Fact Check : ଟିଭି ଅଭିନେତା ସିଦ୍ଧାର୍ଥ ଶୁକ୍ଲା ଆମ ସହିତ ଆଉ ନାହାଁନ୍ତି। ସେପ୍ଟେମ୍ବର ୨ ତାରିଖ ସକାଳେ ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିଲା। ସିଦ୍ଧାର୍ଥଙ୍କ ଏଭଳି ବିଦାୟ ଯୋଗୁଁ ତାଙ୍କ ପ୍ରଶଂସକଙ୍କ ମଧ୍ୟରେ ଶୋକର ଲହରୀ ଖେଳିଯାଇଛି। କେହି ବିଶ୍ୱାସ କରିପାରିବେ ନାହିଁ ଯେ ସିଦ୍ଧାର୍ଥ ଏତେ ଶୀଘ୍ର ଆମ ଗହଣରୁ ଚାଲିଯିବେ। ସିଦ୍ଧାର୍ଥଙ୍କ ମୃତ୍ୟୁ ପରେ କିଛି ଉପଭୋକ୍ତା ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟ କରି ଦାବି କରିଛନ୍ତି ଯେ ଅଭିନେତାଙ୍କ ମୃତ୍ୟୁର ଫୁଟେଜ ସିସିଟିଭିରେ କଏଦ ହୋଇଛି। ଯେତେବେଳେ ଏହି ଭିଡିଓ ଅନୁସନ୍ଧାନ କରାଯାଇଥିଲା, ଏହାର ସତ୍ୟତା ବିଶ୍ୱାୟରେ ଜଣା ପଡିଥିଲା ।
ସୋସିଆଲ ମିଡିଆ ବ୍ୟବହାରକାରୀ @ ହାଲକଟମାନସ (@HalkutManus) ଟ୍ୱିଟରରେ ସିସିଟିଭି ଫୁଟେଜ ପୋଷ୍ଟ କରିଛନ୍ତି। ଯେଉଁଥିରେ ସିଦ୍ଧାର୍ଥ ଶୁକ୍ଲାଙ୍କର ହୃଦଘାତରେ ମୃତ୍ୟୁ ଘଟିଥିବା ଦାବି କରାଯାଇଥିଲା। ଏହି ଦୁଃଖଦ ଘଟଣା ସିସିଟିଭିରେ କଏଦ ହୋଇଥିଲା।
ଭିଡିଓରେ ଜଣେ ବ୍ୟକ୍ତି ୱାର୍କଆଉଟ୍ ପୋଷାକରେ ପାହାଚ ଚଢ଼ୁ ଥିବା ନଜର ଆସିଛନ୍ତି । କିନ୍ତୁ ହଠାତ୍ ସେ ସିଡ଼ିରେ ବସିଗଲେ। ସେ ଟିକିଏ ସମୟ ପାଇଁ ଅଶାନ୍ତ ଅନୁଭବ କରିଥିଲେ ଏବଂ ଏକ ମିନିଟ୍ ପାଇଁ, ବ୍ୟକ୍ତି ସିଡ଼ିରେ ବସି ଛାତି କୁ ମଧ୍ୟ ଦବାଉ ଥିବାର ଦେଖିବାକୁ ମିଳିଥିଲା । ତା’ପରେ ସେ ଉଠି ଚାଲିବାକୁ ଚେଷ୍ଟା କରେ । କିନ୍ତୁ ସେ ଯନ୍ତ୍ରଣାରେ ଛଟପଟ ହୋଇ ପୁଣି ସିଡ଼ିରେ ପୁଣି ବସି ପଡିଲେ । କିଛି ସମୟ ପରେ, ସେ ଚେତା ହରାଇ ତଳେ ପଡ଼ିଗଲେ । ଏହି 2.09 ମିନିଟର ଭିଡିଓ ସିଦ୍ଧାର୍ଥ ଶୁକ୍ଲାର କି ନୁହେଁ ସତ ଜାଣିବା ପାଇଁ ତାହା ଅନୁସନ୍ଧାନ କରାଯାଇଥିଲା। କିନ୍ତୁ ପରେ ଜଣା ପଡିଥିଲା ଯେ ଏହି ଭିଡିଓଟି ନକଲି ବୋଲି ।
ଦେଖନ୍ତୁ Video ଓ ଜାଣନ୍ତୁ ସତ୍ୟତା କଣ ?
ଭାଇରାଲ ହେଉଥିବା ଭିଡିଓ ସିଦ୍ଧାର୍ଥ ଶୁକ୍ଲାର ନୁହେଁ। ଏକ ସପ୍ତାହରୁ ଏହି ଭିଡିଓ ଭାଇରାଲ ହେବାରେ ଲାଗିଛି । ଏହି ସିସିଟିଭି ଫୁଟେଜ୍ ବାଙ୍ଗାଲୋରର ଏକ ଆପାର୍ଟମେଣ୍ଟର ଅଟେ । ଏହି ଆପାର୍ଟମେଣ୍ଟଟି ଜଣେ 33 ବର୍ଷ ବୟସ୍କ ଯୁବକଙ୍କର ଅଟେ, ଯିଏ ବ୍ୟାୟାମ କରିବା ପରେ ଘରକୁ ଫେରୁଥିଲା । ପାହାଚ ଚଢି ବାବେଳେ ତାଙ୍କର ହୃଦଘାତ ହୋଇ ମୃତ୍ୟୁ ଘଟିଥିଲା।
ଭିଡିଓର ତାରିଖ ଦର୍ଶାଇ ସିସିଟିଭି ଫୁଟେଜରେ ଏକ ଟାଇମ୍ ଷ୍ଟାମ୍ପ ଅଛି । ଏହି ଭିଡିଓ 25 ଅଗଷ୍ଟ 2021 ରେ ରେକର୍ଡ କରାଯାଇଥିଲା । ଏହି ଭିଡିଓ ସହିତ ସିଦ୍ଧାର୍ଥ ଶୁକ୍ଲାଙ୍କର କୌଣସି ମଧ୍ୟ ସମ୍ପର୍କ ନାହିଁ । କେବଳ ଏତିକି ନୁହେଁ, ଏହି ଭିଡିଓକୁ ଯତ୍ନର ସହ ଦେଖିବା ପରେ ଏହା ମଧ୍ୟ ଜାଣିବାକୁ ମିଳିଲା ଯେ ଏହି ବ୍ୟକ୍ତି ଜଣଙ୍କ ଟିଭି ଅଭିନେତା ସିଦ୍ଧାର୍ଥ ଶୁକ୍ଲା ନୁହଁନ୍ତି।