଇଛି ଯେଉଁଥିରେ ଏକ କୁକୁର ବେଲୁନ୍ ଫଟାଉଛି। ଏହି ଭିଡିଓଟି ଅତ୍ୟନ୍ତ ସ୍ୱତନ୍ତ୍ର କାରଣ ଏହି ଛୋଟ କୁକୁରଟି ବେଲୁନ୍ ଫଟାଇବା ପାଇଁ ଏକ ବିଶ୍ୱ ରେକର୍ଡ ସୃଷ୍ଟି କରିଛି।
ଗିନିଜ୍ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡରେ ଟ୍ୱିଙ୍କି ନାମକ ଏକ କୁକୁରର ୧୦୦ଟି ବେଲୁନ୍ ଫଟାଇ ବିଶ୍ୱ ରେକର୍ଡ କରିଛି। ଯାହାର ଭିଡ଼ିଓ ସୋସିଆଲ ମିଡ଼ିଆରେ ସେୟାର କରାଯାଇଛି। କ୍ୟାପସନରେ ଲେଖା ହୋଇଛି ଯେ ଏହି କୁକୁରଟି ବେଲୁନ୍ ଫଟେଇ ପାରୁଥିବା ଶକ୍ତି ପାଇଁ ନିଜକୁ ବହୁତ ଗର୍ବିତ ଅନୁଭବ କରୁଛି।
ଭିଡିଓ ଦେଖିବା ପାଇଁ ଏଠାରେ କ୍ଲିକ କରନ୍ତୁ – https://www.instagram.com/reel/CRqqtKCI87C/?utm_source=ig_web_button_share_sheet