ଫେସବୁକ୍ ନିଜର ଆପ ଓ ମେସେଞ୍ଜରରେ ଅତି ଶୀଘ୍ର ଆଣୁଛି ଦୁଇଟି ନୂଆ ଇମୋଜି ରିଆକ୍ସନ । ଏହି ନୂଆ ରିଆକ୍ସନ ଇମୋଜି କୋଭିଡ଼-୧୯ ସହିତ ସଂଶ୍ଳିଷ୍ଟ । ଏହଦ୍ଵାରା ଫେସବୁକ୍ ବ୍ୟବହାରକାରୀମାନେଏ ବିଶ୍ଵ ବିପତ୍ତି ସମୟରେ ଜଣେ ଜଣଙ୍କ ସହିତ ଅଛି ବୋଲି ଜଣେଇ ପାରିବ । ଏହାର ନାଁ ‘care’ ରଖାଯାଇଛି ।
ଫେସବୁକରେ ଏହି ନୂଆ ଇମୋଜି ‘Face hugging’ ଭଳି କରାଯାଇଥିବା ବେଳେ ମେସେଞ୍ଜରରେ ‘Pulsing heart’ ଭଳି କରାଯାଇଛି । ପୂର୍ବରୁ ଫେସବୁକରେ ଥିବା like, heart, laugh, shock, sad, anger ଇମୋଜି ସହିତ ଏହି ନୂଆ ଇମୋଜିକୁ ବି ପାଇ ପାରିବେ ।

ପୂର୍ବରୁ କେବଳ ‘Thumbs up’ ସୁବିଧା ଥିଲାବେଳେ ୨୦୧୫ ମସିହାରେ ଫେସବୁକ ନାନା ପ୍ରକାରର ରିଆକ୍ସନ୍ ଫିଚର୍ ଲଞ୍ଚ୍ କରିଥିଲା । ପରେ ପରେ ଅନେକ ଇମୋଜି ବି ଯୋଡ଼ିଲା । ଫେସବୁକର ଏହି ନୂଆ ‘care’ ଇମୋଜି ଆସନ୍ତା ସପ୍ତାହରେ ଉପଲବ୍ଧ ହେବ ବୋଲି ସୂଚନା ମିଳିଛି । କିନ୍ତୁ ମେସେଞ୍ଜରର ଇମୋଜି କେତୋଟି ଦେଶରେ ଉପଲବ୍ଧ ହୋଇ ସାରିଥିବା ସୂଚନା ମିଳିଛି ।