ଖୁସି ଖବର : କରୋନା ଭାଇରସ ସହ ଲଢେ଼ଇ କରି ଏମିତି ଭାବରେ ଜିତିଗଲେ ଯୁଦ୍ଧ, ଡାକ୍ତର କହିଲେ ଏମାନେ ସଂକ୍ରମଣ ମୁକ୍ତ

ଆଗ୍ରା : ଭୟର ଭଉଁରୀ ଭିତରେ ଖୁସିର ଝଲକ । ସାରା ଦେଶ ଏବେ ଆଶାବାଦୀ । କରୋନା ଭାଇରସରେ ପୀଡିତ ଜୋତା ବେପାରୀଙ୍କ ପରିବାର କରୋନା ସହିତ ଲଢି ଶେଷରେ ଜିତି ଯାଇଛନ୍ତି । ସମ୍ପୂର୍ଣ୍ଣ ସୁସ୍ଥ ହୋଇ ପରିବାରର ୬ ଜଣଙ୍କ ଭିତରୁ ୪ ଜଣ ଫେରୁଛନ୍ତି ଆଗ୍ରା । ବିଳମ୍ବିତ ରାତି ପର୍ଯ୍ୟନ୍ତ ପହଞ୍ଚି ବି ଯିବେ ନିଜ ସହରରେ । ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲର ଡାକ୍ତରମାନେ ସମସ୍ତଙ୍କୁ ସଂକ୍ରମଣ ମୁକ୍ତ ବୋଲି ଘୋଷଣା କରିଛନ୍ତି ।

ଆଗ୍ରାର କପୁର ପରିବାର ଦିଲ୍ଲୀର ଏକ ସହରରେ ଜୋତା ବ୍ୟବସାୟ କରନ୍ତି । ପାରିବାରିକ ବନ୍ଧୁତା ହେତୁ ସପରିବାର ଦିଲ୍ଲୀରୁ ଇଟାଲୀକୁ ଚାଲି ଯାଇଥିଲେ । ଉକ୍ତ ପରିବାରଟି ୨୫ ଫେବୃଆରୀରେ ଇଟାଲୀରୁ ଦିଲ୍ଲୀକୁ ଫେରିଥିଲେ । ହେଲେ କିଛି ଦିନ ପରେ ଦିଲ୍ଲୀରେ ଥିବା ପରିବାର ସଦସ୍ୟଙ୍କ ଭିତରୁ ଜଣକର କାଶ ହେଲା । କରୋନୋ ଭାଇରସ ସନ୍ଦେହରେ ତାଙ୍କୁ ଯାଞ୍ଚ କରାଗଲା । ପରେ ପରିବାରର ୧୩ ଜଣ ସଦସ୍ୟଙ୍କୁ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଥିମଧ୍ୟରୁ ୬ ଜଣଙ୍କୁ ଦିଲ୍ଲୀ ମଧ୍ୟ ପଠାଯାଇଥିଲା । ସମସ୍ତଙ୍କୁ ଦିଲ୍ଲୀର ବିଚ୍ଛିନ୍ନତା ୱାର୍ଡରେ ରଖାଯାଇଥିଲା । ପୁଣେର ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜି (NIV) ରେ ସମସ୍ତଙ୍କର ନମୁନା ପରୀକ୍ଷା କରାଯାଇଥିଲା ।  ଏମିତିକି ଏହି ପରିବାର ସହିତ ଯୋଗାଯୋଗ କରିଥିବା ସମସ୍ତଙ୍କୁ ଯାଞ୍ଚ ମଧ୍ୟ କରାଯାଇଥିଲା । ଜଣା ପଡ଼ିଥିଲା ସେହି ୬ ଜଣଯାକ କରୋନା ଭାଇରସ ସଂକ୍ରମଣରୁ ମୁକ୍ତ ହୋଇଯାଇଛନ୍ତି ।

Leave a Reply

Your email address will not be published. Required fields are marked *