ଶ୍ରୀମନ୍ଦିର ସମ୍ମୁଖରେ ବୁଲା କୁକୁରଙ୍କ ଆତଙ୍କ । କୁକୁର କାମୁଡ଼ାରେ ୨ ବର୍ଷର ଶିଶୁ ଗୁରୁତର ହୋଇଛି ।
ଦର୍ଶନ ପାଇଁ ଯାଉଥିବା ବେଳେ ଶିଶୁଟିର ଆଖିକୁ କାମୁଡ଼ିଦେଇଛି ବୁଲା କୁକୁର । ମହାପ୍ରଭୁଙ୍କ ଦର୍ଶନ ପାଇଁ ବଡଦାଣ୍ଡରେ ଭିଡ ଲାଗିଥିବାବେଳେ ୨ ବର୍ଷର ଶିଶୁକୁ ବଡ ଦାଣ୍ଡରେ ଭିଣିଦେଇଥିଲା ବୁଲା କୁକୁର ।
ଶିଶୁର ଆଖିକୁ କୁକୁର କାମୁଡି ଦେଇଥିବାରୁ ଶିଶୁଟି ଗୁରୁତର ରହିଛି । ଶିଶୁକୁ ତୁରନ୍ତୁ ଆଶୁ ଚିକିତ୍ସା ପାଇଁ ବଡ ଦାଣ୍ଡରେ ଥିବା ଚିକିତ୍ସା କେନ୍ଦ୍ରକୁ ନିଆଯାଇଥିବା ଜଣାପଡିଛି ।