ସଂସ୍କାର: କାର ହେଉ ଅବା ଅନ୍ୟକୌଣସି ଯାନ ଚଳାଇବା ସମୟରେ ମଦ୍ୟପାନ କରିବା ଅପରାଧ ଅଟେ। ରାଜପଥ ଏବଂ ସଡ଼କ ଉପରେ, ଏହି ବିଷୟରେ ଚେତାବନୀ ବଡ଼ ବଡ଼ ଅକ୍ଷରରେ ଲେଖାଯାଇଛି। ମଦ୍ୟପାନର ପ୍ରଭାବରେ ଗାଡି ଚଲାନ୍ତୁ ନାହିଁ। ସରକାର ମଧ୍ୟ ଅନେକ ସଚେତନତାମୂଳକ କାର୍ଯ୍ୟ ହାତକୁ ନେଇଥାନ୍ତି। ତେବେ ନିଶାସକ୍ତ ଅବସ୍ଥାରେ ଗାଡି ଚଳାଇବାରେ ଧରାପଡ଼ିବା ଦ୍ୱାରା କେବଳ ଜରିମାନା ଦେବାକୁ ପଡେ ନାହିଁ, ବରଂ ଜେଲ ମଧ୍ୟ ହୋଇପାରେ। ଏହା ପରେ ବି ଲୋକମାନେ ସେମାନଙ୍କ ଜୀବନ ଏବଂ ରାସ୍ତାରେ ଯାଉଥିବା ଅନ୍ୟ ଲୋକଙ୍କ ଜୀବନକୁ ଖାତିର ନକରି ମଦ୍ୟପାନ କରି ଗାଡି ଚଳାଉଥିବାର ଅନେକ ଥର ଦେଖାଯାଇଛି।
ଆମେରିକାର ଟେକ୍ସାସରେ ଯେତେବେଳେ ଜଣେ ଯୁବତୀ ମଦ୍ୟପାନ କରି କାର ଚଳାଇ ଧରାପଡିଥିଲେ, ସେତେବେଳେ ସେ ତାଙ୍କୁ ଛାଡିବା ପାଇଁ ଜଣେ ପୋଲିସ କର୍ମଚାରୀଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ପ୍ରସ୍ତାବ ଦେଇଥିଲେ। ‘ଡେଲି ଷ୍ଟାର’ର ରିପୋର୍ଟ ଅନୁଯାୟୀ, ମଦ୍ୟପାନ କରି ଗାଡ଼ି ଚଳାଇବା ସମୟରେ ତାଙ୍କ କାର ସହିତ ଟ୍ରାଫିକ ସାଇନ୍ ବୋର୍ଡକୁ ଧକ୍କା ଦେଇଥିଲେ ଅଭିଯୁକ୍ତ ମହିଳା। ତେବେ ପୋଲିସ ତାଙ୍କୁ ଧରିବା ପରେ ପୋଲିସ କର୍ମଚାରୀଙ୍କୁ ନଗଦ ଟଙ୍କା ଏବଂ ଯୌନ ସମ୍ପର୍କ ରଖିବାକୁ ଅଫର୍ ଦେଇଥିଲେ ଏହି ଯୁବତୀ।
ବୁଧବାର (ଏପ୍ରିଲ୍ 20) ଟେକ୍ସାସର ହ୍ୟୁଷ୍ଟନରେ ଏହି ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି ଯେ ଜଣେ ଯୁବତୀ ଅନିୟନ୍ତ୍ରିତ ଭାବରେ କାର ନେଇ ରାସ୍ତାରେ ଯାଉଥିଲା। ଆଉ ପରେ ସେ ରାସ୍ତାରେ ଥିବା ଟ୍ରାଫିକ ସଙ୍କେତକୁ ଧକ୍କା ଦେଇଥିଲେ।
ତେବେ ଯେତେବେଳେ ପୋଲିସ ଯୁବତୀଙ୍କୁ ଖୋଜି ଖୋଜି ଧରିଥିଲା, ପୋଲିସ ଷ୍ଟେସନ ନେବା ସମୟରେ ସେତେବେଳେ ନିଶାସକ୍ତ ଯୁବତୀ ଜଣକ ପୋଲିସ ଅଧିକାରୀଙ୍କୁ ଲାଞ୍ଚ ଦେବାକୁ ଚେଷ୍ଟା କରିଥିଲେ। ଯେତେବେଳେ ଅଧିକାରୀ ରାଜି ହୋଇନଥିଲେ, ଅଭିଯୁକ୍ତ ଯୁବତୀ ଯୌନ ସମ୍ପର୍କ ରଖିବାକୁ ମଧ୍ୟ ପ୍ରସ୍ତାବ ଦେଇଥିଲା। ଏହି ଘଟଣାରେ ସମ୍ପୃକ୍ତ ଥିବା କନଷ୍ଟେବଳ ପୁରା ଘଟଣା ବିଷୟରେ ଫେସବୁକରେ ଏକ ପୋଷ୍ଟ ଲେଖିଛନ୍ତି। ଯାହା ଉପରେ ଲୋକମାନେ ବିଭିନ୍ନ ପ୍ରକାରର ପ୍ରତିକ୍ରିୟା ଦେଉଛନ୍ତି। ବର୍ତ୍ତମାନ ଅଭିଯୁକ୍ତ ଯୁବତୀ ପୋଲିସ ହେପାଜତରେ ଅଛନ୍ତି ଏବଂ ଜାମିନ ପାଇବାକୁ ଅପେକ୍ଷା କରିଛନ୍ତି।