ଆପଣଙ୍କର ଜନ୍ମବାର ଆପଣଙ୍କର ଭବିଷ୍ୟତକୁ ନେଇ କଣ କହୁଛି, ଜାଣନ୍ତୁ

ସଂସ୍କାର: ଭଗବାନଙ୍କ ସୃଷ୍ଟିରେ ମନୁଷ୍ୟ ସମାଜ ହେଉଛି ଶ୍ରେଷ୍ଠ। ଆଉ ଏହି ମନୁଷ୍ୟ ହିଁ ଭୁଲ୍ ଠିକ୍ ର ବାଛବିଚାର କରିଥାଏ ବୋଲି ବିଶ୍ୱାସ ରହିଛି। ତେବେ ପ୍ରତ୍ୟେକ ମନୁଷ୍ୟକୁ ଭଗବାନ ଭିନ୍ନ ଭିନ୍ନ ସମୟ ଓ ବାରରେ ପୃଥିବୀ ପୃଷ୍ଠକୁ ଛାଡିଛନ୍ତି। ଆଉ ତିଥି , ନକ୍ଷତ୍ର , ଜନ୍ମ ସମୟ ଓ ଜନ୍ମ ବାର ଅନୁଯାୟୀ ଶିଶୁ ହେଉ ଅବା ଜଣେ ବ୍ୟକ୍ତିଙ୍କର ସ୍ୱାଭାବ ଜଣାପଡ଼ିଥାଏ ବୋଲି ମନୋବିଜ୍ଞାନ ଶାସ୍ତ୍ର କହୁଛି। ତେବେ ଆଜି ଆମେ ଏଠାରେ ଜନ୍ମ ବାର ଦେଖି ବ୍ୟକ୍ତିର ସ୍ୱଭାବ କିପରି ରହିଥାଏ ସେହି ବିଷୟରେ ଉଲ୍ଲେଖ କରିଛୁ। ବିଦ୍ୱାନ ମୁନି ରୁଷିମାନଙ୍କ ମତରେ ଜନ୍ମ ବାରରୁ ହିଁ ଜଣେ ବ୍ୟକ୍ତି ହୁଅନ୍ତୁ କିମ୍ବା ଶିଶୁର ଭବିଷ୍ୟତର ସ୍ଵଭାଵ ବିଷୟରେ ବହୁତ କିଛି ଜାଣି ହୋଇଥାଏ। ତେବେ ଆସନ୍ତୁ ଜାଣି ନେବା କେଉଁ ବାରରେ ଜନ୍ମ ହେଲେ ବ୍ୟକ୍ତି ମାନଙ୍କ ସ୍ଵଭାବ କେମିତି ହୋଇଥାଏ।

ପ୍ରଥମେ ଆମେ ଦେଖିବା ରବିବାର ଦିନ ଜନ୍ମିତ ବ୍ୟକ୍ତିଙ୍କ ସ୍ଵଭାବ ବିଷୟରେ। ଏହି ବାରରେ ଜନ୍ମ ହୋଇଥିବା ବ୍ୟକ୍ତିମାନେ ଭଗବାନଙ୍କ ଉପରେ ଗଭୀର ବିଶ୍ୱାସ ରଖନ୍ତି। ଏମାନେ ସବୁ ସମୟ ରେ ଦାନ ଧର୍ମ ପରି ପୂର୍ଣ୍ଣ୍ୟ କାମ କରିବା ପାଇଁ ପସନ୍ଦ କରନ୍ତି। ଏହା ସହିତ ଏମାନେ ଶକ୍ତିଶାଳୀ ହୋଇଥାନ୍ତି।

ସେହିପରି ସୋମବାର ଦିନ ଜନ୍ମିତ ହୋଇ ଥିବା ବ୍ୟକ୍ତି ମାନେ ଦେଖିବା ପାଇଁ ବହୁତ ସୁନ୍ଦର ହୋଇଥାନ୍ତି। ଏହି ବାରରେ ଜନ୍ମ ହୋଇଥିବା ବ୍ୟକ୍ତିମାନେ ସବୁ ସମୟରେ ମିଠା କଥା କହି ସମସ୍ତଙ୍କ ମନକୁ ଜିଣି ନେଇଥାନ୍ତି। ଏମାନଙ୍କ ଜିବନ ସୁଖମୟ ଏବଂ ଶାନ୍ତି ପୂର୍ଣ୍ଣ ହୋଇଥାଏ।

ତୃତୀୟରେ ହେଉଛି ମଙ୍ଗଳବାର । ଏହି ମଙ୍ଗଳବାର ଦିନ ଜନ୍ମିତ ବ୍ୟକ୍ତିମାନଙ୍କର ସ୍ଵଭାବ ସାଧାରଣ ଭାବରେ ଶକ୍ତ ହୋଇଥାଏ। ଏମାନେ କେବେ ବି ଶୀଘ୍ର କାହା ଉପରେ ବିଶ୍ୱାସ କରନ୍ତି ନାହିଁ। ଅନ୍ୟପଟେ ମିଛ କହୁଥିବା ଲୋକମାନଙ୍କୁ ଏମାନେ କେବେ ବି ପସନ୍ଦ କରନ୍ତି ନାହିଁ ।

ସେହିପରି ବୁଧବାର ଦିନ ଜନ୍ମିତ ବ୍ୟକ୍ତିମାନେ ଶିକ୍ଷା କ୍ଷେତ୍ରରେ ବହୁତ ଆଗକୁ ବଢିଥାନ୍ତି । କାରଣ ଏମାନଙ୍କ ଉପରେ ମାତା ସରସ୍ୱତୀଙ୍କ ଆଶ୍ରୀବାଦ ବହୁତ ପରିମାଣରେ ରହିଥାଏ। ଏମାନେ ଦେଖିବା ପାଇଁ ସୁନ୍ଦର ହେବା ସହିତ ଏମାନଙ୍କ ହୃଦୟ ବହୁତ କୋମଳ ହୋଇଥାଏ ।

ଗୁରୁବାର ଦିନ ଜନ୍ମିତ ବ୍ୟକ୍ତି ମାନଙ୍କୁ ସର୍ବଗୁଣ ସମ୍ପର୍ଣ୍ଣା ବୋଲି କୁହାଯାଇଥାଏ ।ଏମାନେ ଶିକ୍ଷା କ୍ଷେତ୍ରରେ ଉନ୍ନତି କରିବା ସହିତ ସବୁ କାର୍ଯ୍ୟରେ ସଫଳ ହୋଇଥାନ୍ତି। ଏମାନଙ୍କ ଉପରେ ମାତା ଲକ୍ଷ୍ମୀଙ୍କର ଆଶ୍ରୀବାଦ ରହିଥାଏ।

ଶୁକ୍ରବାରରେ ଜନ୍ମ ହୋଇଥିବା ବ୍ୟକ୍ତିମାନେ ଚଞ୍ଚଳ ସ୍ୱଭାବର ହୋଇଥାନ୍ତି । ଏମାନେ ମଜାମସ୍ତି କରିବା ପାଇଁ ପସନ୍ଦ କରନ୍ତି । ଏହା ସହିତ ଏମାନେ ବିଳାସମୟ ଜୀବନଯାପନ କରିବା ପାଇଁ ମନୋବଲାନ୍ତି।

ଶେଷରେ ଶନିବାରରେ ଜନ୍ମ ହୋଇଥିବା ବ୍ୟକ୍ତିମାନଙ୍କ ଉପରେ ଭଗବାନ ଶନିଙ୍କ କୃପା ସବୁ ବେଳେ ରହିଥାଏ। ଏମାନେ ସ୍ଵଭାବରେ ରାଗି ହୋଇଥିଲେ ମଧ୍ୟ ନିଜସ୍ୱ ପରିଚୟ ସୃଷ୍ଟି କରିବା ପାଇଁ ଏମାନେ ପସନ୍ଦ କରନ୍ତି।

Leave a Reply

Your email address will not be published. Required fields are marked *