IPL 2020 ଟାଇଟଲ୍ ସ୍ପନସର ଚୀନ୍ କମ୍ପାନୀ ଭିଭୋ ପରିବର୍ତ୍ତେ, ଜାଣନ୍ତୁ କେତେ ଟଙ୍କାରେ ବାଜି ମାରିନେଲା ଏହି କମ୍ପାନୀ

Dream11 wins IPL 2020 title sponsorship

ଚଳିତ ବର୍ଷ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ରେ ଆୟୋଜିତ ହେବାକୁ ଥିବା IPL 2020 ର ଟାଇଟଲ୍ ପ୍ରାୟୋଜକ ଅନ୍ ଲାଇନ୍ କମ୍ପାନୀ ଡ୍ରିମ୍ 11 ବାଜି ମାରିଛି, ଚାଇନାର ମୋବାଇଲ୍ କମ୍ପାନୀ ଭିଭୋ କୁ ଏହି ଟୁର୍ନାମେଣ୍ଟର ଟାଇଟଲ୍ ପ୍ରାୟୋଜକ ତ୍ୟାଗ କରିବାକୁ ପଡିଛି । ଉଲ୍ଲେଖନୀୟ କଥା ହେଉଛି, ପ୍ରାୟୋଜକ ଦୌଡରେ ସ୍ୱାମୀ ରାମଦେବଙ୍କ କମ୍ପାନୀ ପତଞ୍ଜଳି, ଟାଟା, ବାୟଜୁଜ ମଧ୍ୟ ଥିଲେ, କିନ୍ତୁ ଡ୍ରିମ୍ 11 ସମସ୍ତଙ୍କୁ ପଛରେ ପକାଇ ଦେଇଛନ୍ତି।

ଚୀନ୍ କମ୍ପାନୀ ଭିଭୋ ଆଇପିଏଲ ଟାଇଟଲ୍ ସ୍ପନସରରୁ ବାଦ୍ ପଡିବା ପରେ ବିସିସିଆଇକୁ ନୂଆ ସ୍ପନସର୍ ରୂପେ ଚଳିତ ବର୍ଷ ଡ୍ରିମ୍ 11 ମିଳିଯାଇଛି । ଡ୍ରିମ୍ 11 ଆଇପିଏଲର ୧୩ତମ ସଂସ୍କରଣ ପାଇଁ ଆଇପିଏଲ ଟାଇଟଲ୍ ସ୍ପନସର୍ ହେବ । ଡ୍ରିମ୍ 11 ଚଳିତ ବର୍ଷ 222 କୋଟି ଟଙ୍କାରରେ ଆଇପିଏଲ୍ 2020 ର ଟାଇଟଲ୍ ପ୍ରଯୋଜକ ଜିତିଛି ।

ଏହି ରେସରେ ଟାଟା ଗୃପ ସହ ଅନେକ ବଡବଡ ନାଁ ସାମିଲ ଥିଲେ ଏଭଲିକି ଅନଆକାଡେମୀ, ଟାଟା ଓ ବାୟଜୁ ଥିଲେ । ଅନଆକାଡେମୀ 210 କୋଟି, ଟାଟା 180 କୋଟି ଓ ବାୟଜୁ 125 କୋଟିରେ ନିଲାମ ଡାକିଥିଲେ । କିନ୍ତୁ ଶେଷରେ ଡ୍ରିମ୍ 11 ଚଳିତ ବର୍ଷ ଆଇପିଏଲ୍ 2020 ର ଟାଇଟଲ୍ ପ୍ରଯୋଜକ ଜିତି ନେଇଛି ।

Leave a Reply

Your email address will not be published. Required fields are marked *