ଗୋଟିଏ କି ଦୁଇଟି ନୁହେଁ, ତିନୋଟି ସନ୍ତାନକୁ ଜନ୍ମ ଦେଇଥିବା ଦୁନିଆର ପ୍ରଥମ ଗର୍ଭବତୀ ପୁରୁଷ, ଜାଣି ଆପଣ ବି ଆଶ୍ଚର୍ଯ୍ୟ ହେଇଯିବେ

ପୁରୁଷ ଜଣେ ଗର୍ଭବତୀ ହେବା ଶୁଣି ହୁଏତ ଆପଣ ବି ଆଶ୍ଚର୍ଯ୍ୟ ହେଉଥିବେ । ଆଶ୍ଚର୍ଯ୍ୟ କଣ, ଆଦୌ ବିଶ୍ଵାସ ହେଉ ନଥିବ । କିନ୍ତୁ କଥାଟି ସଂପୂର୍ଣ୍ଣ ସତ୍ୟ । ଥରେ କି ଦୁଇ ଥର ନୁହେଁ, ତୃତୀୟ ଥର ବି ସେ ଗର୍ଭବତୀ ହେଇଛନ୍ତି । ଦୁନିଆର ପ୍ରଥମ ପୁରୁଷ ଭାବରେ ସମ୍ମାନିତ ମଧ୍ୟ ହୋଇଛନ୍ତି । ସେ ହେଉଛନ୍ତି ଥୋମାସ୍ ବିଟି ଯିଏ କି ଜଣେ ଆମେରିକୀୟ ଜନସାଧାରଣ ବକ୍ତା, ଲେଖକ, ଟ୍ରାନ୍ସଜେଣ୍ଡର ଏବଂ ଯୌନ ସମ୍ବନ୍ଧୀୟ ପ୍ରସଙ୍ଗଗୁଡ଼ିକର ଓକିଲ ।

ବିଟି ୧୯୭୪ ମସିହାରେ ଟ୍ରେସି ଲାଗୋଣ୍ଡିନୋବାକ୍ ନାମକ ଝିଅଟିଏ ହେଇ ଜନ୍ମ ହୋଇଥିଲେ । ୧୯୯୭ ରେ ସେ ଟ୍ରାନ୍ସପୁରୁଷ ଭାବରେ ପରିଚିତ ହେଲେ । ତାଙ୍କ କହିବାନୁଯାୟୀ ଝିଅଟିଏ ହେଇ ଜନ୍ମ ହୋଇଥିଲେ ସୁଦ୍ଧା ପୁରୁଷ ହେବାକୁ ସେ ଚାହିଁଥିଲେ ଓ ସେଇଥିପାଇଁ ୨୦ ବର୍ଷ ବୟସରୁ ହିଁ ଟେଷ୍ଟୋଷ୍ଟେରନ୍ ଇଞ୍ଜେକ୍ସନ ନେବା ଆରମ୍ଭ କରିଦେଇଥିଲେ । ଯାହାଫଳରେ ତାଙ୍କ ଦାଢି-ନିଶ ଉଠିବା ଆରମ୍ଭ ହେଲା ଓ ସ୍ୱରରେ ପରିବର୍ତ୍ତନ ଦେଖାଦେଲା ।

ମାର୍ଚ୍ଚ ୨୦୦୨ରେ ବିଟି ଲିଙ୍ଗ ପୁନଃନିର୍ମାଣ ଅସ୍ତ୍ରୋପଚାର କରିଥିଲେ । ୨୦୦୭ରେ ସେ କୃତ୍ରିମ ପ୍ରଜନନ ମାଧ୍ୟମରେ ଗର୍ଭଧାରଣ କଲାପରେ “ଗର୍ଭବତୀ ପୁରୁଷ” ଭାବରେ ପରିଚିତ ହେଲେ । ତାଙ୍କ ପତ୍ନୀ ନାନସୀ ବନ୍ଧ୍ୟା ଥିବାରୁ ସେ ସନ୍ତାନ ଜନ୍ମ ଦେବାକୁ ସ୍ଥିର କରିଥିଲେ । ୨୦୦୮ ମସିହା ଜୁନ ୨୯ ତାରିଖ ଦିନ ସେ ପ୍ରଥମ କନ୍ୟା ସନ୍ତାନଟିଏ ଜନ୍ମ ଦେଇଥିଲେ । ୨୦୧୦ରେ ତାଙ୍କ ନାମ ବିଶ୍ଵର ପ୍ରଥମ ବିବାହିତ ପୁରୁଷ ଶିଶୁ ଜନ୍ମ ଦେବାରେ ଗିନିଜ ୱାର୍ଲ୍ଡ ରେକର୍ଡସରେ ଲେଖା ହେଲା ।  

୨୦୧୨ରେ ଏହି ଦମ୍ପତି କିନ୍ତୁ ଛାଡ଼ପତ୍ର ପାଇଁ ଆବେଦନ କରିଥିଲେ କୋର୍ଟରେ । ଏହି ମାମଲା ପ୍ରଥମ ଥିଲା ଯେଉଁଠି ଆଇନଗତ ଭାବରେ ଜଣେ ପୁରୁଷ ଓ ଜଣେ ମହିଳାଙ୍କ ଦାମ୍ପତ୍ୟ ଭିତରେ ପୁରୁଷ ଜଣକ ସନ୍ତାନ ଜନ୍ମ କରିଥିଲେ । ଥୋମାସଙ୍କର ଲିଙ୍ଗ ପୁନଃନିର୍ମାଣ ଅସ୍ତ୍ରୋପଚାର ମାମଲା ଯୋଗୁ ଛାଡ଼ପତ୍ର କେସ ବହୁଦିନ ଯାଏଁ ଗଡ଼ିଲା । ଶେଷରେ ୨୦୧୪ରେ ଆରିଜୋନା ଅପିଲ୍ସ କୋର୍ଟ ଘୋଷଣା କରିଥିଲେ ଯେ ଥୋମାସଙ୍କ ବିବାହ ବୈଧତା ଥିଲା, ସେ ବିବାହ ସମୟରେ ଜଣେ ପୁରୁଷ ଥିଲେ ଏବଂ ପତ୍ନୀ ନାନସିଠାରୁ ସେ ଛାଡ଼ପତ୍ର ନେଇପାରିବେ ।

ଏହାପରେ ଥୋମାସ ବିଟି ଅମ୍ବର ବିଟିଙ୍କୁ ଦ୍ଵିତୀୟ ବିବାହ କରିଥିଲେ ଓ ବର୍ତ୍ତମାନ ଆରିଜୋନାର ଫୋନିକ୍ସରେ ରୁହନ୍ତି । ବିବାହ ପରେ ଅମ୍ବର ସନ୍ତାନଟିଏ ବି ଜନ୍ମ ଦେଇଛନ୍ତି ଯିଏ ସେମାନଙ୍କ ସାଙ୍ଗରେ ରୁହେ ।  

Leave a Reply

Your email address will not be published. Required fields are marked *