ଆସିଗଲାଣି ମୌସୁମୀ ସିଜନ୍ , କେବଳ ୫୦୦୦ ଟଙ୍କାରେ ବୁଲନ୍ତୁ ଏହି ସବୁ ସ୍ଥାନ

ସଂସ୍କାର :- ଦେଶରେ ଆସିଗଲାଣି ମୌସୁମୀ ସିଜନ୍। ଆଉ ଏହି ମୌସୁମୀ ସିଜନରେ ଭିନ୍ନ ଭିନ୍ନ ସ୍ଥାନ ବୁଲିବାର ମଜା ହିଁ କିଛି ଅଲଗା ପ୍ରକାରର। ଭ୍ରମଣ କରିବାକୁ ଆଗ୍ରହୀ ବ୍ୟକ୍ତିମାନେ ନୂତନ ସ୍ଥାନ ପରିଦର୍ଶନ କରିବା ପାଇଁ ସର୍ବଦା ବାହାନା ଖୋଜିଥାନ୍ତି। ଭାରତରେ ଏପରି ଅନେକ ସ୍ଥାନ ରହିଛି, ଯେଉଁଠାରେ ଶୀତଦିନେ ପରିଦର୍ଶନ କରିବା ଅତ୍ୟନ୍ତ ଆନନ୍ଦଦାୟକ । ଅନ୍ୟପଟେ ଆମ ଦେଶରେ ଏପରି ଅନେକ ଗନ୍ତବ୍ୟସ୍ଥଳ ମଧ୍ୟ ଅଛି ଯେଉଁଠାରେ ଏହି ମୌସୁମୀ ସିଜନରେ ପରିଦର୍ଶନ କରିବା ଏକ ଭିନ୍ନ ମଜା ରହିଥାଏ।

ଯଦି ଆପଣମାନେ ବର୍ଷା ଋତୁକୁ ପସନ୍ଦ କରନ୍ତି, ତେବେ ପ୍ରକୃତିର ସୌନ୍ଦର୍ଯ୍ୟ ଏବଂ ସବୁଜତା ବର୍ଷା ଋତୁରେ ଲୋକଙ୍କୁ ଆକର୍ଷିତ କରିଥାଏ। ତେଣୁ ଘରେ ବସି ବାଲକୋନି ୱିଣ୍ଡୋରୁ ବର୍ଷା ଉପଭୋଗ କରିବା ଅପେକ୍ଷା ଯୋଜନା ପ୍ରସ୍ତୁତ କରନ୍ତୁ କେଉଁଆଡେ ବୁଲିବା ପାଇଁ। କାରଣ ବାହାର ପରିବେଶ ବୁଲିବା ସ୍ୱାସ୍ଥ୍ୟ ଓ ମଷିଷ୍କ ପାଇଁ ଭଲ ତେଣୁ ଏବଂ ଏହି ମୌସୁମୀ ଋତୁରେ ବୁଲିବାକୁ ବାହାରକୁ ଯାଆନ୍ତୁ। ଯଦି ଆପଣ ଟଙ୍କା ବିଷୟରେ ଚିନ୍ତିତ, ତେବେ ଆମେ ଆପଣଙ୍କୁ କହିଦେବାକୁ ଚାହିଁବୁ ଯେ ଏପରି କିଛି ମୌସୁମୀ ଗନ୍ତବ୍ୟସ୍ଥଳ ରହିଛି,ଯେଉଁଠାରେ ଆପଣ ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ୫ହଜାର ଟଙ୍କା କିମ୍ବା ତାଠାରୁ କମ ଖର୍ଚ୍ଚରେ ଆରାମରେ ବୁଲାବୁଲି କରିପାରିବେ | ତେବେ ଆସନ୍ତୁ ଜାଣିବା ଏହି ସ୍ଥାନଗୁଡ଼ିକ ବିଷୟରେ |

୧) ଏହି ବର୍ଷା ଋତୁରେ ଆପଣ ଉତ୍ତରପ୍ରଦେଶର ବ୍ରଜ ଭୁମି ମଥୁରା, ବୃନ୍ଦାବନ , ବାରସାନା ଏବଂ ଗୋକୁଲ ପରି ସ୍ଥାନ ପରିଦର୍ଶନ କରି ଉପଭୋଗ କରିପାରିବେ। ସବୁଠାରୁ ଉତ୍ତମ କଥା ଏହା ଯେ, ଏହି ସ୍ଥାନଗୁଡିକରେ ରହିବା, ଖାଇବା ଏବଂ ଦର୍ଶନୀୟ ସ୍ଥାନ ବୁଲିବା ପାଇଁ ଆପଣଙ୍କୁ ଅଧିକ ଅର୍ଥ ଖର୍ଚ୍ଚ କରିବାକୁ ପଡିବ ନାହିଁ। ମୌସୁମୀ ସମୟରେ ପରିଦର୍ଶନ କରିବା ପାଇଁ ଏଗୁଡ଼ିକ ହେଉଛି ସର୍ବୋତ୍ତମ ସ୍ଥାନ |

୨) ମୌସୁମୀ ସମୟରେ ମୁମ୍ବାଇର ବର୍ଷାର ଅନୁଭବ ନେବା ପାଇଁ ଆପଣ ମହାବେଲେଶ୍ୱର, ଲୋନାଭାଲା, ଚାନ୍ଦାଲା କିମ୍ବା ମାଥେରାନରେ ପହଞ୍ଚି ଏଠାରେ ପ୍ରକୃତିର ମଜା ନେଇପାରିବେ।

୩) ଯଦି ଆପଣ ଚେନ୍ନାଇ କିମ୍ବା ବାଙ୍ଗାଲୋରର ମୌସୁମୀ ର ମଜା ନେବାକୁ ଚାହୁଁଛନ୍ତି ତେବେ ଆପଣ ଉଟ୍ରି, କୁର୍ଗୀ, କୁନୋର ପରି ସ୍ଥାନଗୁଡିକ ପରିଦର୍ଶନ କରିପାରିବେ |

ତେବେ ଏହି ସ୍ଥାନ ଗୁଡିକରେ ବୁଲିବା ପାଇଁ ଆପଣଙ୍କୁ ରହିବା, ଖାଇବା ପାଇଁ ଅଧିକ ଅର୍ଥ ଖର୍ଚ୍ଚ କରିବାକୁ ପଡ଼ିବ ନାହିଁ। ମୌସୁମୀ ସମୟରେ ଏହି ସ୍ଥାନ ପରିଦର୍ଶନ କରିବା ପାଇଁ ସର୍ବୋତ୍ତମ। ଯେଉଁଠାରେ ଆପଣ ସ୍ୱଳ୍ପ ବଜେଟରେ ମୌସୁମୀ ଉପଭୋଗ କରିପାରିବେ।

Leave a Reply

Your email address will not be published. Required fields are marked *