ରାଜଧାନୀ ଭୁବନେଶ୍ୱର ସ୍ଥିତ ଏକାମ୍ର ହାଟରେ ଥିବା ଦୋକାନୀମାନଙ୍କୁ ଇଡ୍କୋ ତରଫରୁ ଜାରି ହୋଇଛି ଏକ ନୋଟିସ । ଆଗାମୀ ୭ ଦିନ ଭିତରେ ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସୂଚନା ଅନୁଯାୟୀ ସେପ୍ଟେମ୍ବର ୧ ତାରିଖରୁ ଏକାମ୍ର ହାଟର ବିଜୁଳି ଓ ପାଣି ମଧ୍ୟ ବନ୍ଦ କରି ଦିଆଯାଇଛି । ନାମ ଯେମିତି ଏକାମ୍ର ହାଟ, ଠିକ ସେହିପରି ଏହି ସ୍ଥାନରେ ରହଛି ୬୨ଟି ଷ୍ଟଲ ବା ଦୋକାନ । ଭୁବନେଶ୍ୱର ବା ଏକାମ୍ର ନଗରୀର ମଝାମଝି ଏହି ଏକାମ୍ର ହାଟ ରହିଛି ।

ତେବେ ଏ ହାଟ ବନ୍ଦ ହୋଇଗଲେ ୧୦୦ରୁ ଅଧିକ ବ୍ୟବସାୟୀ ପ୍ରଭାବିତ ହେବେ । କରୋନା ମହାମାରୀ ପାଇଁ ପୂର୍ବରୁ ୬ ମାସ ହେବ ବେପାର ବନ୍ଦ ଥିଲା । ଅନ୍ଲକ୍ ଲାଗୁ ହେଲାପରେ ସବୁ ସ୍ୱାଭାବିକ ହେବାକୁ ଯାଉଥିବାବେଳେ କିନ୍ତୁ ଏପରି ଏକ ନୋଟିସ ଜାରି ହେବା ବ୍ୟବସାୟୀଙ୍କୁ ଚିନ୍ତାରେ ପକାଇଛି ।
ଅନ୍ୟପକ୍ଷରେ ଥଇଥାନ କରିବା ପରେ ହାଟରୁ ଷ୍ଟଲ ହଟାଇବା ପାଇଁ ଏବଂ ହାଟର ନବୀକରଣ କରିବାକୁ ଏକାମ୍ର ହାଟ ବ୍ୟବସାୟୀ ସଂଘ ଦାବି କରିଛି ।