ନାରୀ ସ୍ତନକୁ ନେଇ ପୁରୁଷଙ୍କ ମନରେ କାହିଁକି ଉଠେ ଖରାପ ଚିନ୍ତା , ଜାଣନ୍ତୁ କାରଣ …

ସଂସ୍କାର : ପୁରୁଷଙ୍କ ମନରେ ନାରୀ ସ୍ତନ କୁ ନେଇ , ଆଗ୍ରହ ଆଉ ଭୟ ସମାନ ଭାବରେ ରହିଥାଏ। ଯେଉଁ କଥାଟିକୁ ପୁରୁଷ ଅନେକ ସମୟ ରେ ମନରେ ଲୁଚେଇ ରଖିଥାଏ। ଆଉ ଏହି ଭୟ ଅନେକ ସମୟରେ ପୁରୁଷ ମନକୁ ଆନ୍ଦୋଳିତ କରେ । ଏହାର ପରିଣାମ ସ୍ୱରୂପ ପୁରୁଷ , ନାରୀ ସହ ତା ସ୍ତନନେଇ ଅନେକ ବିଭ୍ରାନ୍ତ ଧାରଣା ମନରେ ତିଆରି କରେ ଆଉ ବିକାର ଭାବ ପୋଷଣ କରେ ଯାହା ସୁସ୍ଥ ଯୌନ ଜୀବନ ପାଇଁ କ୍ଷତିକାରକ ହୋଇଥାଏ । ଅନେକ ସମୟ ନାରୀର ସନ୍ତ ପୁରୁଷକୁ ମାନସିକ ବିକୃତି ହେବାକୁ ବାଧ୍ୟ କରିଥାଏ।

ଶିଶୁଟିଏ ଜନ୍ମହେବା ପରେ ତାର ପ୍ରଥମ ସମ୍ପର୍କ ତା ମାର ସ୍ତନ ଅଟେ। ଡାକ୍ତର ଛୁଆ ଜନ୍ମନେବା ସଙ୍ଗେ ସଙ୍ଗେ ମାଙ୍କୁ ସ୍ତନ୍ୟପାନ କରିବା ପାଇଁ କୁହନ୍ତି । ପ୍ରାରମ୍ଭିକ ୨-୩ ବର୍ଷ ଛୁଆ ପାଇଁ ମା ର ସ୍ତନ ହିଁ ତାର ଜୀବନ ହୋଇଥାଏ। ସେହି ସ୍ତନରୁ ପିଲାଟିକୁ ଶକ୍ତି ମିଳିଥାଏ। ତେବେ ଅଧିକାଂଶ ମହିଳା ଏହା ମନେକରନ୍ତି ଛୁଆକୁ ଅଧିକ ସମୟ ସ୍ତନ୍ୟପାନ କରାଇବା ଦ୍ଵାରା ତାଙ୍କ ରୂପ ଓ ଯୌବନ ପ୍ରଭାବିତ ହେବ । ଯେତେବେଳେ କି ଏହା କେବେବି ହୋଇନଥାଏ। ତେବେ ଏହି ମନୋଭାବ ରଖି ଯାହା ଦ୍ଵାରା ଛୁଆକୁ ଅଧିକାଂଶ ମହିଳା ବୋତଲ କ୍ଷୀର ବା ଶିଶୁ ଖାଦ୍ୟ ବିକଳ୍ପ ଦେବା ଆରମ୍ଭ କରନ୍ତି। ଶିଶୁ କେବଳ ସ୍ତନ୍ୟପାନ ଦ୍ଵାରା ଖାଦ୍ୟ ଶୋଷନ୍ତି ତାହା ନୁହେଁ । ଏହା ତାଙ୍କ ଶୋଷିବା (ପୋଷଣ) ପ୍ରବୃତ୍ତି କୁ ପରିପୃଷ୍ଟ କରିଥାଏ। ହେଲେ ସମୟ ଆଗରୁ ଏହାକୁ ବନ୍ଦ୍ କରିବା ଛୁଆ କୋମଳ ମନରେ ଏକ କଷ୍ଟ ଭାବ ଜନ୍ମଦିଏ । ଆଉ ଏହା ପରେ ଏହି ତିକ୍ତ ଭାବନା ସହ ଛୁଆ ବଡ଼ ହୁଏ ।


ଏହାହିଁ ଏକ ମୁଖ୍ୟ କାରଣ ଯେବେ ଛୁଆ ମା ସ୍ତନ ଛୁଇଁବାକୁ ଚେଷ୍ଟା କରେ ସେ ତାକୁ ଅଟକାଇ ଦିଏ । ଆଉ ତା ମନରେ ସ୍ତନକୁ ନେଇ ପାପ ଭାବନା ବା ନକାରାତ୍ମକ ଭାବନା ନିଜ ଅଜଣା ରେ ବଢାଇ ଚାଲେ । ହେଲେ ଛୁଆ ମନରେ ଏସବୁ ଦାବିବାକୁ ବାଧ୍ୟ ହୁଏ କାରଣ ସେ ମା ଉପରେ ନିର୍ଭର। ଆପଣ ଜାଣି ଆଶ୍ଚର୍ୟ୍ଯ ହେବେ ଯେ, କୋମଳ ମନରେ ଏହାର ଗଭୀର ଛାପ ରହିଯାଏ।ଯୌବନ ସମୟରେ ପିଲା ସମୟର ଏହି ଭାବନା ଯୁବକ ଅବଚେତନ ରୁ ଚେତନ ମନ କୁ ଆସେ ଆଉ ସେ ବିପରୀତ ଲିଙ୍ଗ ପ୍ରତି ଆକର୍ଷିତ ହୁଏ । ହେଲେ ଅନେକ ସମୟ ରେ ପିଲା ଦିନର ତିକ୍ତ ଅନୁଭୁତି ତାକୁ ବିପରୀତ ଲିଙ୍ଗ ଦେଖିଲେ ମୁଁହ ପୋତିବାକୁ ବାଧ୍ୟ କରେ ଯାହା ପୁଣି ତାକୁ ମାନସିକ ବିକ୍ଷିପ୍ତ କରେ । ଅନେକ ସମୟର ଏକ ସ୍ତ୍ରୀ ଉପରେ ପୁରୁଷ ଅତ୍ୟାଚାର କରିବା ସମୟ ରେ ସ୍ତନ କୁ ଆକ୍ରମଣ କରେ । ଏହାହିଁ ଥାଏ ତାଙ୍କ ପିଲାଦିନର ଭୟ ଗ୍ରନ୍ଥି ।

ଆଜିର ସମୟ ରେ ଉଭୟ ଯୁବକ ଯୁବତୀ , ମହିଳା ଓ ପୁରୁଷ ନିଜ ଶରୀର କୁ ସ୍ବୀକାର କରିବା ଆବଶ୍ୟକ ଓ ନିଜ ଶରୀର କୁ ପ୍ରେମ କରିବା ଆବଶ୍ୟକ । ତେବେ ଉପଯୁକ୍ତ ସମୟ ଆସିଲେ ଏକ ସୁସ୍ଥ ଯୌନ ଜୀବନ କଳ୍ପନା ସମ୍ଭବ । ଆଉ ତେବେ ଯେଉଁ ଜୀବନ ସୃଷ୍ଟି ହେବ ସେ ତା ସମୟ ନେଇ ସବୁ ଅନୁଭୁତି ଗ୍ରହଣ କରିବ । ଆଉ ଏକ ସୁସ୍ଥ ସମାଜ ପରିକଳ୍ପନା ସମ୍ଭବ ହୋଇ ପାରିବ।

Leave a Reply

Your email address will not be published. Required fields are marked *