ଗତକାଲି ବିଳମ୍ବିତ ରାତିରେ ବରଗଡ଼ ଜିଲ୍ଲା ସଦର ମହକୁମା ହସ୍ପିଟାଲରେ ଘଟିଯାଇଛି ଏକ ଭୟଙ୍କର ଅଗ୍ନିକାଣ୍ଡ । ହସ୍ପିଟାଲର ଉପର ମହଲାରେ ଥିବା ଶିଶୁ ଚିକିତ୍ସା ୱାର୍ଡରେ ହଠାତ୍ ନିଆଁ ଲାଗିଯାଇଥିଲା । ଯଦିଓ ଭର୍ତ୍ତି ହୋଇଥିବା ରୋଗୀ ଅଳ୍ପକେ ବର୍ତ୍ତିଗଲେ ହେଲେ ଜଳିଗଲା ଅନେକ ଔଷଧ ଏବଂ ସାଲାଇନ ।

ସୂଚନା ମୁତାବକ ରୋଗୀମାନ ଅଳ୍ପକେ ବର୍ତ୍ତି ଯାଇଥିଲେ ସତ କିନ୍ତୁ ଜଳିପୋଡ଼ି ପାଉଁଶ ହୋଇଯାଇଛି ଲକ୍ଷାଧିକ ଟଙ୍କାର ଔଷଧ, ସାଲାଇନ ଏବଂ ଅନ୍ୟାନ୍ୟ ସାମଗ୍ରୀ । ଖବର ପାଇ ଅଗ୍ନିଶମବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ତେବେ ନିଆଁ ଲାଗିବାର କାରଣ ଏଯାବତ୍ ଅସ୍ପଷ୍ଟ । ସୂଚନାଥାଉ ଯେ ଏହି ଅଗ୍ନିକାଣ୍ଡ ଫଳରେ ହସ୍ପିଟାଲର ଉପର ମହଲାରେ ଥିବା ଶିଶୁ ଚିକିତ୍ସା ୱାର୍ଡ ବନ୍ଦ । ତେଣୁ ରୋଗୀଙ୍କୁ ତଳେ ଚିକିତ୍ସା କରାଯାଉଛି ।