ସଂସ୍କାର : କଣ ଆପଣ ଜାଣିଛନ୍ତି କି କଞ୍ଚା ବାଦାମରେ ବହୁ ପରିମାଣରେ ପ୍ରୋଟିନ ରହିଛି ଯାହା ଶାରୀରର ହିତ ପାଇଁ ଉତ୍ତମ ଓ ଶରୀର ବୃଦ୍ଧି କରିବାରେ ମଧ୍ୟ ସାହାଯ୍ୟ କରିଥାଏ ? ଏହାରି ମଧ୍ୟରେ ଯଦି ଆପଣ ପ୍ରତିଦିନ ୧୦୦ ଗ୍ରାମ ସିଝା ବାଦାମ ଖାଇବେ ତେବେ ଆପଣ ନିଜ ଶରୀର ପାଇଁ ଅନେକ ଫାଇଦା ଦେଇ ପାରିବେ। ପ୍ରାୟ ଏକ ଲିଟର କ୍ଷୀର ସହ ସମାନ ହୋଇଥାଏ ୧୦୦ ଗ୍ରାମର ସିଝା ବାଦାମ। ଯଦି ଆପଣ ନିୟମିତ କ୍ଷୀର ପିଇ ପାରୁନାହାନ୍ତି, ତେବେ ଅତିକମରେ ୫୦ ଗ୍ରାମର ସିଝା ବାଦାମ ନିଶ୍ଚୟ ଖାଆନ୍ତୁ।
ସିଝା ବାଦାମ ଖାଇବା ଦ୍ୱାରା ଆମ ଶରୀର ଖୁବ ଫୂର୍ତ୍ତି ଲାଗେ। ନିଜ ଆହାରରେ ସିଝା ବାଦାମ ଖାଇବା ଦ୍ୱାରା ଓଜନ ହ୍ରାସ ହୋଇଥାଏ। ଏଥିରେ ଅଧିକ ପରିମାଣରେ ଫାଇବର ଥାଏ, ତେଣୁ ଏହାକୁ ଖାଇବା ଦ୍ୱାରା ଖାଦ୍ୟ ଶୀଘ୍ର ହଜମ ହେବା ସହ ଅନ୍ତନଳୀ ମଧ୍ୟ ସଫା ରହିଥାଏ। ଶରୀରରେ ମେଟାବୋଲିଜିମ ସ୍ତର ଠିକ ରହିଥାଏ। ଯାଦ୍ୱାରା ମୋଟାପଣ ବୃଦ୍ଧି ହୋଇନଥାଏ। ହୃଦଜନିତ ସମସ୍ୟା, କୋଷ୍ଠକାଠିନ୍ୟ, ମଧୁମେହ, ମୋତିଆବିନ୍ଦୁ, ଭଳି ସମସ୍ୟା ଦୂର ହୋଇଥାଏ। ଯଦି ଛୋଟ ପିଲାମାନେ ଏହି ସିଝା ବାଦାମ ଖାଆନ୍ତି ତେବେ ପିଲାମାନଙ୍କ ସ୍ମରଣ ଶକ୍ତି ବୃଦ୍ଧି ହୋଇଥାଏ। ସେମାନଙ୍କର ମାଂସପେଶୀ ଓ ହାଡ଼ ଶକ୍ତ କରିଥାଏ।
୧) ହାଡ଼ ଶକ୍ତ କରେ : ବାଦାମରେ ଥିବା କ୍ୟାଲସିୟମ ଏବଂ ଭିଟାମିନ ହାଡ଼କୁ ଶକ୍ତ କରିଥାଏ। ତେଣୁ ଏହାକୁ ନିୟମିତ ଖାଇବା ଦ୍ୱାରା ଆମ ହାଡ଼ ଖୁବ ଶକ୍ତ ହୋଇଥାଏ। ଆଉ ଆମକୁ ଭାରି କାମ କରିବା ପାଇଁ ଶକ୍ତି ମିଳିଥାଏ।
୨) ହୃଦୟକୁ ରଖିଥାଏ ସୁସ୍ଥ : ସପ୍ତାହକୁ ୩ ରୁ ୪ ଥର ବାଦାମ ଖାଇବା ଦ୍ୱାରା ଏଥିରେ ଥିବା ପୋଷକ ତତ୍ତ୍ୱ ହୃଦୟକୁ ସୁସ୍ଥ ରଖିବା ସହ ହୃଦୟ ଜନିତ ସମସ୍ୟା ଦୂର ହୋଇଥାଏ।
୩) ଦୁଶ୍ଚିନ୍ତା ଦୂର କରେ : ବାଦାମରେ ଥିବା ପୋଷକ ତତ୍ତ୍ୱ ଦୁଶ୍ଚିନ୍ତା ଦୂର କରିବାରେ ସାହାଯ୍ୟ କରେ। ତେଣୁ ନିୟମିତ ସିଝା ବାଦାମ ଖାଇବା ଉଚିତ୍।
୪) କୋଲେଷ୍ଟ୍ରୋଲକୁ ନିୟନ୍ତ୍ରଣ କରେ : ବାଦାମରେ ଓଲିକ ଏସିଡ଼ ରହିଛି। ଯାହା ରକ୍ତରେ ଖରାପ କୋଲେଷ୍ଟେରୋଲର ପ୍ରଭାବକୁ କମ କରି ଭଲ କୋଲେଷ୍ଟେରୋଲର ମାତ୍ରାକୁ ବୃଦ୍ଧି କରେ। ସିଝା ବାଦାମ କୋଲେଷ୍ଟେରୋଲରମାତ୍ରାକୁ ମଧ୍ୟ ନିୟନ୍ତ୍ରଣରେ ରଖିଥାଏ।