ସଂସ୍କାର : ଅନ୍ଧାର ରାତିରେ ସୁନ୍ଦର ଚେହେରାକୁ ନେଇ ଏବେ ଭୁବେନଶ୍ୱରରେ ଲୁଟ ଉତପାତ ଚଳାଇଛନ୍ତି ଗାର୍ଲଫ୍ରେଣ୍ଡ ଗ୍ୟାଙ୍ଗ। ଟାର୍ଗେଟରେ ରାତିର ରାଜଧାନୀ। ସଞ୍ଜ ନଇଁଲେ ଏମାନେ କରନ୍ତି ରାଜ୍ୟ ବାହାରୁ ଆସୁଥିବା ଲୋକଙ୍କୁ ଟାର୍ଗେଟ। ନିଜଆଡୁ ସେକ୍ସ ଅଫର ଦିଅନ୍ତି। ଏମିତି ହେଉଛି ଭୁବେନଶ୍ୱରରେ ଲୁଟ।
ଭିଡ଼ିଓରେ ଆପଣ ଦେଖି ପାରୁଥିବେ ଚନ୍ଦ୍ରଶେଖରପୁର ଭୋର ୬ଟା ଜଣେ ଯୁବକକୁ ମାଡ ମାରି ଜୋରଜବରଦସ୍ତ ଉଠାଇବାରେ ଲାଗିପଡିଛନ୍ତି କିଛି ଯୁବକ ଆଉ ଯୁବତୀ। ଏମିତି ଆଉ ଗୋଟେ ଦୃଶ୍ୟ ରାଜମହଲ ପାଖରେ ଦେଖିବାକୁ ମିଳିଛି । ମାରିଦେବ କହିକି ଯୁବତୀ ଜଣଙ୍କ ନାଟକ କରିଛି ପୋଲିସ ପାଖରେ ।
ପୋଲିସଙ୍କ ସୁଚନା ଅନୁସାରେ ଏହି ଗ୍ୟାଙ୍ଗ ରାଜ୍ୟ ବାହାରୁ ଆସୁଥିବା ଲୋକମାନଙ୍କୁ ଲୁଟିବା ପାଇଁ ପ୍ରସ୍ତୁତ କରନ୍ତି ମାଷ୍ଟର ପ୍ଲାନ । ଗ୍ୟାଙ୍ଗର ଅପରେସନ ଜାଗା ହେଉଛି ସହରର ପ୍ରମୁଖ ଛକ । ଫୋକସରେ ମାଷ୍ଟରକ୍ୟାଂଟିନରୁ ରାଜମହଲ । ନିଜ ଜାଲରେ ଫସାଇ ଲୋକମାନଙ୍କୁ ଲୁଟ କରନ୍ତି । ଲୋକ ଲଜ୍ୟା ଓ ପୋଲିସଙ୍କ ଭୟରେ ସବୁ ଜିନିଷ ଦେଇ ଏହି ଲୋକମାନେ ମଧ୍ୟ ଚାଲିଯାଆନ୍ତି ।
ଆଉ ଯଦି କିଏ ଖସିଯିବାକୁ ଚେଷ୍ଟା କରନ୍ତି ଗ୍ୟାଙ୍ଗର ସଦସ୍ୟ ଆକ୍ରମଣ କରନ୍ତି । ସେପଟେ ପାର୍ବଣ ପାଇଁ ଅପରାଧିକ ମାମଲାକୁ ଏଡାଇବା ପାଇଁ ପୋଲିସ ପ୍ରସ୍ତୁତ ଚଳାଇଛି । ଅପରାଧିକ ଓ ମଦ୍ୟପାନ କରୁଥିବା ଲୋକଙ୍କୁ ଗୋଡାଇ ଧରୁଛି ପୋଲିସ।