ପୋଲିସ ନାମରେ ସାଂଘାତିକ ଅଭିଯୋଗ.. ଭଉଣୀମାନଙ୍କର ପ୍ରାଇଭେଟ ପାର୍ଟରେ ମାରୁଛନ୍ତି ହାତ, ବିଜେପି କର୍ମୀ ଆଣିଲେ ଅଭିଯୋଗ…

ସଂସ୍କାର : ପୋଲିସ ନାଁରେ ସାଂଘାତିକ ଅଭିଯୋଗ। ମହିଳାଙ୍କର ପ୍ରାଇଭେଟ ପାର୍ଟରେ ହାତ ମାରୁଛନ୍ତି ପୋଲିସ ବାବୁ। ବିଜେପିକର୍ମୀ ଆଣିଲେ ସାଂଘାତିକ ଅଭିଯୋଗ। ଭଉଣୀମାନଙ୍କ ପ୍ରାଇଭେଟ୍ ପାର୍ଟକୁ ଛୁଇଁବାକୁ ପୋଲିସ୍ ଚେଷ୍ଟା କରୁଛି। ଏମିତି କିଛି ଅଭିଯୋଗ ଆଣିଛନ୍ତି ବିଜେପି କର୍ମୀ। ଗତ ୮ ତାରିଖ ଦିନ ରାଜଧାନୀ ଭୁବନେଶ୍ୱରରେ ବିଜେପି ପକ୍ଷରୁ ଏକ ବିଶାଳ ରାଲି କରାଯାଉଥିବା ବେଳେ ଏଭଳି ପରସ୍ଥିତି ସୃଷ୍ଟି ହୋଇଥିଲା ।

ପୋଲିସର କ୍ୱିକ୍ ରେସପନ୍ସ ଟିମ୍ ପକ୍ଷରୁ ଦଳର ମହିଳା କର୍ମୀଙ୍କ ପ୍ରାଇଭେଟ୍ ପାର୍ଟରେ ହାତ ମରା ଯାଇଥିଲା।ବିଜେପି କର୍ମୀଙ୍କ ପକ୍ଷରୁ ଏହାକୁ ବିରୋଧ କରାଯିବା କାରଣରୁ ପୋଲିସ ସେମାନଙ୍କୁ ଉଠାଇ ନେଇଥିଲା। କଳା ଗଞ୍ଜି ପିନ୍ଧିଥିବା ଏହି ପୋଲିସଙ୍କ କାର୍ଯ୍ୟକଳାପକୁ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ବିରୋଧ କରାଯାଇଥିଲା ।

ତେବେ ଏହାକୁ ବିରୋଧକରିବାରୁ ପୋଲିସ ଅନେକ ବିଜେପି ଯୁବକର୍ମୀଙ୍କୁ ପୋଲିସ ଭ୍ୟାନରେ ବସାଇ ଥାନାକୁ ଆଣିଥିଲା। ତେବେ ଗଣମାଧ୍ୟମ ସମ୍ମୁଖରେ ଗିରଫ ହୋଇଥିବା ବିଜେପି କର୍ମୀ କହିଛନ୍ତି ଯେ, ଯେତେବେଳେ ଆମେ ଭଉଣୀମାନଙ୍କୁ ସୁରକ୍ଷା ଦେଉଥିଲୁ। ସେହି ସମୟରେ କଳା ଗଂଜି ପିନ୍ଧିଥିବା ପୋଲିସ ବାବୁମାନେ ଆସି ଆମ ସହକର୍ମୀ ଭଉଣୀମାନଙ୍କର ପ୍ରାଇଭେଟ ପାର୍ଟରେ ହାତ ମାରିଛନ୍ତି। ଜଣାତରେ ହେଉ ଅବା ଅଜଣାତରେ ଏହି କଳା ଗଂଜି ପିନ୍ଧିଥିବା ପୋଲିସ ବାବୁମାନେ ଆମ ଭଉଣୀମାନଙ୍କର ପ୍ରାଇଭେଟ ପାର୍ଟରେ ହାତ ମାରିଛନ୍ତି। ଆମେ ପ୍ରତିବାଦ କଲୁ। ତେବେ ଏହି ପ୍ରାଇଭେଟ ପୋଲିସମାନେ ଆମକୁ ଗୁଣ୍ଡାଗିରି ଦେଖାଇ ଗିରଫ କରିଛନ୍ତି।

ଦେଖନ୍ତୁ ଭିଡ଼ିଓ :

Leave a Reply

Your email address will not be published. Required fields are marked *