ଆତ୍ମହତ୍ୟା ଓ ହତ୍ୟା ମଧ୍ୟରେ ଦୋଳାୟମାନ ଏବେ ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ । ଶୁଣିବାକୁ ମିଳୁଛି ଯେ ଅଣ୍ଡରୱାର୍ଲଡ୍ ଡନ୍ ଦାଉଦ୍ ଇବ୍ରାହିମ୍ ଗ୍ୟାଙ୍ଗ୍ର ୟା ପଛରେ ରହିଛି ହାତ । ସତ କିମ୍ବା ମିଛ ପ୍ରମାଣ ହେବା ପୂର୍ବରୁ କିନ୍ତୁ ସୁଶାନ୍ତଙ୍କୁ ପ୍ରପର ପ୍ଲାନିଂରେ ହତ୍ୟା କରାଯାଇଥିଲା ଏବଂ ୟା ପଛରେ ଦାଉଦ୍ ଇବ୍ରାହିମ୍ ଗ୍ୟାଙ୍ଗ୍ର ହାତ ଅଛି ବୋଲି ଏକ୍ସ-ର’ ଅଫିସର ଏନ୍. କେ. ସୁଦ୍ ଦାବି କରିଛନ୍ତି ।
ସୁଦ୍ଙ୍କ କହିବାନୁଯାୟୀ ଘରୋଇ ସହାୟକ ବ୍ୟତୀତ ସୁଶାନ୍ତଙ୍କ ସାଙ୍ଗରେ ସନ୍ଦୀପ ସିଂ ଓ ସୁଶାନ୍ତ ଗର୍ଲଫ୍ରେଣ୍ଡ୍ ରିୟା ଚକ୍ରବର୍ତ୍ତୀ ଅଧିକ ଘନିଷ୍ଠ ଥିଲେ । ସୁଶାନ୍ତଙ୍କ ସହିତ ଘଟୁଥିବା ପ୍ରତିଟି ଛୋଟ କଥା ବିଷୟରେ କେବଳ ସେ ଦୁଇ ଜଣ ହିଁ ଜାଣୁଥିଲେ । ହେଲେ ବନ୍ଧୁର ନହେଇ ସେମାନେ ସୁଶାନ୍ତଙ୍କ ସହିତ ବିଶ୍ୱାସଘାତକତା କଲେ ।
ଦାଉଦ୍ ମୁମ୍ବାଇଠାରୁ ଦୂରରେ ଥାଇ ବି କ୍ଷମତା, ଟଙ୍କା ଓ ଶୀର୍ଷ ପଦବୀରେ ଥିବା ଲୋକଙ୍କ ସହିତ ଯୋଗାଯୋଗ ରଖି ମୁମ୍ବାଇକୁ ନିଜ କଣ୍ଟ୍ରୋଲରେ ରଖେ । ଏଇଟା ହିଁ ସମ୍ଭାବନା ବଢେଇ ଦଉଛି ଯେ ଦାଉଦ୍ର ସହଯୋଗୀ ସୁଶାନ୍ତଙ୍କୁ ହତ୍ୟା କରିଛି ବୋଲି ସୁଦ୍ଙ୍କ ଦାବି । ଏକ ଭିଡ଼ିଓ ମାଧ୍ୟମରେ ସେ ଆହୁରି ବି କହିଛନ୍ତି ଯେ କିଛି ମାସ ହେବ ସୁଶାନ୍ତଙ୍କୁ ଧମକପୂର୍ଣ୍ଣ ଫୋନ କଲ୍ ଆସୁଥିଲା ଯେଉଁ କାରଣରୁ ତାଙ୍କୁ ପ୍ରାୟ ୫୦ ଥର ସିମ୍ ବଦଳାଇବାକୁ ପଡ଼ିଛି । ଏମିତିକି ଭୟରେ ସୁଶାନ୍ତ ଅନେକ ସମୟରେ ଶୂନ୍ଶାନ୍ ସ୍ଥାନକୁ ଯାଇ କାର୍ ଭିତରେ ଶୋଉଥିଲେ ।
ସୁଦ୍ଙ୍କ ଦାବି ଏହା ପ୍ଲାନିଂ ମର୍ଡର । ମୃତ୍ୟୁର ଦିନକ ପୂର୍ବରୁ ଘର ସିସିଟିଭି କ୍ୟାମେରା ଖରାପ ହେବା, ଘରର ଡୁପ୍ଲିକେଟ୍ ଚାବି ହଜିଯିବା ଇତ୍ୟାଦି ଇସାରା କରୁଛି ଏହା ପ୍ରଯୋଜିତ ହତ୍ୟା କେବଳ । ମୁମ୍ବାଇ ପୋଲିସର ତଦନ୍ତ ଜାରି ରହିଛି ସତ ହେଲେ ଏଯାଏଁ ଦୋଷୀ ସାମ୍ନାକୁ ଆସିପାରି ନାହିଁ ଅର୍ଥାତ ଦୋଷୀ ସାମ୍ନାକୁ ଆସିଲେ ଘଟଣା ସହିତ ସମ୍ପୃକ୍ତ ନାମିଦାମୀ ବ୍ୟକ୍ତିବିଶେଷଙ୍କ ନାଁ ସାମ୍ନାକୁ ଆସିବ ଯଉଟା ଦବାଇ ଦେବାର ପ୍ରଚେଷ୍ଟା ଚାଲିଛି । କାରଣ ବଲିଉଡ୍ ଇଣ୍ଡଷ୍ଟ୍ରି ସହିତ ଅଣ୍ଡରୱାର୍ଲଡ୍ ଡନ୍ ଦାଉଦ୍ର ରହିଛି ସମ୍ପର୍କ ।
ହୁଏତ ସୁଶାନ୍ତଙ୍କ ଘରୋଇ ସହାୟକ ହତ୍ୟାକାରୀ ନୁହନ୍ତି ହେଲେ ସୁଶାନ୍ତଙ୍କ ଜୀବନରେ ଚାଲିଥିବା ପ୍ରତ୍ୟେକଟି ଘଟଣା ବିଷୟରେ ସେମାନେ ଓତଃପ୍ରୋତ ଭାବରେ ଜଡ଼ିତ ଥିଲେ । ଏହାଛଡ଼ା ସୁଶାନ୍ତ ଟିକିନିଖି ସବୁ କଥା ତାଙ୍କର ତାଙ୍କ ଘନିଷ୍ଠ ବନ୍ଧୁ ସନ୍ଦୀପ ସିଂଙ୍କୁ କହୁଥିଲେ ଯିଏ ଶେଷରେ ତାଙ୍କୁ ବିଶ୍ଵାସଘଟକତା କଲା । ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ୍ ରିୟା ଚକ୍ରବର୍ତ୍ତୀବୋଲି ସୁଦ୍ଙ୍କ ଦାବି । ସୂଚନା ଏଯାବତ ୩୨ ଜଣଙ୍କୁ ଜେରା କରିସାରିଲାଣି ମୁମ୍ବାଇ ପୋଲିସ ।