ସଂସ୍କାର : ଭୁବନେଶ୍ୱରରେ ବଢୁଛି ଡ୍ରଗ୍ସ କାରବାର। ଡ୍ରଗ୍ସ ବେପାରୀଙ୍କ କବ୍ଜାକୁ ଆସିଗଲାଣି ରାଜ୍ୟ ରାଜଧାନୀ ଭୁବନେଶ୍ୱର। ଯେତେ ରେଡ୍ ଓ ଗିରଫ ସଂଖ୍ୟା ବଢୁଥିଲେ ହେଁ ଏହି କାରବାର ଥମିବାର ନାଁ ନେଉନାହିଁ । ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଏହି କାରବାରରେ ପୁରୁଷଙ୍କ ଅପେକ୍ଷା ମହିଳାଙ୍କ ସମ୍ପୃକ୍ତି ଅଧିକ ରହିଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ଏବେ ଚିନ୍ତାରେ ରହିଛି ପୋଲିସ।
ରାଜ୍ୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଭୁବନେଶ୍ୱରରୁ ୫ ମାସରେ ୭ ଜଣ ମହିଳା ଡ୍ରଗ୍ସ ମାଫିଆ ଗିରଫ ହୋଇସାରିଲେଣି। ଭୁବନେଶ୍ୱରରେ ଡ୍ରଗ୍ସ କାରବାର ବୃଦ୍ଧି ପାଉଥିବାବେଳେ କମିଶନରେଟ୍ ପୋଲିସ ଆରମ୍ଭ କରିଛି ସ୍ପେଶାଲ ଡ୍ରାଇଭ । ଗତ ୫ ମାସ ମଧ୍ୟରେ ମୋଟ ୨୪ଟି ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି । ଏହାସହିତ ୭ଜଣ ମହିଳା ନିଶା ମାଫିଆଙ୍କୁ କମିଶନରେଟ ପୋଲିସ ଗିରଫ କରିବା ପରେ ସେମାନଙ୍କ ଠାରୁ ପୁଳାପୁଳା ବ୍ରାଉନସୁଗାର ଆଉ ଟଙ୍କା ଜବତ ହୋଇଛି ।
ସେପଟେ ନିଶା କାରବାରରେ ମହିଳାମାନେ ସଂପୃକ୍ତ ଥିବାରୁ ସେମାନଙ୍କୁ ଧରିବାର ସହଜ ନୁହେଁ ବୋଲି ଭୁବନେଶ୍ୱର ଡିସିପି କହିଛନ୍ତି । ତେଣୁ ଏହି ସ୍ପେଶାଲ ଡ୍ର୍ରାଇଭ ମାଧ୍ୟମରେ ଆମେ ତଦନ୍ତକୁ ଆହୁରି ଜୋରଦାର କରିବାକୁ ଚେଷ୍ଟା କରିଛୁ ବୋଲି ଡିସିପି କହିଛନ୍ତି । ସେପଟେ ଅବକାରୀ ବିଭାଗ ମଧ୍ୟ ସ୍ପେଶାଲ ଡ୍ରାଇଭକୁ ଜୋରଦାର କରିଛି ।
ଗତ ୬ ମାସ ମଧ୍ୟରେ ରାଜଧାନୀରେ ଗିରଫ ହୋଇଥିବା ମହିଳାଙ୍କ ଠାରୁ ୧୨୦୦ ଗ୍ରାମର ବ୍ରାଉନ ସୁଗାର ଜବତ ହୋଇଛି । ବସ୍ତି ର ଗଳିକନ୍ଦିରେ ମହିଳାମାନେ ବ୍ର୍ରାଉନସୁଗାର ଓ ମଦ ବେପାର କରୁଥିବାରୁ ଆଗକୁ ବସ୍ତିଗୁଡ଼ିକ ଉପରେ ଫୋକସ କରାଯିବ ବୋଲି କହିଛନ୍ତି ଭୁବନେଶ୍ୱର ଅବକାରୀ ବିଭାଗ ଅଧିକାରୀ।