ସଂସ୍କାର : ହାତୀ ଅତ୍ୟନ୍ତ ବୁଦ୍ଧିମାନ ପ୍ରାଣୀ ଏବଂ ଶାନ୍ତ ସ୍ବଭାବର ଅଟନ୍ତି। କିନ୍ତୁ, ଯେତେବେଳେ କେହି ହାତୀଙ୍କୁ ଅସୁବିଧାରେ ପକାନ୍ତି, ତେବେ ସେମାନଙ୍କର କ୍ରୋଧ କୌଣସି ବଡ଼ ସମସ୍ୟାଠାରୁ କମ୍ ନୁହେଁ। ତେଣୁ ହାତୀମାନଙ୍କୁ ସର୍ବଦା ପ୍ରେମ ଭରା ବ୍ୟବହାର କରାଯିବା ଉଚିତ ଏବଂ ସେମାନଙ୍କୁ କଦାପି ଥଟ୍ଟା କିମ୍ବା ହଇରାଣ କରାଯିବା ଉଚିତ୍ ନୁହେଁ। କାରଣ କୌଣସି ପ୍ରାଣୀ ହେଉ ଅବା ମଣିଷ ସମସ୍ତେ ନିଜର ସ୍ଥାନ ଆବଶ୍ୟକ କରନ୍ତି। ତେବେ ଏହି କ୍ରମରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଜଙ୍ଗଲରେ ବୁଲୁଥିବା କିଛି ପର୍ଯ୍ୟଟକଙ୍କୁ ଦେଖିବା ପରେ ହାତୀମାନେ ରାଗି ଯାଇଥିଲେ ଏବଂ ସେମାନେ ପର୍ଯ୍ୟଟକଙ୍କ ଉପରେ ଆକ୍ରମଣ କରିଥିଲେ।
ଭାଇରାଲ ହେଉଥିବା ଏହି ଭିଡିଓକୁ ଆଇଏଫଏସ ଅଧିକାରୀ ସୁଧା ରାମେନ ଟ୍ୱିଟରରେ ସେୟାର କରିଛନ୍ତି। ଭିଡିଓ ସହିତ, ସେ କ୍ୟାପସନରେ ଲେଖିଛନ୍ତି, ପଶୁମାନଙ୍କୁ ସ୍ନମାନ ଦିଅନ୍ତୁ। ସେମାନଙ୍କୁ ବିଚଳିତ କରନ୍ତୁ ନାହିଁ। ସେମାନେ ରାଗିଲେ ସବୁ କିଛି ଧ୍ଵଂସ କରିଦେବେ।
ଭିଡିଓରେ ଆପଣ ଦେଖିପାରିବେ ଯେ ହାତୀଟି ବହୁତ ଦୂରରୁ ଦୃଶ୍ୟମାନ ହେଉଛି ଏବଂ କିଛି ପର୍ଯ୍ୟଟକ ସେମାନଙ୍କ ସାମ୍ନାରେ ଏକ କାରରେ ଦେଖାଯାଉଛନ୍ତି | ହାତୀଟି ପର୍ଯ୍ୟଟକଙ୍କ କାର୍ ତାର ପାଖକୁ ଆସୁଥିବା ଦେଖିବା ମାତ୍ରେ ସେ କ୍ରୋଧିତ ହୋଇ କାର ଆଡକୁ ଦୌଡ଼ିବାକୁ ଲାଗିଲା, ହଠାତ୍ ଆହୁରି ଅନେକ ହାତୀ ମଧ୍ୟ କାର ଆଡ଼କୁ ଦୌଡ଼ି ଆସିଲେ। ହାତୀଟି କାର ନିକଟରେ ପହଞ୍ଚିବା ମାତ୍ରେ ନିଜର ସମ୍ପୂର୍ଣ୍ଣ ଶକ୍ତି ଲଗାଇ କାରଟିକୁ ଓଲଟାଇ ଦେଲା। ଆଉ ଗାଡିଟି ଓଲଟି ପଡ଼ିବା ମାତ୍ରେ ସମସ୍ତ ପର୍ଯ୍ୟଟକ କାରରୁ ତଳେ ପଡିଗଲେ। ଏହାପରେ କୌଣସି ମତେ ସମସ୍ତେ ନିଜ ଜୀବନ ରକ୍ଷା କରିବା ପାଇଁ ସେଠାରୁ ଦୌଡ଼ିବା ଆରମ୍ଭ କରିଦେଲେ। ତେଣୁ ବନ୍ୟପ୍ରାଣୀଙ୍କ ନିକଟରୁ ଦୁରେଇ ରହିବା ଆମକୁ ଆବଶ୍ୟକ ନ ହେଲେ ଆମ ଅବସ୍ଥା ବି ଏହିପରି ହେବା ଥୟ।