ସଂସ୍କାର : ବାଘ ସମ୍ମୁଖରେ ବଡ଼ ବଡ଼ ଜନ୍ତୁ ହାର ମାନିଯାଆନ୍ତିି। କିନ୍ତୁ ଏଭଳି ଏକ ଭିଡ଼ିଓ ସାମ୍ନାକୁ ଆସିଛି, ଯାହାକୁ ଦେଖି ସମସ୍ତେ ଚକିତ ହୋଇଯାଇଛନ୍ତି। ଏହି ଭିଡ଼ିଓରେ ଏକ ବାଘ ଗଛ ତଳେ ଶୋଇଥିବାବେଳେ ଏକ କୁକୁର ଉକ୍ତ ବାଘ ନିକଟ ଦେଇ ଏଭଳି ଚାଲିଆସିଲା ଯେପରିକି ସେଠାରେ ବାଘ ନୁହେଁ ଛେଳି ଶୋଇଛି ସେଭଳି ସେ ଅନୁଭବ କଲା।

କେବଳ ଏତିକି ନୁହେଁ ଯେତେବେଳେ ବାଘ ନିଦରୁ ଉଠିଲା ସେତେବେଳେ କୁକୁରଟି ଭୟରେ ଦୌଡ଼ିବା ବଦଳରେ ବାଘ ଉପରେ ଭୁକିବାରେ ଆରମ୍ଭ କରିଥିଲା। କିନ୍ତୁ ବାଘ ତ ବାଘ ହିଁ ରହିବ। ବାଘକୁ ୧୦ ସେକେଣ୍ଡ ଲାଗିନଥିଲା ତାର ଶିକାର ବନାଇବା ପାଇଁ।
ଏହି ଭିଡ଼ିଓକୁ ଜଣେ ୟୁଜର ଶେୟାର କରି କ୍ୟାପଶନ ଲେଖିଛନ୍ତି ଯେ, ଶୋଇଥିବା ବାଘକୁ ହାଲୁକା ଭାବେ ଭାବିବା ଉଚିତ ନୁହେଁ, ନ ହେଲେ ଏପରି ଅବସ୍ଥା ହେବ।