ଶଶୁର କାଟିଦେଲେ ଜ୍ୱାଇଁର ପ୍ରାଇଭେଟ୍ ପାର୍ଟ ; ଅପହରଣ କରି ନେଇ ଭିଆଇଲେ ଏହି କାଣ୍ଡ , ଜାଣନ୍ତୁ କାହିଁକି…

ସଂସ୍କାର : ଶଶୁର କାଟିଦେଲେ ଜ୍ୱାଇଁର ପ୍ରାଇଭେଟ୍ ପାର୍ଟ। କଥାଟି ଅଜବ ଲାଗୁଥିଲେ ବି ସତ। ପ୍ରଥମେ ମରଣାନ୍ତକ ଆକ୍ରମଣ ପରେ, ଜ୍ବାଇଁର ପ୍ରାଇଭେଟ୍ ପାର୍ଟକୁ କାଟି ଦୁଇ ଖଣ୍ଡ କରିଦେଲେ ଶଶୁର ଜି।

ଏପରି ଏକ ଘଟଣା ଦେଖିବାକୁ ମିଳିଛି ନୂଆଦିଲ୍ଲୀରେ। ନୂଆଦିଲ୍ଲୀର ରାଜୌରୀ ଗାର୍ଡେନ ଅଞ୍ଚଳରେ ଦେଖିବାକୁ ମିଳିଛି ଏଭଳି ଏକ ଅଭାବନୀୟ ଘଟଣା। ପରିବାର ଲୋକଙ୍କ ସହମତି ନ ଥିବା ଯୋଗୁଁ ଘରର ବଢ଼ିଲା ଝିଅକୁ ଫେରାର୍ କରି ନେଇ ବାହା ହୋଇଥିଲେ ଏହି ଯୁବକ। ଆଉ ଏହି ପ୍ରେମରୁ ଫେରାର୍ ବିବାହ ତାଙ୍କୁ ମହଙ୍ଗା ପଡିଛି।

ଯୁବତୀର ପରିବାର ସହମତି ନ ଦେବାରୁ ଯୁବକ ଜଣଙ୍କ ତାଙ୍କ ପ୍ରେମିକାକୁ ଘରୁ ଫେରାର୍ କରି ବିବାହ କରିବା କଲେ। ଆଉ ପରେ ଯୁବକ ଜଣଙ୍କୁ ଏହି ବିବାହ ମହଙ୍ଗା ପଡ଼ିଛି। କୌଣସି ସୂତ୍ରରୁ ଯୁବକର ଖବର ପାଇ ଯୁବତୀଙ୍କର ପରିବାର ଲୋକେ ଯୁବକଙ୍କୁ ଅପହରଣ କରି ନେଇ ଖୁବ୍ ମାଡ଼ ମାରିଥିଲେ। ଆଉ ଖାଲି ସେତିକି ନୁହେଁ, ଯୁବତୀଙ୍କର ପରିବାର ଲୋକେ ଯୁବକଙ୍କ ପ୍ରାଇଭେଟ୍ ପାର୍ଟ ମଧ୍ୟ କାଟି ଅଚେତ୍ ଅବସ୍ଥାରେ ଫୋପାଡ଼ି ଫେରାର୍ ହୋଇଯାଇଥିଲେ। ଗତ ବୁଧବାର ଦିନ ପୋଲିସ୍ କୁ ଏହି ଘଟଣା ସମ୍ପର୍କରେ ସୂଚନା ମିଳିଥିଲା।

ଯୁବକଙ୍କୁ ବର୍ତ୍ତମାନ ସଫଦରଜଙ୍ଗ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତାଙ୍କ ଅବସ୍ଥା ଖୁବ୍ ଶୋଚନୀୟ ରହିଛି। ହତ୍ୟା କରିବାକୁ ଚେଷ୍ଟା କରିଥିବା ମାମଲା ରୁଜୁ କରି ପୋଲିସ୍ ଘଟଣାର ତଦନ୍ତ କରୁଛି । ଏହି ପରିପ୍ରେକ୍ଷୀରେ କିଛି ସନ୍ଦିଗ୍ଧଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ୍ ।

ସୂଚନା ଯେ, ସାଗରପୁରରେ ରହୁଥିବା ୨୦ ବର୍ଷିୟ ଯୁବତୀଙ୍କ ସହିତ ଦୁଇବର୍ଷ ତଳେ ପୀଡ଼ିତଙ୍କ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ହେଲେ ପରିବାର ଲୋକେ ସେମାନଙ୍କ ସମ୍ପର୍କକୁ ମାନିବାକୁ ନାରାଜ ଥିଲେ । ତେଣୁ ସେମାନେ ଡିସେମ୍ବର ୨୧ ତାରିଖରେ ଫେରାର୍ ହୋଇଯାଇଥିଲେ ଓ ଜୟପୁରରେ ଆସି ପହଞ୍ଚିଥିଲେ । ସେଠାରେ ଗୋଟିଏ ମନ୍ଦିରରେ ଦୁହେଁ ବିବାହ କଲେ ।

ବିବାହ କରିବା ପରେ ଦୁହେଁ ୨୨ ତାରିଖରେ ଦିଲ୍ଲୀରେ ପହଞ୍ଚିଥିଲେ । ରାଜୌରୀ ଗାର୍ଡେନ ଅଞ୍ଚଳରେ ବିବାହ ପରେ ଆସି ରହିଥିଲେ । ଏହି କଥାର ସୂଚନା ଯୁବତୀଙ୍କ ପରିବାର ଲୋକେ ଜାଣିବାକୁ ପାଇଥିଲେ । ସେଠାକୁ ଯାଇ ଦୁହିଁଙ୍କୁ ପରିବାର ଲୋକେ ସାଗରପୁର ନେଇ ଆସିଥିଲେ । ସେଠାରେ ଯୁବକଙ୍କୁ ଖୁବ୍ ମାଡ଼ ମାରିଥିଲେ ଓ ଅନ୍ୟତ୍ର ସ୍ଥାନକୁ ଅପହରଣ କରି ନେଇ ଧାରୁଆ ଅସ୍ତ୍ରରେ ପ୍ରାଇଭେଟ୍ ପାର୍ଟ କାଟିଦେଇଛନ୍ତି। ଆଉ ଯୁବକଙ୍କର ପ୍ରାଇଭେଟ୍ ପାର୍ଟ ବର୍ତ୍ତମାନ ଦୁଇ ଖଣ୍ଡ ହୋଇଯାଇଛି ବୋଲି ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତରଙ୍କ ସୂତ୍ରରୁ ଜଣାପଡିଛି। ଆଉ ଯୁବକ ଜଣଙ୍କର ଅବସ୍ଥା ବହୁତ ସଙ୍କଟାପନ୍ନ ରହିଛି ବୋଲି ଡାକ୍ତର କହିଛନ୍ତି।

Leave a Reply

Your email address will not be published. Required fields are marked *