ସଂସ୍କାର : ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହଣାକଟା। ଜମିବାଡି ବିବାଦକୁ ନେଇ ମରଣାନ୍ତକ ଆକ୍ରମଣ। ଆକ୍ରମଣରେ ଶୀକାର ହୋଇଥିବା ଯୁବକ ଜଣଙ୍କ ଅବସ୍ଥା ଶଂକଟାପର୍ଣ୍ଣ ଥିବାରୁ ତାଙ୍କୁ କଟକସ୍ଥ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ରାଜ୍ୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଏଭଳି ଏକ ଘଟଣା ଘଟିଛି ମଂଗଳପୁର ଥାନା ଅର୍ନ୍ତଗତ ଦୁଦୁରାଅନ୍ତା ପଂଚାୟତରେ। ପଂଚାୟତସ୍ଥ ଦୁଦୁରାଅନ୍ତା ଗ୍ରାମର ପ୍ରହଲ୍ଲାଦ ସେଠୀଙ୍କ ପୁଅ ସନ୍ତୋଷ ସେଠୀ ଏବଂ ନିରାକାର ସେଠୀଙ୍କ ପୁଅ ସୁରେଶ ସେଠୀଙ୍କ ମଧ୍ୟରେ ଦୀର୍ଘ ଦିନ ହେଲା ପାରିବାରିକ ଏବଂ ଜମିବାଡି ବିବାଦ ଲାଗି ରହିଛି।
ଏଥିନେଇ ସନ୍ତୋଷଙ୍କ କୋଦାଳ ଚୋଟରେ ମୁନା ଗୁରୁତର ହୋଇଛନ୍ତି। ଖବର ପାଇ ମଂଗଳପୁର ଆଇଆଇସି ରୀନାରାଣି ସାହୁ ଘଟଣାସ୍ଥଳରେ ପହଂଚି ସନ୍ତୋଷକୁ କାବୁ କରିଥିବାବେଳେ ଆକ୍ରମଣ କରିଥିବା କୋଦାଳକୁ ସିଜ କରିଛନ୍ତି। ଅନ୍ୟପକ୍ଷରେ ସ୍ତ୍ରୀ ମଂଜୁଲତା ସେଠୀ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏହି ଘଟଣାରେ ଥାନା ପକ୍ଷରୁ ୫୩୮/୨୨ରେ ମାମଲା ରୁଜୁ କରାଯାଇ ଅଭିଯୁକ୍ତକୁ ଗିରଫ କରାଯାଇଛି।
ସୂଚନାଥାଉକି ସୁରେଶ ଏବଂ ମୁନାଙ୍କ ମଧ୍ୟରେ ଦୀର୍ଘ ଦିନ ହେଲା ଜମିବାଡିକୁ ନେଇ ପାରିବାରିକ ବିବାଦ ରହିଥିଲା।ଏଥିନେଇ ସନ୍ତୋଷ ବହୁବାର ଆକ୍ରମଣ କରିବା ସହିତ ହତ୍ୟା ଧମକ ଦେଉଥିଲା । ମାତ୍ର ଆଜି ଅପରାହ୍ନରେ ମୁନା ମଂଗଳପୁର ଆଡୁ ଏକ ସାଇକେଲରେ ଘରକୁ ଯାଉଥିବାବେଳେ ବିପରିତ ଦିଗରୁ ସନ୍ତୋଷ ଏକ ବାଇକରେ ଆସୁଥିଲା । ମଂଗଳପୁର-ପାରିପଦା ପୃତ୍ତ ବିଭାଗ ରାସ୍ତା ହିରାପୁର ଠାରେ ସନ୍ତୋଷ ଏକ ବ୍ୟାଗରେ ଏକ କୋଦାଳ ରଖି ପୂର୍ବ ପ୍ରସ୍ତୁତିରେ ଆସିଥିଲେ।
ହିରାପୁର ଠାରେ ମୁନାଙ୍କୁ ଅଟକାଇ ଆକ୍ରମଣ କରିଥିଲା। କୋଦାଳରେ ମୁଣ୍ଡକୁ ୩ଟି ଚୋଟ ପକାଇଥିଲା। ରାସ୍ତାଉପରେ ମୁନା ଛଟପଟ ହୋଇ ପଡିଯାଇଥିଲେ। ରାସ୍ତାରେ ଖୁବ ଜୋରରେ ରକ୍ତଶ୍ରବ ହୋଇଥିଲା।ନିକଟରେ ଥିବା ଲୋକେ ମୁନାକୁ ସଂଗେସଂଗେ ସ୍ଥାନୀୟ ମଂଗଳପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଯାଇଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ପଠାଇଦେଇଥିଲେ।
ମାତ୍ର ଶଂକଟାପର୍ଣ୍ଣ ଅବସ୍ଥା ଥିବାରୁ ମୁନାକୁ କଟକ ମୁଖ୍ୟ ଚିକିତ୍ସାଳୟକୁ ପଠାଇଦିଆଯାଇଛି। ଅନ୍ୟପକ୍ଷରେ ଘଟଣାସ୍ଥଳକୁ ଚିହ୍ନଟ କରାଯାଇ ଥିବା ବେଳେ ସନ୍ଧାନିଟିମ ଆସି ରକ୍ତ ନମୁନା ସଂଗ୍ରହ କରିଛନ୍ତି। ଘଟଣାସ୍ଥଳରୁ ବ୍ୟାଗ, ଜୋତା, ଡ୍ରେସ, କୋଦାଳ, ମଟରସାଇକେଲ, ସାଇକେଲ ଆଦି ଜବତ କରାଯାଇଛି।