କୋଭିଡ଼ ହସ୍ପିଟାଲରେ ପୁଣିଥରେ ଅଗ୍ନିକାଣ୍ଡ : ଜଳିଗଲେ ୧୪ ରୋଗୀ ସହିତ ୨ ନର୍ସ

ଶୁକ୍ରବାର ବିଳମ୍ବିତ ରାତିରେ ଗୁଜୁରାଟର ଭାରୁଚ ହସ୍ପିଟାଲରେ ଘଟିଛି ଅଗ୍ନିକାଣ୍ଡ । ଏହି ଦୁର୍ଘଟଣାରେ ୧୬ ଜଣ କୋଭିଡ଼ ରୋଗୀ ଏବଂ ୨ ଜଣ ନର୍ସଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ଏହି ହୃଦୟ ବିଦାରକ ଦୁର୍ଘଟଣାରେ କିଛି ରୋଗୀଙ୍କ ମୃତଦେହ ଷ୍ଟ୍ରେଚର ଏବଂ ବେଡ଼ ଉପରେ ଜଳି ପଡ଼ିଥିବା ଦେଖିବାକୁ ମିଳିଥିଲା । ୪ ତାଲାର ୱେଲଫେୟାର ହସ୍ପିଟାଲରେ ରାତିରେ ପ୍ରାୟ ୧ ବେଳେ କୋଭିଡ଼ ସଂକ୍ରମିତ ବ୍ୟତୀତ ପ୍ରାୟ ୫୦ ଜଣ ଅନ୍ୟ ରୋଗୀ ବି ଥିଲେ । ତେବେ ସେମାନଙ୍କୁ ସ୍ଥାନୀୟ ଲୋକ ଏବଂ ଅଗ୍ନିଶମ ବିଭାଗ କର୍ମଚାରୀଙ୍କୁ ଉଦ୍ଧାର କରିଥିଲେ ।

ଗୁଜୁରାଟର ମୁଖ୍ୟମନ୍ତ୍ରୀ ବିଜୟ ରୁପାନି କହିଛନ୍ତି ଯେ ‘ମୁଁ ଭାରୁଚ ହସ୍ପିଟାଲରେ ପ୍ରାଣ ହରାଇଥିବା ରୋଗୀ, ଡାକ୍ତର ଏବଂ କର୍ମଚାରୀମାନଙ୍କ ପାଇଁ ସମବେଦନା ଜ୍ଞାପନ କରୁଛି । ଏହି ଦୁର୍ଘଟଣାର ଶିକାର ହୋଇଥିବା ପ୍ରତ୍ୟେକ ପରିବାରକୁ ରାଜ୍ୟ ସରକାର ୪ ଲକ୍ଷ ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରିବେ ।

ପ୍ରତୀକାତ୍ମକ ଫଟୋ

ଭାରୁଚ ପୋଲିସ ଅଧୀକ୍ଷକ (ଏସପି) ରାଜେନ୍ଦ୍ର ସିଂ ଚୂଡାସାମାଙ୍କ କହିବାନୁସାରେ ନିଆଁ ଲାଗିବା ଏବଂ ନିଆଁରୁ ଉଠିଥିବା ଧୂଆଁରେ ୧୨ ଜଣଙ୍କର ମୃତ୍ୟୁ ହୋଇଥିଲା । ଅବଶିଷ୍ଟ ମୃତକଙ୍କ ମୃତ୍ୟୁ ହସ୍ପିଟାଲ ଭିତରେ ଦୁର୍ଘଟଣା ସମୟରେ ହୋଇଛି କି ସେମାନଙ୍କୁ ଉଦ୍ଧାର କରି ହସ୍ପିଟାଲକୁ ନିଆଯିବା ବେଳେ ହୋଇଛି ତାହା ସ୍ପଷ୍ଟ ହୋଇ ନାହିଁ । କୋଭିଡ଼ଙ୍କ ଚିକିତ୍ସା ପାଇଁ ଏହି ହସ୍ପିଟାଲଟି ଭାରୁଚ-ଜାମ୍ବୁସର ରାଜପଥରେ ରାଜଧାନୀ ଅହମ୍ମଦାବାଦଠାରୁ ପ୍ରାୟ ୧୯୦ କିଲୋମିଟର ଦୂରରେ ଅବସ୍ଥିତ । ଏହା ଏକ ଟ୍ରଷ୍ଟ ଦ୍ୱାରା ପରିଚାଳିତ ହେଉଛି । ତେବେ ଅଗ୍ନିକାଣ୍ଡର କାରଣ କଣ ଜାଣିବାକୁ ତଦନ୍ତ ଚାଲିଛି ବୋଲି କହିଛନ୍ତି ପୋଲିସ ଅଧିକାରୀ ।

ସେପଟେ ଅଗ୍ନିଶମ ବିଭାଗର ଜଣେ ଅଧିକାରୀ କହିଛନ୍ତି ଯେ ଏକ ଘଣ୍ଟା ମଧ୍ୟରେ ନିଆଁକୁ ଆୟତ କରାଯାଇଥିଲା । ସ୍ଥାନୀୟ ଲୋକ ଏବଂ ଅଗ୍ନିଶମ କର୍ମଚାରୀଙ୍କ ସହାୟତାରେ ପ୍ରାୟ ୫୦ ରୋଗୀଙ୍କୁ ସ୍ଥାନାନ୍ତର ମଧ୍ୟ କରାଯାଇଥିଲା ।

Leave a Reply

Your email address will not be published. Required fields are marked *