ସଂସ୍କାର:- କ୍ରିକେଟ୍ ଇତିହାସରେ ସବୁଠାରୁ ଲମ୍ବା ଛକା ତ ବହୁତ ବ୍ୟାଟ୍ସମ୍ୟାନ୍ ମାରିଥିବେ। ମାତ୍ର ନିକଟରେ ଏଭଳି ଏକ ଛକା ଦେଖିବାକୁ ମିଳିଛି ଯାହାର ଲମ୍ବ ପ୍ରାୟ ୧୨୨ ମିଟର ହେବ।
ଏଠାରେ ଆମେ ଆପଣଙ୍କୁ କହିଦେବାକୁ ଚାହିଁବୁ ଯେ, ପାକିସ୍ତାନ କ୍ରିକେଟ୍ ଦଳ ଇଂଲଣ୍ଡ ଗ୍ରସ୍ତରେ ରହିଛି। ତେବେ ଇଂଲଣ୍ଡ ଓ ପାକିସ୍ତାନ ମଧ୍ୟରେ ଶେଷ ହୋଇଯାଇଥିବା ଦ୍ୱିତୀୟ ଟି-୨୦ ମ୍ୟାଚରେ ଗୋଟିଏ ଆକାଶ ଚୁମ୍ବନ ଛକା ଦେଖିବାକୁ ମିଳିଥିଲା। ଏହି ଛକାଟିକୁ ମାରିଛନ୍ତି ଇଂଲଣ୍ଡ କ୍ରିକେଟ୍ ଦଳର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ଲିଆମ୍ ଲିଭିଙ୍ଗଷ୍ଟୋନ୍ |
ଏହି ଛକାଟି ଏତେ ଲମ୍ବା ଥିଲା ଯେ ବଲ୍ ହେଡିଙ୍ଗଲି ଷ୍ଟାଡିୟମ୍ ବାହାରେ ରଗବୀ ପିଚ୍ ଉପରେ ପଡିଯାଇଥିଲା। ମାନେ ଗୋଟିଏ ପଡ଼ିଆରେ ଏ ଦୁଇ ଟିମ୍ ର ଖେଳ ଚାଲୁଥିବା ବେଳେ , ଏହି ଛକାଟିର ବଲ ଅନ୍ୟ ଏକ ପଡ଼ିଆରେ ଯାଇ ପଡ଼ିଥିଲା।
ତେବେ ପଡ଼ିଆରେ ଉପସ୍ଥିତ ଥିବା କମେଣ୍ଟରସ୍ ଏବଂ ସୋସିଆଲ ମିଡିଆ ବ୍ୟବହାରକାରୀମାନେ ଏହାକୁ ବିଶ୍ୱର ଦୀର୍ଘତମ ଛକା ବୋଲି କହୁଛନ୍ତି | ବିଶେଷଜ୍ଞଙ୍କ ମତ ଅନୁଯାୟୀ ଏହି ଛଅଟି ଲମ୍ବ ୧୨୨ ମିଟରରୁ ଅଧିକ ହେବ। ତେବେ ବଲଟି ଅନ୍ୟ ଏକ ପଡ଼ିଆରେ ଯାଇ ପଡ଼ିଥିବାରୁ ଏହାର ଦୂରତା ମାପ କରାଯାଇ ପାରି ନାହିଁ।
ଦେଖନ୍ତୁ ଭିଡ଼ିଓ :-