ଭୟଙ୍କର ହେଇପାରେ ରାଜ୍ୟରେ ବନ୍ୟା ପରିସ୍ଥିତି : ଅଧା ଓଡ଼ିଶା ଏବେ ପାଣି ଘେରରେ

କରୋନା ମହାମାରୀ ଗୋଟିଏ ପଟେ ଆଉ ଅନ୍ୟପଟେ ଲଗାଣ ବର୍ଷା ଯୋଗୁ ବନ୍ୟା ପରିସ୍ଥିତି । ରାଜ୍ୟର ଅଧିକାଂଶ ନଦୀରେ ଜଳସ୍ତର ଅଧିକ ଓ ବନ୍ୟା ଘେରରେ ଅଧେ ଓଡ଼ିଶା । ତେବେ ସରକାରଙ୍କ ମୁଣ୍ଡବ୍ୟଥାର କାରଣ ମହାନଦୀରେ ବଢି ଚାଲିଛି ଜଳସ୍ତର । ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ବଢିବାରେ ଲାଗିଥିବାରୁ ଏଯାବତ୍ ୪୬ ଟା ଖୋଲାଗଲାଣି ।


ରିପୋର୍ଟ ଅନୁସାରେ ବନ୍ୟା ଜଳରେ ରାଜ୍ୟର ୧୦ଟି ଜିଲ୍ଲାର ୫୪ଟି ବ୍ଲକର ୧୨୭୬ଟି ଗାଁ ଏବେ ପ୍ରଭାବିତ । କଟକ, ଜଗତସିଂହପୁର,  ପୁରୀ, ସମ୍ବଲପୁର, ବୌଦ୍ଧ, ଅନୁଗୁଳ, ଢେଙ୍କାନାଳ, ବାଲେଶ୍ୱର, ବଲାଙ୍ଗୀର, ଯାଜପୁର ଆଦି ଜିଲ୍ଲା ଚଳିତ ବନ୍ୟା ପ୍ରପୀଡ଼ିତ ଅଞ୍ଚଳଗୁଡ଼ିକରେ ଅନ୍ତର୍ଭୁକ୍ତ । ତେବେ ପ୍ରାୟ ୫୫୨ଟି ଗାଁର ୩,୮୩,୦୪୬ ଲୋକ ପାଣି ଘେରରେ । ପ୍ରାୟ ୪,୧୫,୮୧୭ ଟି ଜନଜୀବନ ପ୍ରଭାବିତ ହୋଇଥିବାବେଳେ ପାଖାପାଖି ୨,୭୫୭ଟି ଘର ଉଜୁଡିଯାଇଛି ।

ଛତିଶଗଡ଼ରେ ପ୍ରବଳ ବର୍ଷା କାରଣରୁ ହିଁ ହୀରାକୁଦ ଜଳଭଣ୍ଡାରରେ ବଢିଛି ଜଳସ୍ତର । ଆଜି ମଧ୍ୟାହ୍ନରେ ଆଉ ଦୁଇଟି ସ୍ଲୁଇସ ଗେଟ୍  ଖୋଲିବା ପରେ ସମୁଦାୟ ୪୬ଟି ଗେଟ୍ ଖୋଲିଲା । ହୀରାକୁଦ ଜଳଭଣ୍ଡାରର ଜଳଧାରଣ କ୍ଷମତା ୬୩୦ ଫୁଟ ହୋଇଥିବାବେଳେ ଏପର୍ଯ୍ୟନ୍ତ ଜଳସ୍ତର ୬୨୬.୨୭ ଫୁଟରେ ପହଞ୍ଚିସାରିଲାଣି । ଅନ୍ୟପଟେ କଟକ ଜିଲ୍ଲାରେ ଥିବା ମୁଣ୍ଡୁଳି ବ୍ୟାରେଜରେ ଜଳସ୍ତର ବିପଦ ସଙ୍କେତକୁ ଟପିଯାଇଛି ।  

Leave a Reply

Your email address will not be published. Required fields are marked *