ଆଶ୍ଚର୍ଯ୍ୟ ଲାଗୁଥିଲେ ବି କଥାଟି ସତ ଓ ପ୍ରସଙ୍ଗ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । କାରଣ କିଛି ବ୍ୟବସାୟୀ ନିଜର ଫାଇଦା ପାଇଁ ମଣିଷ ଜୀବନ ସାଙ୍ଗରେ ଖେଳ ଖେଳିବାକୁ ପଛାଉନାହାନ୍ତି । ପ୍ଲାଷ୍ଟିକ ଚାଉଳ, ପ୍ଲାଷ୍ଟିକ ଅଣ୍ଟା ପରେ ବଜାରରେ ମିଳୁଛି ସିନ୍ଥେଟିକ୍ ପନିର୍ । ନକଲି କାରଖାନାର ଗନ୍ତାଘର ପାଲଟିଥିବା କଟକ ସହରରେ ବୁଧବାର ଦିନ ଜବତ ହୋଇଛି ଏହି ନକଲି ପନିର ।

ଚାଉଳିଆଗଞ୍ଜ ଥାନା ପୋଲିସ କହିବାନୁସାରେ ଏହି ସିନ୍ଥେଟିକ୍ ପନିର କୋଲକାତାରୁ ଆସିଥିବା ସୂଚନା ମିଳିଛି । ବୁଧବାର ଦିନ ସିଏମ୍ସି ଦ୍ଵାରା ଅପମିଶ୍ରତ ପନିରର ମାନ ଯାଞ୍ଚ କରାଯାଉଥିଲା ବେଳେ ଏହି ମାମଲା ସାମ୍ନାକୁ ଆସିଛି । ମିଳିଥିବା ସୂଚନା ମୁତାବକ, ଚାଉଳିଆଗଞ୍ଜ ଥାନା ପୋଲିସ ଏନେଇ ଜଣକୁ ଅଟକ ରଖି ପଚାରାଉଚରା ମଧ୍ୟ କରୁଛି ।