କରୋନା ଆକ୍ରାନ୍ତଙ୍କ ପାଇଁ ‘ଭିଟାମିନ ଡି’ କେତେ ଉପଯୋଗୀ ! ଆସନ୍ତୁ ଜାଣିବା ଚିକିତ୍ସକଙ୍କ ମତ

ନୂଆଦିଲ୍ଲୀ: ‘ଭିଟାମିନ ଡି’କୁ ମୁଖ୍ୟ ଖାଦ୍ୟସାର ପରିପୂରକ ହିସାବରେ କରୋନା ଭାଇରସ ଆକ୍ରାନ୍ତମାନଙ୍କୁ ଦିଆଯାଉ ବୋଲି ଚିକିତ୍ସକମାନେ ଅନେକାଂଶରେ ପରାମର୍ଶ ଦେଉଛନ୍ତି । ହେଲେ ଏହା ଖାଇବା ଦ୍ଵାରା ଓଲଟି ରୋଗୀଙ୍କଠାରେ କୋଭିଡ୍-୧୯ର ଲକ୍ଷଣ ଦେଖାଯିବା ସମ୍ଭାବନା ହ୍ରାସ ପାଉଛି । ଏହା କୌଣସି ବି କ୍ଷେତ୍ରରେ କରୋନା ଭାଇରସକୁ ପ୍ରତିରୋଧ କରିପାରିବ ନାହିଁ ବୋଲି ବି ଚିକିତ୍ସାବିଜ୍ଞାନୀମାନେ ନିଜର ମତ ରଖିଛନ୍ତି ।

ସାଧାରଣତଃ ସୂର୍ଯ୍ୟକିରଣରୁ ଏହି  ‘ଭିଟାମିନ ଡି’ ମିଳିଥାଏ ଯାହା ଚର୍ମରେ ପ୍ରାକୃତିକ ଭାବେ ସୃଷ୍ଟି ହୁଏ । କେତେକ ଖାଦ୍ୟ ପଦାର୍ଥ ଯଥା ମାଛ, ମାଂସ, ଅଣ୍ଡା, କ୍ଷୀର, ପନିର, ଛତୁ, ଗ୍ରୀନ ମଟର ଆଦିରୁ ବି କିଛି ମାତ୍ରାରେ ‘ଭିଟାମିନ ଡି’ ମିଳିଥାଏ । କିନ୍ତୁ ବୟସ୍କ ବ୍ୟକ୍ତି ତଥା କଳା ଲୋକଙ୍କ ଠାରେ ଏହା କମ୍ ରହିଥାଏ । ମଣିଷ ଶରୀରର ପରିପାକ ପ୍ରଣାଳୀରୁ କ୍ୟାଲସିଅମ୍, ମାଗ୍ନେସିଅମ୍ ଏବଂ ଫସଫେଟ୍ ପରି ଉପାଦାନଗୁଡି଼କୁ ଶୋଷଣ କରି ଅସ୍ଥି ବୃଦ୍ଧିରେ ସହାୟକ ହୋଇଥାଏ ‘ଭିଟାମିନ ଡି’ ।

ଦ ଲାନ୍‌ସେଟ୍ ପତ୍ରିକାରେ ପ୍ରକାଶିତ ଏକ ଗବେଷଣା ଅନୁଯାୟୀ ପ୍ରାୟ ୫୦ ପ୍ରତିଶତ ଭାରତୀୟଙ୍କଠାରେ ଏହି ‘ଭିଟାମିନ ଡି’ କମ୍ ରହିଥାଏ । ୬୩ ପ୍ରତିଶତ ମଧୁମେହ ରୋଗୀ ଏବଂ ୮୦ ପ୍ରତିଶତ ମେଦବହୁଳଙ୍କ ଠାରେ ମଧ୍ୟ ‘ଭିଟାମିନ ଡି’ କମ୍ ରହିଛି ବୋଲି ସର୍ଭେ କହିଛି ।

କରୋନା ଭାଇରସ କିପରି ଅଧିକ କ୍ଷତି ନକରେ ସେଥିପ୍ରତି ସଜାଗତା ରଖି ଆବଶ୍ୟକ ପରିମାଣ ‘ଭିଟାମିନ ଡି’ ନେବାକୁ କହାଯାଉଛି । କାରଣ ପ୍ରାୟ ଦୁଇ ମାସ ଧରି ଅବ୍ୟାହତ ଥିବା ଲକ୍‌ଡାଉନ୍ ପରିସ୍ଥିତି ଯୋଗୁ ବି ଲୋକେ ଘର ଭିତରେ ପୂରା ସମୟ ବନ୍ଦୀ ଭଳି ରହୁଛନ୍ତି ଓ ସେମାନଙ୍କ ଠାରେ ପ୍ରାକୃତିକ ଉପାୟରେ ଏହି ଭିଟାମିନ୍ ସୃଷ୍ଟି ହେବା କାଠିକର ପାଠ । ତେଣୁ ‘ଭିଟାମିନ ଡି’ କମ୍ ଥିବା ବୟସ୍କ ରୋଗୀଙ୍କୁ ଏହା ଖାଦ୍ୟସାର ପରିପୂରକ ଭାବେ ଦିଆଯାଉଛି ।

Leave a Reply

Your email address will not be published. Required fields are marked *