ସଂସ୍କାର : ପ୍ରଥମେ ହତ୍ୟା ତା’ପରେ ପ୍ରମାଣ ନଷ୍ଟ କରିବା ପାଇଁ ମୃତଦେହକୁ କାଟି ଛୋଟ ଛୋଟ କରି ଗ୍ରାଇଣ୍ଡରରେ ଖଣ୍ଡ ଖଣ୍ଡ କରି ତାକୁ ପଲିଥିନରେ ଭର୍ତ୍ତି ବିଭିନ୍ନ ସ୍ଥାନରେ ପୋଫାଡ଼ିଦେବା ଘଟଣା ଏବେ ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏହି ଘଟଣା ଘଟିଛି ଗୁଜୁରାଟରେ।
ଏହି ଘଟଣା ସେତେବେଳେ ଜଣା ପଡ଼ିଥିଲା ଯେତେବେଳେ ଗୁଜୁରାଟର ଅହମ୍ମଦାବାଦସ୍ଥିତ ବାସଣା ଏରିଆରେ ଜଣେ ବିନା ମୁଣ୍ଡ, ହାତ ଓ ଗୋଡ଼ ଥିବା ଜଣେ ଅଜ୍ଞାତ ଯୁବକଙ୍କ ମୃତଦେହ ମିଳିଥିଲା । ଏହି ଘଟଣାର ୫ ଦିନ ପରେ ବାସଣା ଏରିଆଠାରୁ ୩ କିମି ଦୂର ଏଲିଜାବ୍ରିଜ ଇଲାକାରୁ କଟା ହୋଇଥିବା ଗୋଡ଼ ମିଳିଥିଲା । ଏହି ଘଟଣାକୁ ନେଇ ପୋଲିସ ସିସିଟିଭି ଯାଞ୍ଚ କରିବା ପରେ ସତ ଘଟଣା ସାମ୍ନାକୁ ଆସିଥିଲା।
ପୋଲିସର କହିବାନୁଯାୟୀ ଏହି ଶବଟି ୨୧ ବର୍ଷୀୟ ହିତେଶ ନାମକ ଯୁବକର । ତାର ହତ୍ୟା ତାରି ବାପା କରି ଏଭଳି ଖଣ୍ଡଖଣ୍ଡ ଅଂଶକୁ ଏଣେତେେଣେ ଫୋପାଡ଼ିଛି । ଅହମ୍ମଦାବାଦ କ୍ରାଇମବ୍ରାଞ୍ଚ ମୁତାବକ, ପୁଅକୁ ହତ୍ୟା ପରେ ଅଭିଯୁକ୍ତ ବାପା ସୁରତ ଫେରାର ହୋଇଯାଇଥିଲା। ଯେତେବେଳେ ସୁରତରୁ ଅବଧ ଏକ୍ସପ୍ରେସ ଯୋଗେ ଗୋରଖୁପର ଫେରାର ହେବାକୁ ଚେଷ୍ଟା କରୁଥିବାବେଳେ ପୋଲିସ ତାକୁ ଧରିଥିଲା ।
ଅଭିଯୁକ୍ତର ସୂଚନାନୁଯାୟୀ ପୁଅ ହିତେଶ ସର୍ବଦା ମଦ୍ୟପାନ କରି ବାପାକୁ ଟଙ୍କା ମାଗିବା ସହ ମାରୁଥିଲା। ୫ ଦିନ ତଳେ ମଧ୍ୟ ମଦ୍ୟପାନ କରି ମାରପିଟ କରିଥିଲା। ଏଥିରେ ଅତିଷ୍ଠ ହୋଇ ସେ ତା ମୁଣ୍ଡକୁ ପଥରରେ ପ୍ରହାର କରିଥିଲେ । ପରେ ତାର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଥିଲା । ଏହାପରେ ଅହମ୍ମଦାବାଦର କାଲୁପୁର ବଜାରରୁ ଗ୍ରାଇଣ୍ଡର ଆଣିଥିଲା । ଏହାର ମୃତଦେହକୁ ଛୋଟ ଛୋଟ କରି କଳା ପଲିଥିନରେ ଖଣ୍ଡବିଖଣ୍ଡିତ ଅଂଶକୁ ରଖି ବିଭିନ୍ନ ସ୍ଥାନରେ ଫୋପାଡ଼ିଦେଇଥିଲା ।