ସଂସ୍କାର : କଥା ରଖି ଆସିଲେନି ବିଧାୟକ । ବିବାହର ପ୍ରତିଶ୍ରୁତି ଦେଇ କୁଆଡେ ପଳେଇଛନ୍ତି ତିର୍ତୋଲ ବିଧାୟକ ବିଜୟ ଶଙ୍କର ଦାସ । ପ୍ରତାରକ ପ୍ରେମିକ ବିଜେଡି ବିଧାୟକଙ୍କ ନାଁରେ ଜଗତସିଂହପୁର ଥାନାରେ ଏତଲା ଦେଲେ ପ୍ରତାରିତ ପ୍ରେମିକା ସୋମାଲିକା । ପ୍ରାୟ ୩ ଘଂଟାର ଅପେକ୍ଷା ପରେ ସୋମାଲିକା ଓ ତାଙ୍କ ପରିବାର ସଦସ୍ୟ ଘରକୁ ଫେରିଥିଲେ।
ଜଗତସିଂହପୁର ସବ୍-ରେଜିଷ୍ଟ୍ରୀ କାର୍ୟ୍ୟାଳୟକୁ ବିଜେଡି ବିଧାୟକ କୋର୍ଟ ମ୍ୟାରେଜ କରିବାକୁ ଆସି ନ ଥିଲେ । ପୂର୍ବ ନିର୍ଦ୍ଧାରିତ ଚୁକ୍ତି ମୁତାବକ ଜୁନ୍ ୧୭ରେ ସୋମାଲିକାଙ୍କୁ ଆଇନ୍ ସମ୍ମତ୍ତ ନିଜର ପତ୍ନୀ ଭାବେ ଗ୍ରହଣ କରିଥାନ୍ତେ ବିଜୟ ଶଙ୍କର । ସକାଳେ କୋର୍ଟ ମ୍ୟାରେଜ୍ ଆଉ ସଞ୍ଜବେଳା ହୋଇଥାନ୍ତା ରିଂ ସେରେମନି । ଗତ ମେ’ ୧୭ ତାରିଖରେ ବିଜୟ ଶଙ୍କର ଓ ସୋମାଲିକା ନିଜ ନିଜ ଓକିଲଙ୍କ ସହିତ ସବ୍-ରେଜିଷ୍ଟ୍ରାରଙ୍କ କାର୍ୟ୍ୟାଳୟରେ ଆବଶ୍ୟକୀୟ କାଗଜପତ୍ର ସହିତ ବିବାହ ପଞ୍ଜୀକରଣ ପାଇଁ ଆବେଦନ କରିଥିଲେ । ଉଭୟଙ୍କ ଆବେଦନକୁ ସବ୍-ରେଜିଷ୍ଟ୍ରାର ଗ୍ରହଣ କରି ବିବାହ ପାଇଁ ୩୦ ଦିନ ସମୟ ଦେଇଥିଲେ ।
ଏହା ପରେ ଉଭୟ ପକ୍ଷଙ୍କ ମଧ୍ୟରେ ଆଲୋଚନା ହୋଇ ଜୁନ ୧୭ ତାରିଖରେ ବିବାହ ପଞ୍ଜୀକରଣ ଓ ସନ୍ଧ୍ୟାରେ ନିର୍ବନ୍ଧ ପାଇଁ ସ୍ଥିର ହୋଇଥିଲା । କିନ୍ତୁ ଘଟଣା ଘଟିଲା କିଛି ଅଲଗା । କଥା ଦେଇ ରଖିଲେନି ବିଧାୟକ । ପ୍ରତିଶ୍ରୁତି ଭାଙ୍ଗିଥିବାରୁ ସୋମାଲିକା ଜଗତସିଂହପୁର ଥାନାରେ ତାଙ୍କ ନାଁରେ ଅଭିଯୋଗ କରିଛନ୍ତି । ଏତଲାରେ ବିଧାୟକଙ୍କ ନାଁରେ ଠକେଇ ଓ ପ୍ରତାରଣ ଭଳି କଥା ଦର୍ଶାଇଛନ୍ତି । ବିଧାୟକଙ୍କ ସର୍ମ୍ପକୀୟ ତାଙ୍କୁ ଧମକ ଦେଉଛନ୍ତି ବୋଲି ସୋମଲିକା କହିଛନ୍ତି ।
ଦେଖନ୍ତୁ ଭିଡ଼ିଓ :