ପ୍ରତିଦିନ କେଉଁ ସମୟରେ ଓ କେତେ ଲିଟର ପାଣି ପିଇବା ଉଚିତ୍, ଜାଣନ୍ତୁ

ସଂସ୍କାର : ମନୁଷ୍ୟ ହେଉ ଅବା ପଶୁପକ୍ଷୀ, ପ୍ରାଣୀଜଗତ ପାଇଁ ଜଳ ବହୁତ ଗୁରୁତ୍ୱପୂର୍ଣ୍ଣ। କାରଣ ଜଳ ହିଁ ଜୀବନ। ତେବେ ପ୍ରତିଦିନ କେତେ ପରିମାଣରେ ପାଣି ପିଇବା ଉଚିତ ଆପଣ ଜାଣିଛନ୍ତି କି? ଆଉ ସବୁ ସମୟରେ ବି ତ ପାଣି ପିଇହେବ ନାହିଁ। ତେବେ କେଉଁ ସମୟରେ ପାଣି ପିଇବା ଉଚିତ୍ ଏହା ବି ଆପଣ ଜାଣିଛନ୍ତି କି? ଯଦି ଜାଣି ନାହାନ୍ତି ତେବେ ଆଜିର ଏହି ପୋଷ୍ଟରେ ଆମେ ପାଣି ପିଇବାର ସଠିକ ସମୟ ଓ କେତେ ଲିଟର ପାଣି ପିଇବା ଉଚିତ୍ ସେ ସମ୍ୱନ୍ଧରେ ଏଠାରେ ଉଲେଖ୍ୟ କରିଛୁ।

ଆମେ ନିଜର ଖାଦ୍ୟ ଖାଇବା ସହିତ ଯଦି ପାଣି ସଠିକ ଭାବରେ ପିଇବା ତେବେ ନିଶ୍ଚିତ ଗୋଟିଏ ସୁସ୍ଥ ଜୀବନ ଅତିବାହିତ କରିବା। ପାଣି ପିଇବା ପାଇଁ ମଧ୍ୟ ବିଶେଷ ଏକ ନିୟମ ରହିଛି।

୧) ସକାଳୁ ଉଠି ଖାଲି ପେଟରେ ୪ ଗ୍ଲାସ ପାଣି ପିଇବା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ। ଖାଲି ପେଟରେ ପାଣି ପିଇବା ଦ୍ୱାରା ପେଟରୁ ଜାତ ହେଉଥିବା ଅମ୍ଳ ଦୂର ହୁଏ ଓ ଗ୍ୟାସ ଏସିଡ଼ିଟି ଭଳି ସ୍ୱାସ୍ଥ୍ୟ ସମସ୍ୟା ଆପଣଙ୍କ ଠାରୁ ଦୂରେଇ ଯାଏ।

୨) ଆପଣ ନିୟମିତ ମଧ୍ୟାହ୍ନ ଭୋଜନର ୧୦ ମିନିଟ ପୂର୍ବରୁ ଏକ ଗ୍ଲାସ ପାଣି ପିଇବା ଆବଶ୍ୟକ , କାରଣ ଏହା ଖାଦ୍ୟ ହଜମ କରିବାରେ ସାହାଯ୍ୟ କରିଥାଏ।

୩) ଖାଦ୍ୟ ଖାଇବାର ଅଧଘଣ୍ଟା ପରେ ଅଧ ଲିଟର ପାଣି ପିଅନ୍ତୁ , ଖାଇବା ସମୟରେ ପାଣି ପିଇବା ଦ୍ୱାରା ପାଚନ ପ୍ରକ୍ରିୟା ଖରାପ ହୋଇଥାଏ ଓ ଓଜନ ବୃଦ୍ଧି ମଧ୍ୟ ହୋଇଥାଏ।

୪) ସକାଳୁ ଗାଧୋଇବା ପୂର୍ବରୁ ଏକ ଲିଟର ପାଣି ପିଇବା ଦ୍ୱାରା ନିମ୍ନ ରକ୍ତଚାପ ଠାରୁ ରକ୍ଷା ପାଇବେ।

୫) ରାତିଏ ଶୋଇବା ପୂର୍ବରୁ ଏକ ଗ୍ଲାସ ପାଣି ପିଅନ୍ତୁ , ଯାହାଦ୍ୱାରା ହାର୍ଟ ଆଟାକ ବା ହୃଦଘାତ ସମସ୍ୟାରୁ ରକ୍ଷା ପାଇବେ l

Leave a Reply

Your email address will not be published. Required fields are marked *