ସଂସ୍କାର : ବାପା ମା ନଥିଲେ କେତେ ଯେ କଷ୍ଟ ସେ କଥା ହୁଏତ କହିବା ଅସମ୍ଭବ। ସେମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି ପୁରୀ ଜିଲ୍ଲାର ବ୍ରହ୍ମଗିରି ଠାରେ। ଅନାଥ ହୋଇଯାଇଛନ୍ତି ଏହି ୪ ଭଉଣୀ। ପ୍ରଥମେ ମା ୨୦୨୦ରେ ବ୍ରେନ ଷ୍ଟ୍ରୋକରେ ଚାଲିଯାଇଥିଲେ ଏବଂ ବର୍ତ୍ତମାନ ବାପା ଶିଖର ବିଶ୍ୱାଳ ମଧ୍ୟ ଆରପାରିକୁ ଚାଲିଯାଇଛନ୍ତି। ଏବେ ସମ୍ପୂର୍ଣ୍ଣ ଆଶ୍ରୟ ହୀନ ହୋଇଯାଇଛନ୍ତି ଏହି ୪ଭଉଣୀ।
ମାଙ୍କର ରୋଗରେ ଖର୍ଚ୍ଚ ହୋଇଥିବା ୫ଲକ୍ଷ ଟଙ୍କାକୁ ଶୁଝିବାକୁ ଯାଇକି ବାପା ଯାଇଥିଲେ କଲିକତା ଦାଦନ ଖଟିବାକୁ। ହେଲେ ସେଠାରେ ତାଙ୍କର କେଉଁ କାରଣରୁ ମୃତ୍ୟୁ ହୋଇଯାଇଥିଲା । ଟଙ୍କାର ଏତେ ଅଭାବ ଥିଲା ଯେ ଶେଷରେ ବାପାଙ୍କ ମୁହଁ ବି ଦେଖିପାରିନଥିଲେ ଏହି ୪ଭଉଣୀ ।
ସତରେ ଏ କଥା ଭାବିଲେ ଲୋମ ଟାଙ୍କୁରୀ ହୋଇଉଠୁଛି। ଭଉଣୀ ୪ ଜଣ ପାଠ ପଢିଛନ୍ତି ହେଲେ ଅର୍ଥ ଅଭାବରୁ କେଉଁଆଟେ ଯାଇପାରୁନାହାନ୍ତି । ପିନ୍ଧିବାକୁ କି ଖାଇବାକୁ ଦାନାଟିଏ ବିମିଳୁନି । ସାନଭଉଣୀ ଯୁକ୍ତ ୨ ଯାଏ ପଢିଥିଲେ ମଧ୍ୟ ଅର୍ଥ ଅଭାବରୁ ପଢି ମଧ୍ୟ ପାରୁନାହିଁ। ପରିବାରରେ ମଧ୍ୟ କିଛି ସରକାରୀ ସୁବିଧା ନାହିଁ । ଏହାକୁ ଦେଖି ସ୍ଥାନୀୟ ବିଡିଓ କିଛି ସାହାର୍ଯ୍ୟ ସୁବିଧା ଯୋଗାଇଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।