ଗ୍ରାହକଙ୍କୁ ଆକୃଷ୍ଟ କରିବାକୁ ରାଉରକେଲା ସହରର ଜଣେ ବ୍ୟବସାୟୀ, ଗତ କାଲି ରାଉରକେଲା ସହରରେ ଥିବା ବାସନ୍ତୀ କଲୋନୀ ଫୁଡ୍ କୋର୍ଟ ପରିସରରେ ନୂତନ ଫାଷ୍ଟ ଫୁଡ ଦୋକାନ ଖୋଲିଛନ୍ତି।
ଚିକେନ ବିରିୟାନି, ଚିକେନ ରୋଲ୍, ଚିକେନ ପକୋଡ଼ା, ଏଗ ରୋଲ୍ । ପ୍ଲେଟ ପିଛା ୨୦ ଟଙ୍କା । ଏହା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି କଥାଟା ସତ । ଆଉ ଏଥିପାଇଁ ହୋଇଥିଲା ଅସମ୍ଭାଳ ଭିଡ଼ । ଭିଡ଼ ଏପରି ହେଲା ଯେ ସ୍ଥିତି ନିୟନ୍ତ୍ରଣ ପାଇଁ ପହଞ୍ଚିଲା ପୁଲିସ୍।
ବ୍ୟବସାୟୀଜଣକ ଗତକାଲି ଦୋକାନର ଓପନିଂ ଥିବାରୁ ଦୋକାନୀଜଣକ ସବୁ ଆଇଟମ୍ ପ୍ଲେଟ୍ ପିଛା ୨୦ ଟଙ୍କା ରଖିଥିଲେ।
ଏହି ଖବର ପ୍ରଚାରିତ ହେବା ପରେ ଦୋକାନ ସମ୍ମୁଖରେ ପ୍ରବଳ ଲୋକ ଗହଳି ଜମିବାକୁ ଲାଗିଲା। ଧୀରେ ଧୀରେ ସଂଖ୍ୟା ବଢ଼ିବାରୁ ଉକ୍ତ ଅଞ୍ଚଳ ଦେଇ ଲୋକଙ୍କ ଯାତାୟତ ବନ୍ଦ ହୋଇଗଲା। ଲୋକେ ଗୋଟିଏ ପ୍ଲେଟ ପାଇବାକୁ ଘଣ୍ଟା ଘଣ୍ଟା ଧାଡ଼ିରେ ଛିଡ଼ା ହେବାକୁ ପଛାଇଲେ ନାହିଁ।
ଖବର ପାଇ ଉଦିତ ନଗର ଥାନା ପୁଲିସ ସେଠାରେ ପହଞ୍ଚି ଭିଡକୁ ନିୟନ୍ତ୍ରଣ କରିଥିଲା । ପ୍ଲେଟ ପିଛା ୨୦ ଟଙ୍କା ରଖିଥିବାରୁ ପ୍ରଥମ ଦିନରେ ହୋଇଥିବା ଲୋକ ଗହଳିକୁ ଦେଖି ଦୋକାନୀଜଣକ ଖୁବ୍ ଖୁସି ଥିବା କହିଛନ୍ତି।