ଫେଲ୍ ମାରିଲା ମହିଳା ବେଶରେ ଡ୍ରଗମାଫିଆଙ୍କ ଫେରାର ଉଦ୍ୟମ

ସଂସ୍କାର: ଜେଲରୁ ଖସିବା ପାଇଁ ହୋଇଥିଲା ଷଡଯନ୍ତ୍ର । ପୋଲିସ ଆଖର ସାମନାରେ ଝିଅ ଡ୍ରେସ ପିନ୍ଧି ଜେଲରୁ ବାହାରିଗଲେ କୁଖ୍ୟାତ ଅପରାଧୀ । କିନ୍ତୁ ପୋଲିସ ଏ କଥା ଜାଣିପାରିଲା ନାହିଁ । ଡ୍ରଗ ମାଫିଆଙ୍କ ଗେଟଅପ ଦେଖି ପୋଲିସ ଟିକେ ହେଲେ ବି ସନ୍ଦେହ କରିପାରିନଥିଲା । ମାତ୍ର ଏତେ କଷ୍ଟ କଲା ପରେ ମଧ୍ୟ ସେ ଖସିଯାଇପାରିନଥିଲା , କିଛି ସମୟ ମଧ୍ୟରେ ସେ ପୁଣି ଧରାପଡିଯାଇଥିଲା । ଏହି ଅଭାବନୀୟ ଘଟଣା ପାରାଗୁଏରେ ଦେଖିବାକୁ ମିଳିଛି ।

ଅପରାଧୀଙ୍କ ସିଜର୍ ଅର୍ଟିଜ୍ । ତାକୁ Gordito Lindo କିମ୍ବା Cute Chubby ମଧ୍ୟ କୁହାଯାଏ । ପାରାଗୁଏର ରାଜଧାନୀ ଆସୁନିଅନରେ ଥିବା ଜେଲରୁ ସିଜର୍ ଫେରାର ମାରିବାକୁ ଚେଷ୍ଟା କରିଥିଲା । ଘଟଣାଦିନ ଜଣେ ମହିଳା ତାଙ୍କୁ ଭେଟିବାକୁ ଆସିଥିଲେ । ସିଜର୍ ତାଙ୍କ ସହିତ କିଛି ସମୟ ପାଇଁ ଏକ ବ୍ୟକ୍ତିଗତ କୋଠରୀକୁ ଯାଇଥିଲେ ।

କିଛି ସମୟ ପରେ ସେ ଏକ ଅଲିଭ୍ ରଙ୍ଗର ବ୍ଲାଉଜ୍ ଏବଂ ନୀଳ ସ୍କର୍ଟ ପିନ୍ଧି ବାହାରି ଆସିଥିଲେ । ସେ ନଖରେ ଧଳା ନେଲପଲିସ୍, ନକଲି ଆଖିପତା, ମୁହଁରେ ମେକଅପ୍ ଲଗାଇ ଏକ ୱିଗ୍ ପିନ୍ଧି ବାହାରି ଥିଲେ । ଫଳରେ ସେ ସିଜର ବୋଲି ପୋଲିସ୍ ଜାଣି ପାରିନଥିଲା । ତେବେ ମହିଳା ଗେଟଅପରେ ଥିବାରୁ ଚେକ୍ ପଏଣ୍ଟରେ ସିଜରଙ୍କ ଉପରେ କେହି ଧ୍ୟାନ ଦେଇ ଦେଇନଥିଲେ।

ଶେଷରେ କୁଖ୍ୟାତ ଅପରାଧୀ ପାଇଁ ମଉକା ମିଳିଗଲା । ହେଲେ ଜେଲ ଠାରୁ କିଛି ଦୂର ଯିବାପରେ ସିଜରକୁ ପୁଣି ଧରି ପକାଇଲା ପୋଲିସ୍ । ତେବେ ଏହି ମାମଲାରେ ସହଯୋଗ କରିଥିବାରୁ ଆଉ ତିନି ଜଣଙ୍କୁ ଗିରଫ କରାଯାଇଛି । ସମସ୍ତେ ସିଜରକୁ ଜେଲରୁ ଖସିଯିବା ପାଇଁ ସାହାଯ୍ୟ କରିଥିବା ଅଭିଯୋଗ ହୋଇଛି ।

ସୂଚନାଯୋଗ୍ୟ ସିଜର୍ , ଲାଟିନ୍ ଆମରିକା ଡ୍ରଗ୍ ଡିଲଂ ଗ୍ୟାଙ୍ଗର ଦ୍ୱିତୀୟ କୁଖ୍ୟାତ ଅପରାଧୀ। ଏହି ଘଟଣା ପରେ ସିଜରକୁ ଅନ୍ୟ ଜେଲକୁ ପଠାଇ ଦିଆଯାଇଛି । ତେବେ ଏନେଇ ତାଙ୍କ ସ୍ତ୍ରୀ ଜେସିକା ସେଲେନିଆ ଅଭିଯୋଗ କରିଛନ୍ତି। ସ୍ୱାମୀଙ୍କୁ ପୁଣି ପୁରୁଣା ଜେଲକୁ ଫେରାଇ ଆଣିବାକୁ ଦାବି କରିଛନ୍ତି । ଅନ୍ୟପଟେ ଏହି ମାମଲାରେ ଯାଂଚ ନିର୍ଦ୍ଦେଶ ଦିଆଯାଇଛି ।

Leave a Reply

Your email address will not be published. Required fields are marked *