‘ଫାୟାର ହେୟାରକଟ୍‌’ କରୁଛନ୍ତି କି, ରୁହନ୍ତୁ ସାବଧାନ ! ନହେଲେ ଆପଣଙ୍କ ସହ ବି ହୋଇପାରେ ଏମିତି ଅଘଟଣ

ସଂସ୍କାର : ଆଜିର ଯୁବପିଢ଼ି ବିଭିନ୍ନ ପ୍ରକାରର ହେୟାରକଟ୍‌ କରି ନିଜକୁ ଆହୁରି ସୁନ୍ଦର ଦିଶିବା ପାଇଁ ଇଛା କରନ୍ତି। ହେଲେ ଏହି ଷ୍ଟାଇଲିଶ୍‌ ଚକ୍କରରେ କେତେବେଳେ ଯେ ତାଙ୍କ ଜୀବନ ନେଇଯିବ ହୁଏତ ତାହା କହିବା ମୁସ୍କିଲ। ତେବେ ବିଭିନ୍ନ ପ୍ରକାରର ହେୟାରକଟ୍‌ ମଧ୍ୟରେ ବର୍ତ୍ତମାନ ‘ଫାୟାର ହେୟାରକଟ୍‌’ ଟ୍ରେଣ୍ଡ୍‌ରେ ରହିଛି।

ମାତ୍ର ଟିକିଏ ଅସାବଧାନତା ହୋଇ ଏହି ହେୟାରକଟ୍‌ କରିବେ, ନହେଲେ କେତେବେଳେ ଯେ କାହାର ଜୀବନ ନେଇଯିବ ତାହା କେହି କହିପାରିବେ ନାହିଁ। ତେବେ ବର୍ତ୍ତମାନ ଗୁଜରାଟର ଭଲ୍‌ସଦ୍‌ ଜିଲ୍ଲାରେ ଜଣେ ୧୮ ବର୍ଷୀୟ ବାଳକଙ୍କ ସହ ଏପରି କିଛି ଘଟିଛି, ଯାହା ତାଙ୍କର ଜୀବନ ନେଉ ନେଉ ରକ୍ଷା ହୋଇ ଯାଇଛି। ‘ଫାୟାର ହେୟାରକଟ୍‌’ ସମୟରେ ଶରୀରେ ନିଆଁ ଲାଗି ଯିବାରୁ ସେ ଗୁରୁତର ଆହତ ହୋଇଛନ୍ତି। ଭଲ୍‌ସଦ୍‌ ଜିଲ୍ଲାର ଭାବି ଟାଉନ୍‌ ସ୍ଥିତ ଏକ ସେଲୁନ୍‌ରେ ଏହି ଅଭାବନୀୟ ଘଟଣା ଘଟିଛି।

‘ଫାୟାର ହେୟାରକଟ୍‌’ ସମୟରେ ସମ୍ପୃକ୍ତ ବାଳକଙ୍କ ବେକ ଓ ଛାତିରେ ନିଆଁ ଲାଗି ଯାଇଥିଲା। ଏହାପରେ ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲ୍‌ରେ ଭର୍ତ୍ତି କରଯାଇଥିଲା। ପୋଲିସ୍‌ ଘଟଣାର ତଦନ୍ତ ଜାରି ରଖିବା ସହ ଉକ୍ତ ବାଳକ ଓ ହେୟାର କଟ୍‌ କରିଥିବା ସମ୍ପୃକ୍ତ ବ୍ୟକ୍ତିଙ୍କ ବୟାନ ରେକର୍ଡ କରିଛି। ପ୍ରାଥମିକ ତଦନ୍ତ ଅନୁସାରେ, ନାବାଳକଙ୍କ ଶରୀରର ଉପର ଅଂଶ ଅଧିକ ପୋଡ଼ି ଯାଇଛି। ‘ଫାୟାର ହେୟାରକଟ୍‌’ ସମୟରେ କିଛି କେମିକାଲ୍‌ ପ୍ରୟୋଗ ସମୟରେ ଏଭଳି ଅଘଟଣ ଘଟିଥିଲା।

Leave a Reply

Your email address will not be published. Required fields are marked *