ଯୌତୁକ ମାଗିବା ଆଇନ ଅନୁଯାୟୀ ଦଣ୍ଡନୀୟ ଅପରାଧ। ହେଲେ ମଧ୍ୟ ଲୋକେ ସୁଧୁରୁ ନାହାନ୍ତି। ସରକାରୀ ଚାକିରିଆ କହୁଛନ୍ତି ମତେ ଯୌତୁକରେ ଜାଗୁଆର କାର ଦରକାର । ତୋ ବାପା ଯଦି କାର ନ ଦେବେ ତାହାଲେ ତୁ ତୋ ବାପ ଘରକୁ ଚାଲିଯାଆ ବୋଲି କହିଛନ୍ତି ସ୍ବାମୀ। ଯୌ-ତୁକ ମାଗିବା ସଭ୍ୟ ସମାଜରେ ଭଦ୍ର ବ୍ୟକ୍ତିଙ୍କ କାର୍ଯ୍ୟ ନୁହେଁ । ହେଲେ ସମାଜ ଯେତେ ଆଗକୁ ବୃଦ୍ଧି ପାଉଥିଲେ ବି ଏବେ ବି ବଞ୍ଚିଛି ଯୌତୁକ ରୂପୀ ପ୍ରଥା।
ଜଣେ ଡାକ୍ତର ତାଙ୍କ ପତ୍ନୀଙ୍କୁ ଦାବି କରୁଛନ୍ତି ଜାଗୁଆର୍ କାର । ସବୁବେଳେ ପତ୍ନୀଙ୍କୁ ଧମକ ଦେଉଛନ୍ତି ତୋ ବାପାକୁ କହି ମତେ ଏକ ଜାଗୁଆର କାର ଆଣି ଦେ । ଆଉ ସ୍ତ୍ରୀ ନିଜ ବାପାଙ୍କୁ କାର ମାଗିବାକୁ ମନା କଲେ ଡାକ୍ତର ସ୍ବାମୀ ସ୍ତ୍ରୀଙ୍କୁ ଦେଉଛି ଅକଥନୀୟ ନିର୍ଯାତନା ।
ଧୀରେ ଧୀରେ ଏବେ ଯୌତୁକ ପ୍ରଥା କମିବାରେ ଲାଗିଛି। ଏମିତିକି ଗାଁ ଗହଳରେ ମଧ୍ୟ ଏହି ପ୍ରଥା ବହୁତ କମିଛି। ହେଲେ ଦୁର୍ଭାଗ୍ୟ ଓ ଅତ୍ୟନ୍ତ ଲଜ୍ୟାର କଥା ଗାଁ ଗହଳିର ଲୋକେ ନିଜକୁ ଯୌତୁକ ଠାରୁ ଦୂରେଇ ରଖୁଥିବା ବେଳେ ଜଣେ ଡାକ୍ତରଙ୍କ ଏଭଳି କାର୍ଯ୍ୟ ଏବେ ସମସ୍ତଙ୍କୁ ଚକିତ କରିଛି । ସ୍ବାମୀଙ୍କ କହିବା କଥା ସ୍ତ୍ରୀର ବାପା ଯୌତୁକରେ ଜାଗୁଆର କାର ଦେଲେ ଡାକ୍ତର ସ୍ବାମୀ କାର ଚଢ଼ି ଡାକ୍ତରଖାନା ଯିବେ । ଆଉ ସ୍ତ୍ରୀ ସ୍ଵାମୀଙ୍କର ଏହି ଇଚ୍ଛା ଯେତେବେଳେ ପୂରଣ ନ କଲା ସେତେବେଳେ ସ୍ବାମୀ ସ୍ତ୍ରୀଙ୍କୁ ମାଡ ମାରିଥିଲେ । ଆଉ ଯେତେବେଳେ ଅତ୍ୟାଚାର ସିମାପାର କରିଥିଲା ସେତେବେଳେ ଶେଷରେ ସ୍ତ୍ରୀ ବାଧ୍ୟ ହୋଇ ଥାନାକୁ ଯାଇଥିଲେ।
ଏହି ଘଟଣା ହେଉଛି ରାଜଧାନି ଭୁବନେଶ୍ୱରର । ତେବେ ଏହି ଘଟଣା ଲୋକ ଲୋଚନକୁ ଆସିବା ପରେ ସ୍ଥାନୀୟ ଅଞ୍ଚଳରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ଦେଖିବାକୁ ବାକି ରହିଲା ପୋଲିସ ଏହି ଡାକ୍ତର ସ୍ବାମୀଙ୍କ ଉପରେ କେଉଁ ଭଳି କାର୍ଯ୍ୟଅନୁଷ୍ଠାନ ଗ୍ରହଣ କରିବ।