ସରିଥିଲା ନିର୍ବନ୍ଧ, ସଡ଼କ ଦୁର୍ଘଟଣାରେ ଚାଲିଗଲା ବର କନ୍ୟାଙ୍କ ଜୀବନ…

ସଂସ୍କାର : ପ୍ରତିଦିନ ସଡ଼କ ଦୁର୍ଘଟଣାର ଖବର ଗଣମାଧ୍ୟମରେ ନଜର ଆସୁଛି। ଏହି ସଡ଼କ ଦୁର୍ଘଟଣାରେ ଉଜୁଡିଯାଉଛି ଅନେକ ପରିବାର। ଏହାରି ମଧ୍ୟରେ ରାଜ୍ୟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାର ଖବର ଚର୍ଚ୍ଚାର ବିଷୟ ପାଲଟିଛି। କାରଣ ଉଭୟ ବରକନ୍ୟା ବାଇକରେ ଯାଉଥିବା ବେଳେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୃତ୍ୟୁବରଣ କରିଛନ୍ତି।

କଣ୍ଟାବାଞ୍ଜି ରାସ୍ତାରେ ହୋଇଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ବିବାହକୁ ଅଳ୍ପ କିଛି ଦିନ ବାକି ଥିବା ବେଳେ ବିବାହ ପୂର୍ବରୁ ଚାଲିଗଲା ବର କନ୍ୟାଙ୍କ ଜୀବନ । ଖରିଆଲ ସିନାପାଲି ଅଞ୍ଚଳର ଖିରସିନ୍ଧୁ କାଣ୍ଡଙ୍କ ସହିତ ଠକପାଲି ଗାଁର ବୈଶାଳୀ ଭୋଇଙ୍କର କିଛିଦିନ ପରେ ବିବାହ ହୋଇଥାନ୍ତା । ହେଲେ ଏହା ପୂର୍ବରୁ ଦୁହିଁଙ୍କର ଏକ ସଡ଼କ ଦୁର୍ଘଟଣାରେ ଜୀବନ ଚାଲିଯାଇଛି । ଏହି ଖବର ସାମ୍ନାକୁ ଆସିବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

ରାଜ୍ୟ ଗଣମାଧ୍ୟମର ସୂଚନା ଅନୁଯାୟୀ, କିଛିଦିନ ତଳେ ବୈଶାଳୀଙ୍କର ମାଆଙ୍କ ମୃତ୍ୟୁ ହୋଇଥିଲା । ତେବେ ମୃତ୍ୟୁ ପୂର୍ବରୁ କରିଥିବା ଜୀବନ ବୀମାରେ ଝିଅ ବୈଶାଳୀ ନୋମିନି ଥିଲେ। ତେଣୁ ଟଙ୍କା ଉଠାଇବା ପାଇଁ ସେ ଖିରସିନ୍ଧୁଙ୍କ ସହିତ ପାଟଣାଗଡ ଜୀବନବୀମା (LIC) କାର୍ଯ୍ୟାଳୟକୁ ଯାଉଥିଲେ ।

ଏହି ସମୟରେ ଉଭୟ ବାଇକରେ ଯାଉଥିବା ବେଳେ କଣ୍ଟାବାଞ୍ଜି ରାସ୍ତାର ସାଲେପାଲି ନିକଟରେ ଏକ ପିକ ଅପ୍ ଧକ୍କା ଦେଇଥିଲା । ଫଳରେ ବାଇକଟି ଛିଟ୍‌କି ପଡ଼ିଥିଲା । ଯାହା ଫଳରେ ଦୁଇ ଜଣଙ୍କ ଜୀବନ ଘଟଣାସ୍ଥଳରେ ହିଁ ଚାଲିଗଲା। ତେବେ ମିଳିଥିବା ସୂଚନା ଅନୁସାରେ, ଏମାନଙ୍କ ବିବାହ ଆସନ୍ତା ଏପ୍ରେଲ୍ ମାସ ୯ ତାରିଖରେ ହେବାର ଥିଲା । ତେବେ ଏହି ଦୁଇ ଜଣଙ୍କର ମୃତ୍ୟୁ ସେମାନଙ୍କ ପରିବାର ଲୋକଙ୍କୁ ସବ୍ଧ କରିଦେଇଛି।  

Leave a Reply

Your email address will not be published. Required fields are marked *